News7 Logo

ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ସୁରଜ, ନିଜ ଦେହରେ ନିଜେ ପେଟ୍ରୋଲ ଢାଳି ଲଗାଇଥିଲେ ନିଆଁ

NEWS7
suraj

ବ୍ରହ୍ମପୁର ୧୩।୦୯ : ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ସୁରଜ । ବାପା ଗାଳି କରିବାକୁ ପୁରୁଣା ବ୍ରହ୍ମପୁର ମେଣ୍ଟୁ ଛକର ଲବ ସାହୁଙ୍କ ପୁଅ ସୁରଜ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ଦୁଇ ଦିନ ଧରି ଭୁବନେଶ୍ୱର ଏମ୍‌ସରେ ଚିକିତ୍ସା ଜାରି ରହିଥିଲା । ହେଲେ ଶୁକ୍ରବାର ସଂଧ୍ୟା ୭ ଟା ୩୦ ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଖବର ଅନୁଯାୟୀ, ବୁଧବାର ରାତି ୯ଟା ୩୦ରେ ସୁରଜ ଦୋକାନ ସମ୍ମୁଖରେ ଏକ ପ୍ଲାଷ୍ଟିକ୍‌ ବୋତଲରୁ ପେଟ୍ରୋଲ ବାହାର କରି ନିଜ ଦେହରେ ଢାଳିଥିଲେ। ଏହାପରେ ନିଜକୁ  ନିଆଁ ଲଗାଇଥିଲେ। ସେ ହୁତୁହୁତୁ ଜଳୁଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ  ଉଦ୍ଧାର କରି ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରି ଡାକ୍ତର ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର କରିଥିଲେ। ଦୁଇ ଦିନ ଧରି ଏମ୍‌ସରେ ସୁରଜଙ୍କ ଚିକିତ୍ସା ଜାରି ରହିଥିଲା। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ କରିବେ ବୋଲି ବାପା କହିଛନ୍ତି ।