ୱାଶିଂଟନ – ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିରିଆର ରାଷ୍ଟ୍ରପତି ଅହମ୍ମଦ ଅଲ-ଶରାଙ୍କ ସାଥିରେ ହ୍ୱାଇଟ୍‌ ହାଉସ୍‌ରେ ଆଲୋଚନା କରିବେ। ଜଣେ ପ୍ରଶାସନିକ ଅଧିକାରୀ ଶନିବାର ଏହି ସୂଚନା ଦେଇଛନ୍ତି। ଅଲ୍-ଶରାଙ୍କ ଉପରେ ଗୋଟେ ସମୟରେ ଏକ କୋଟି ଆମେରିକୀୟ ଡଲାରର ପୁରସ୍କାର ଥିଲା। ଏହା ପୂର୍ବରୁ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶହବାଜ ସରିଫ୍‌ ଓ ସେନା ପ୍ରମୁଖ ଆସିମ ମୁନିର ମଧ୍ୟ ହ୍ୱାଇଟ୍‌ ହାଉସ୍‌ର ଗସ୍ତ କରି ସାରିଛନ୍ତି ,ଯେଉଁଠି ଟ୍ରମ୍ପ ତାଙ୍କର ଖୁବ୍‌ ପ୍ରଶଂସା କରିଥିଲେ।

ଆମେରିକାର ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟ ହ୍ୱାଇଟ୍‌ ହାଉସ୍‌ରେ କୌଣସି ସିରିଆ ରାଷ୍ଟ୍ରପତିଙ୍କର ପ୍ରଥମ ଯାତ୍ରା ହେବ। ଏହି ବୈଠକର ଔପଚାରିକ ଘୋଷଣା କରାଯାଇ ନାହିଁ। ଅଧିକାରୀ ନିଜର ପରିଚୟ ଗୋପନୀୟ ରଖିବା ସର୍ତ୍ତରେ କହିଛନ୍ତି ଯେ, ବୈଠକ ୧୦ ନଭେମ୍ୱରରେ ହେବାର ସମ୍ଭାବନା ରହିଛି।

ଟ୍ରମ୍ପ ମେ ମାସରେ ସାଉଦୀ ଆରବରେ ଅଲ୍-ଶରାଙ୍କ ସହ ସାକ୍ଷାତ୍‌ କରିଥିଲେ, ଯିଏ ଆମେରିକା ଓ ସିରିଆର ନେତାଙ୍କ ମଧ୍ୟରେ ୨୫ ବର୍ଷରେ ପ୍ରଥମ ସାକ୍ଷାତ୍‌ ଥିଲା। ସିରିଆ ଅନେକ ଦଶନ୍ଧିରୁ ଜାରି ଅନ୍ତର୍ଜାତୀୟ ଏକାକୀତ୍ୱରୁ ବର୍ତ୍ତିବା ପାଇଁ ସଂଘର୍ଷ କରୁଛନ୍ତି। ଟ୍ରମ୍ପଙ୍କ ଗଲ୍ଫ  ସହଯୋଗ ପରିଷଦର ନେତାଙ୍କ ସହ ବୈଠକ ଅବସରରେ ଅନୁଷ୍ଠିତ ଏହି ବୈଠକକୁ ସିରିଆ ପାଇଁ ଏକ ବଡ଼ ଘଟଣାକ୍ରମ ଭାବେ ଦେଖା ଯାଇଛି। ସିରିଆ ଅସଦ ପରିବାରର ୫୦ରୁ ଅଧିକ ବର୍ଷ ହେବ କଠୋର ଶାସନ ପରେ ଏବେ ବି ବର୍ତ୍ତି ପାରି ନାହାନ୍ତି।

ଅବୁ ମହମ୍ମଦ ଅଲ-ଗୋଲାନୀ ନାମରେ ଜଣାଶୁଣା ଅଲ୍-ଶରାଙ୍କର ଅଲ୍‌-କାଏଦା ସହ ସଂପର୍କ ଥିଲା ଏବଂ ସିରିଆ ଯୁଦ୍ଧରେ ଓହ୍ଲାଇବା ପୂର୍ବରୁ ସେ ଇରାକ୍‌ରେ ଆମେରିକୀୟ ସେନା ସହ ଲଢୁଥିବା ବିଦ୍ରୋହୀଙ୍କ ମଧ୍ୟରେ ସାମିଲ ହୋଇଥିଲେ। ତାଙ୍କୁ ଆମେରିକୀୟ ସୈନିକମାନେ ଅନେକ ବର୍ଷରୁ ସେଠାରେ କଏଦ ମଧ୍ୟ ରଖିଥିଲେ। ଅଧିକାରୀ କହିଛନ୍ତି ଯେ, ଏହି ଯାତ୍ରା ବେଳେ ଅଲ୍‌-ଶରା ଆଇଏସଆଇଏସ୍‌ ବିରୁଦ୍ଧରେ ଆମେରିକାର ନେତୃତ୍ୱର ମେଣ୍ଟରେ ସାମିଲ ହେବା ସମ୍ୱନ୍ଧୀୟ ଚୁକ୍ତି ଉପରେ ଦସ୍ତଖତ କରିପାରନ୍ତି।