LIVE TV

ଏୟାର ଇଣ୍ଡିଆ ଦୁର୍ଘଟଣା ମାମଲା: ପାଇଲଟଙ୍କ ତ୍ରୁଟି ରିପୋର୍ଟକୁ ସୁ୍ପ୍ରିମକୋର୍ଟଙ୍କ ନିନ୍ଦା, ଜାଣନ୍ତୁ କହିଲେ କ’ଣ?

NEWS7
Stock Photo

ନୂଆଦିଲ୍ଲୀ ୨୨।୯: ସର୍ବୋଚ୍ଚ ନ୍ୟାୟାଳୟ ସୋମବାର ଅହମଦାବାଦ ଏୟାର ଇଣ୍ଡିଆ ବୋଇଂ ଡ୍ରିମଲାଇନର ବିମାନ ଦୁର୍ଘଟଣାର ସ୍ୱତନ୍ତ୍ର ଓ ଶୀଘ୍ର ଯାଞ୍ଚ ଦାବି କରୁଥିବା ଆବେଦନ ଉପରେ ନୋଟିସ୍ ଜାରି କରିଛନ୍ତି। ୧୨ ଜୁନ ୨୦୨୫ରେ ହୋଇଥିବା ଏହି ଦୁର୍ଘଟଣାରେ ୨୬୦ ଜଣଙ୍କ ମୃତ୍ୟୁ ହୋଇଥିଲା। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଏନ.କେ. ସିଂହଙ୍କ ପୀଠ ସେହିସବୁ ଗଣମାଧ୍ୟମ ରିପୋର୍ଟକୁ ‘ଦୁର୍ଭାଗ୍ୟପୂର୍ଣ୍ଣ’ କହିଛନ୍ତି ଯେଉଁଥିରେ ସଂକେତ ଦିଆଯାଇଥିଲା ଦୁର୍ଘଟଣା ଲାଗି ପାଇଲଟଙ୍କ ତ୍ରୁଟି ଦାୟି, ଏଥିରେ କଥିତ ରୂପେ ବିମାନ ଦୁର୍ଘଟଣା ଯାଞ୍ଚ ବ୍ୟୁରୋ (ଏଏଆଇବି)ର କେତେକ ପ୍ରାରମ୍ଭିକ ନିଷ୍କର୍ଷର ଉଦାହରଣ ଦିଆଯାଇଥିଲା।

ପୀଠ ବିମାନ ସୁରକ୍ଷା ସମ୍ପର୍କିତ ଅଣ ସରକାରୀ ସଙ୍ଗଠନ ସେଫ୍ଟି ମ୍ୟାଟର୍ସ ଫାଉଣ୍ଡେସନର ଆବେଦନ ଉପରେ କେନ୍ଦ୍ର, ଏଏଆଇବି ମହାନିର୍ଦ୍ଦେଶକ ଓ ଡିଜିସିଏଙ୍କୁ ନୋଟିସ୍ ଜାରି କରିଛନ୍ତି। କୌଣସି ବିଶେଷଜ୍ଞ ସଂସ୍ଥା ଦ୍ୱାରା ସ୍ୱତନ୍ତ୍ର ଓ ଶୀଘ୍ର ତଦନ୍ତ ସୁନିଶ୍ଟିତ କରିବା ପାଇଁ ସୀମିତ ଉଦ୍ଦେଶ୍ୟରେ ପ୍ରତିବାଦୀଙ୍କୁ ନୋଟିସ୍ ଜାରି କରାଯାଉ। ଏନଜିଓ ପକ୍ଷରୁ କୋର୍ଟରେ ଉପସ୍ଥିତ ଓକିଲ ପ୍ରଶାନ୍ତ ଭୂଷଣ ଫ୍ଲାଇଟ୍ ଡାଟା ରେକର୍ଡର ବିବରଣୀ ସାର୍ବଜନିକ କରିବାକୁ ଦାବି କରିଛନ୍ତି। ତେବେ ପୀଠ ଏଥିରେ ଅନିଛା ପ୍ରକାଶ କରିଥିବା ବେଳେ ନିୟମିତ ଯାଞ୍ଚର ତାର୍କିକ ନିଷ୍କର୍ଷରେ ପହଞ୍ଚିବା ପର୍ଯ୍ୟନ୍ତ ଗୋପନୀୟତା କାୟମ ରଖିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି।

ଫାଉଣ୍ଡେସନ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନରେ କୁହାଯାଇଛି ଯେ ଏଏଆଇବି ଦ୍ୱାରା ଜାରି ପ୍ରାରମ୍ଭିକ ରିପୋର୍ଟ ଅଧା ଅଧୁରା ସାଙ୍ଗକୁ ରଚନାତ୍ମକତା ଓ ପାରଦର୍ଶିତା ରହିତ, ଏଣୁ ଯାଞ୍ଚପ୍ରକ୍ରିୟାର ବିଶ୍ୱସନୀୟତା ଓ ଯାତ୍ରା କରୁଥିବା ଲୋକଙ୍କ ବିଶ୍ୱାସ ହ୍ରାସ ହେଉଛି। ଏଥିରେ କୁହାଯାଇଛି ଯେ ପାରମ୍ଭିକ ରିପୋର୍ଟ( ଦୁର୍ଘଟଣା ଓ ଘଟଣାର ଯାଞ୍ଚ) ବିମାନ ନିୟମ ୨୦୧୭ର ନିୟମ ୨(୨୫) ପାଳନ କରିବାରେ ବିଫଳ ହୋଇଛି, ଯେଉଁଥିରେ କୁହାଯାଇଛି। ଏପରି ରିପୋର୍ଟର ଉଦ୍ଦେଶ୍ୟ ତଦନ୍ତର ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାପ୍ତ ସମସ୍ୟ ତଥ୍ୟ ପ୍ରସାରିତ କରିବା।

ହେଲେ ରିପୋର୍ଟରେ ହାତଗଣତି ସୂଚନା ରହିଛି। ଏଥିରେ କୁହାଯାଇଛି ଏହି ରଚନାତ୍ମକ ପ୍ରସ୍ତୁତି ଏକ ଭ୍ରମ ଧାରଣା ସୃଷ୍ଟି କରୁଛି। ଆଂଶିକ ସୂଚନାର ଏହି ରଚନାତ୍ମକ ପ୍ରକାଶନରୁ ସାର୍ବଜନିକ ଧାରଣା ପକ୍ଷପାତପୂର୍ଣ୍ଣ ହେଉଛି, ଯାହା ଦୁର୍ଘଟଣାର କାରଣ ପାଇଲଟଙ୍କ ତ୍ରୁଟିକୁ  ଦର୍ଶାଉଛି। ହେଲେ ଏୟାରଲାଇନ୍ସ ଓ ନିର୍ମାତାସମ୍ଭାବିତ ଦାୟିତ୍ୱରୁ ମୁକ୍ତ କରିଦେଉଛି।