ଦାମୀ ଆଭୁଷଣରେ ସୁଧା ରୋଡ୍ଡୀ; ୨୦୦ କ୍ୟାରେଟର ହୀରା ହାର ପିନ୍ଧି ମେଟ୍ ଗାଲାରେ କଲେ ଏଣ୍ଟ୍ରି

Published By : Prameya-News7 Bureau | May 08, 2024 IST

ନ୍ୟୁୟର୍କ,୭ ।୫: ସାରା ବିଶ୍ୱର ସେଲିବ୍ରିଟିମାନେ ସୋମବାର ମେଟ୍‌ ଗାଲା ୨୦୨୪ରେ ଅବସରରେ ଏକତ୍ରିତ ହୋଇଥିବାବେଳେ ଭାରତୀୟ ବ୍ୟବସାୟୀ ଓ ଅରବପତି ସୁଧା ରେଡ୍ଡୀଙ୍କର ଲୁକ୍‌ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା । ମେଟ୍‌ ଗାଲା ରେଡ୍‌ କାର୍ପେଟ୍‌ରେ ସୁଧା ଏକ ଅଫ୍‌ ସୋଲଡର ଏମ୍ବ୍ରୟଡୋରୀଯୁକ୍ତ ଆଇଭରି ସିଲ୍‌କ ଗାଉନ୍‌ ପିନ୍ଧିଥିବା ନଜର ଆସିଥିଲେ । ତରୁଣ ତାହିଲିଆନିଙ୍କ ଦ୍ୱାରା ଡିଜାଇନ୍‌ ହୋଇଥିବା ସେହି ଗାଉନ୍‌କୁ ୮୦ରୁ ଅଧିକ କାରିଗର ପ୍ରାୟ ୪୫୦୦ ଘଣ୍ଟାରେ ପ୍ରସ୍ତୁତ କରିଥିଲେ । 

ତେବେ ସେ ପିନ୍ଧିଥିବା ୧୮୦ କ୍ୟାରେଟ୍‌ ହୀରାହାର ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ସୁଧା ରେଡ୍ଡୀ ହାଇଦ୍ରାବାଦର ଅରବପତି ବ୍ୟବସାୟୀ ମେଘା କ୍ରିଷ୍ଣା ରେଡ୍ଡୀଙ୍କର ପତ୍ନୀ । ସେ ମଧ୍ୟ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକଚର ଲିମିଟେଡ୍‌ର ଅଧ୍ୟକ୍ଷ ଅଛନ୍ତି । ଅନେକ ସମାଜକଲ୍ୟାଣମୂଳକ କାର୍ଯ୍ୟରେ ମଧ୍ୟ ସେ ସାମିଲ ହୋଇଥାନ୍ତି । ଏହା ପୂର୍ବରୁ ସୁଧା ମେଟ୍‌ ଗାଲା ୨୦୨୧ରେ ମଧ୍ୟ ସାମିଲ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.