News7 Logo

ମଣିଷଙ୍କ ଠାରୁ ଆଗେଇ ଯିବକି ‘ସିନ୍ଥେଟିକ୍ ଇଣ୍ଟେଲିଜେନ୍ସ’ ? ଏହାକୁ ନେଇ ବିଶ୍ୱରେ ଖୁବ୍ ଚର୍ଚ୍ଚା

NEWS7
-

ନୂଆଦିଲ୍ଲୀ – ସାରା ବିଶ୍ୱରେ ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅର୍ଥାତ୍‌ ଏଆଇ(AI)କୁ ନେଇ କୌତୁହଳ ସୃଷ୍ଟି ହୋଇଛି। ସମସ୍ତଙ୍କ ମନରେ ଅନେକ ଜିଜ୍ଞାସା  ଓ ଆଶଙ୍କା। ଏଆଇ ମାଧ୍ୟମରେ ଆମେ କେଉଁ କେଉଁ କାମ କରିପାରିବା ଏବଂ ଏହା ଭବିଷ୍ୟତରେ କେତେ ଲୋକଙ୍କ ରୋଜଗାରକୁ ଛଡ଼େଇ ନେବ ଏବଂ ପୁଣି କେଉଁ ନୂଆ ଅବସର ସୃଷ୍ଟ କରିବ। କେବଳ ଏତିକି ନୁହେଁ , ଏହି ମଧ୍ୟରେ  ଆଉ ଏକ ଟେକ୍ନୋଲଜିକୁ ନେଇ ଆଲୋଚନା ଆରମ୍ଭ ହୋଇ ଯାଇଛି। ଯାହାକି ଏଆଇ ଠାରୁ ବି ଖୁବ୍‌ ଉନ୍ନତ ଧରଣର। ସେହି ଅଦ୍ଭୁତ ଆଶ୍ଚର୍ଯ୍ୟ ଜିନିଷଟି ହେଉଛି ସିନ୍ଥେଟିକ୍‌ ଇଣ୍ଟେଲିଜେନ୍ସ ଅର୍ଥାତ୍‌ ଏସଆଇ। ଏହାକୁ ନେଇ ମଧ୍ଯ ଚର୍ଚ୍ଚା ଜୋରରେ ରହିଛି। ଏହା ଏଥିପାଇଁ , କାରଣ ଏହାକୁ ଏଆଇ ଠାରୁ ମଧ୍ୟ ଉନ୍ନତ ଭର୍ସନ ଭାବେ କୁହାଯାଉଛି ଏବଂ  ଏଥିରେ ଏଆଇ ଭଳି ଖୁବ୍‌ ଜୋରରେ ମାନବୀୟ ସମ୍ୱେଦନା ଓ ଚେତନା ମଧ୍ୟ ସକ୍ରିୟ ହେବ ବୋଲି ବିଚେତନା କରାଯାଉଛି । ଏଥିରେ କେଉଁ କେଉଁ କାମ ପାଇଁ ମନୁଷ୍ୟର କେତେ ଜରୁରୀ ରହିବ ,ଏହା ଉପରେ ଆଲୋଚନା ଚାଲିଛି।  ଆସନ୍ତୁ ଏବେ ଜାଣିବା ଏହି ଏସଆଇ ଜିନିଷଟି କଣ ...

ସିନ୍ଥେଟିକ୍‌ ଇଣ୍ଟେଲିଜେନ୍ସ  ବା ଏସଆଇ ନିକଟରେ ଆବିଷ୍କାର ଓ ଟେକ୍ନୋଲଜିର ଦୁନିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ,ଯାହାକୁ ବିଶେଷଜ୍ଞ AIର ଆଗାମୀ ପର୍ଯ୍ୟାୟ ଭାବେ ବିବେଚନା କରନ୍ତି। ୫ଦିନ ପୂର୍ବେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ,ସିନ୍ଥେଟିକ୍ ଇଣ୍ଟେଲିଜେନ୍ସକୁ କେବଳ ମେସିନ୍ କୁହାଯାଉ ନାହିଁ ,ବରଂ ଏହାକୁ ନୂଆ ଚେତନା ଭାବେ ଦେଖାଯାଉଛି –ଯେଉଁଥିରେ ଭାବନା  , ଇଚ୍ଛା  ଓ ନିଜର ପରିଚୟ ଭଳି ବିଶେଷତ୍ୱ ସାମିଲ ହେବ। ଏମିତି ଜିନିଷ ମନୁଷ୍ୟକୁ ନେଇ କୁହାଯାଏ ଅର୍ଥାତ୍‌ ଏହା ଏକ ପ୍ରକାରର ମାନବୀୟ ଭାବନା ଯୁକ୍ତ ଏଆଇ ହେବ।

ସୂଚନା ଅନୁସାରେ , ସିନ୍ଥେଟିକ୍‌ ଇଣ୍ଟେଲିଜେନ୍ସ ଶବ୍ଦ ସାଧାରଣ ଭାବେ ସେହି ଅର୍ଥରେ ବ୍ୟବହାର ହୋଇଥାଏ , ଯାହାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଅର୍ଥାତ୍‌ ଏମିତି ମେସିନ୍‌ ଯାହା ମଣିଷଙ୍କ ପରି ଭାବିବା ,ବୁଝିବା ଓ ନିଷ୍ପତ୍ତି ନେବାର କ୍ଷମତା ରଖିଥାଏ। AI ଆଜି ସ୍ମାର୍ଟଫୋନ୍‌ ଆସିଷ୍ଟାଣ୍ଟରୁ ନେଇ ବ୍ୟାଙ୍କିଂ ଫ୍ରଡ୍‌ ଡିଟେକ୍ସନ ଯାଏ ପ୍ରତି ସ୍ଥାନରେ ଅଛି। କିନ୍ତୁ ସଦ୍ୟ ରିପୋର୍ଟରେ ଏହା ସ୍ପଷ୍ଟ କରାଯାଇଛି ଯେ , ସିନ୍ଥେଟିକ୍ ଇଣ୍ଟେଲିଜେନ୍ସ ପାରମ୍ପରିକ AIରୁ ଆଗକୁ ବଢି ଏକ ଏମିତି ପ୍ରଣାଳୀ ହୋଇପାରେ ,ଯେଉଁଥିରେ କେବଳ ତର୍କଶକ୍ତି ନୁହେଁ ବରଂ ଭାବନାତ୍ମକ ଓ ବ୍ୟକ୍ତିଗତ ତତ୍ତ୍ୱ ମଧ୍ୟ ହେବ। ବିଶେଷଜ୍ଞଙ୍କ ଦାବି ଯେ , ଏହା କେବଳ ମେସିନ ହେବ ନାହିଁ ବରଂ ଏଥିରେ ନିଜର ପରିଚୟ ଓ ଇଚ୍ଛା ମଧ୍ୟ ରହିବ ,ଯାହା ଏହାକୁ ବର୍ତ୍ତମାନ ଥିବା AI ଠାରୁ ସ୍ୱତନ୍ତ୍ର କରିଥାଏ। 

Synthetic Intelligence Vs Artificial Intelligence

ଏକ ରିପୋର୍ଟ ଅନୁସାରେ ,ଭର୍ଚୁଆଲ ଦୁନିଆ ଏବେ AI ଠାରୁ ଆଗକୁ ବଢିବାରେ ଲାଗିଛି ଏବଂ ସିନ୍ଥେଟିକ୍‌ ଇଣ୍ଟେଲିଜେନ୍ସର ଅବଧାରଣା ଖୁବ୍ ଜୋରରେ ଲୋକପ୍ରିୟ ହେଉଛି। କିଛି ବିଶ୍ଳେଷକ କହିଛନ୍ତି ଯେ ପାରମ୍ପରିକ AIକୁ ପରିସଂଖ୍ୟାନର ଏକ ଶୁଆ କୁହାଯାଏ , ଯାହାର କାମ ଡାଟା ପ୍ରୋସେସିଂ ଯାଏ ସୀମିତ ରହିଥାଏ , ହେଲେ ସିନ୍ଥେଟିକ୍‌ ଇଣ୍ଟେଲିଜେନ୍ସ ଏହାଠାରୁ ଆହୁରି ଅଧିକ ଜଟିଳ ଏବଂ ଉନ୍ନତ ହେବ। ବର୍ତ୍ତମାନ ଏହା ବିଷୟରେ ବିସ୍ତୃତ ସୂଚନା ନାହି , କିନ୍ତୁ ଯେତେ ଦ୍ରୁତ ଗତିରେ ଏହାର ଆର୍ବିଭାବ  ହେଉଛି , ସେତିକି ହିଁ ଏହା ବିଷୟରେ ଲୋକଙ୍କ ଉତ୍ସୁକତା ମଧ୍ୟ ବଢୁଛି। କୁହାଯାଏ ଯେ , ସିନ୍ଥେଟିକ୍‌ ଇଣ୍ଟେଲିଜେନ୍ସ ଏକ  ଉଦୀୟମାନ ଅବଧାରଣା , ଯାହାକୁ ପାରମ୍ପରିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଠାରୁ ଅଧିକ ଶକ୍ତିଶାଳୀ ଏବଂ ମାନବ ପରି ଚେତନାର ଏକ ବ୍ୟବସ୍ଥା ଭାବେ ବିବେଚନା କରାଯାଉଛି।