LIVE TV

ରସାୟନ ବିଜ୍ଞାନ ପାଇଁ ନୋବେଲ୍, ମେଟାଲ୍ ଅର୍ଗାନିକ୍ ଫ୍ରେମୱାର୍କ ପାଇଁ ତିନି ବୈଜ୍ଞାନିକଙ୍କୁ ମିଳିବ ସମ୍ମାନ

NEWS7
nobel

ନୂଆଦିଲ୍ଲୀ: ରସାୟନ ବିଜ୍ଞାନ ପାଇଁ ବୁଧବାର ନୋବେଲ୍ ପୁରସ୍କାର ଘୋଷଣା ହୋଇଛି । ଚଳିତ ବର୍ଷ କେମିଷ୍ଟ୍ରି ପାଇଁ ସୁସୁମୁ କିଟାଗାୱା (ଜାପାନ), ରିଚାର୍ଡ ରବସନ୍ (ଅଷ୍ଟ୍ରେଲିଆ) ଏବଂ ଓମାର ଏମ୍. ୟାଘି (ଆମେରିକା)ଙ୍କୁ ନୋବେଲ ପ୍ରଦାନ କରାଯିବ । ସ୍ୱୀଡେନର ରୟାଲ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍ ଏହି ଘୋଷଣା କରିଛି ।

ମେଟାଲ୍ ଅର୍ଗାନିକ୍ ଫ୍ରେମୱାର୍କ (ଏମଓଏଫ୍) ପାଇଁ ତାଙ୍କୁ ଏହି ସମ୍ମାନ ମିଳିବ । ସେମାନେ ବଡ଼ ବଡ଼ ଖାଲି ସ୍ଥାନ ଥିବା ପରମାଣୁ ତିଆରି କରିଛନ୍ତି, ଯାହା ମଧ୍ୟ ଦେଇ ଗ୍ୟାସ ଏବଂ ଅନ୍ୟାନ୍ୟ ରାସାୟନିକ ପଦାର୍ଥଗୁଡ଼ିକ ସହଜରେ ଯାଇପାରିବେ । ଏହି ଗଠନଗୁଡ଼ିକୁ ମେଟାଲ୍ ଅର୍ଗାନିକ୍ ପ୍ରେମୱାର୍କ (MOF) କୁହାଯାଏ । ଏଥିରେ ଏପରି କ୍ରିଷ୍ଟଲ (ସ୍ପଟିକ) ହୁଏ, ଯେଉଁଥିରେ ବଡ଼ ଖାଲି ସ୍ଥାନ ରହିଥାଏ । ​​​​​​​

ନିର୍ଦ୍ଦିଷ୍ଟ ପଦାର୍ଥଗୁଡ଼ିକୁ କ୍ୟାପ୍ଚର କିମ୍ବା ଷ୍ଟୋର କରିବା ପାଇଁ ଏଗୁଡ଼ିକୁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇପାରିବ । ଏଗୁଡ଼ିକୁ ମରୁଭୂମି ବାୟୁରୁ ପାଣି ସଂଗ୍ରହ କରିବା, ପ୍ରଦୂଷଣ ଦୂର କରିବା, ଅଙ୍ଗରାକାମ୍ଲ ସଫା କରିବା, ବିଷାକ୍ତ ଗ୍ୟାସ ସଂରକ୍ଷଣ କରିବା କିମ୍ବା ରାସାୟନିକ କ୍ରିୟାଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟବହାର କରାଯାଇପାରିବ ।

​​​​​​​MOF ​​​​​​​କ'ଣ ?

MOF ଏକ ପ୍ରକାର ଜାଲି ପରି ସଂରଚନା (ନେଟୱାର୍କ) ହୋଇଥାଏ, ଯାହା ଧାତୁ (ମେଟାଲ୍ ଆଇଓନ୍ସ) ଓ କାର୍ବନ ଅଣୁରେ ତିଆରି ହୋଇଥାଏ । ଏହା ଭିତରେ ଅନେକ ଖାଲି ଛିଦ୍ର କିମ୍ୱା ସ୍ଥାନ ରହିଥାଏ, ଯେଉଁଥିରେ ଗ୍ୟାସ୍ କିମ୍ୱା ତରଳ ପଦାର୍ଥ ଯିବା ଆସିବା କରିୁପାରିବେ । ଏହି ତିନି ବୈଜ୍ଞାନିକଙ୍କ ଆବିଷ୍କାର କେବଳ ସାମଗ୍ରୀ ବିଜ୍ଞାନ (materials science)  କ୍ଷେତ୍ରରେ ବିପ୍ଳବ ଆଣିନାହିଁ, ବରଂ ପରିବେଶ ଏବଂ ଶକ୍ତି ସମ୍ବନ୍ଧୀୟ ବିଶ୍ୱ ଆହ୍ୱାନର ସମାଧାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରୂପେ ପ୍ରମାଣିତ ହୋଇଛି।

ଜୀବନ ଓ ପରିବେଶର ଉନ୍ନତ ପାଇଁ ଆବିଷ୍କାର କରିଥିବା ବୈଜ୍ଞାନିକଙ୍କୁ ପ୍ରତିବର୍ଷ କେମିଷ୍ଟ୍ରିରେ ନୋବେଲ୍ ପ୍ରଦାନ କରାଯାଇଥାଏ । ବିଜେତାମାନଙ୍କୁ ୧୧ ନିୟୁତ ସ୍ୱିଡିସ୍ କ୍ରୋନର (୧୦.୩ କୋଟି) ସ୍ୱର୍ଣ୍ଣ ପଦକ ଏବଂ ପ୍ରମାଣପତ୍ର ମିଳିବ । ପୁରସ୍କାର ଟଙ୍କା ତିନି ଜଣଙ୍କ ମଧ୍ୟରେ ବଣ୍ଟାଯିବ । ଡିସେମ୍ବର ରେ ଷ୍ଟକହୋମରେ ପୁରସ୍କାର ପ୍ରଦାନ କରାଯିବ । ​​​​​​​