ରାସ୍ତା ପାର ବେଳେ ଛାତ୍ରୀଙ୍କୁ ଚାପିଦେଲା ହାଇଓ୍ବା, ଘୋଷାଡ଼ି ନେଲା ୩୦ମିଟର

Published By : Prameya-News7 Bureau | May 02, 2025 IST

ଭୁବନେଶ୍ବର ୨।୫ଭୁବନେଶ୍ୱର ଆଇଗିଣିଆ ଚଣ୍ଡୀମନ୍ଦିର ସମ୍ମୁଖରେ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ସୁଶ୍ରୀ ସୌମ୍ୟା । ନୟାଗଡ଼ ଜିଲ୍ଲାରେ ତାଙ୍କ ଘର । ସେ ଭୁବନେଶ୍ୱରର ଏକ ଘରୋଇ କଲେଜରେ ପାଠ ପଢୁଥିଲେ । ସୌମ୍ୟା ରାସ୍ତା ପାର ହେବା ବେଳେ ତାଙ୍କୁ ହାଇୱା ଧକ୍କା ଦେଇଥିଲା । 

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ଛାତ୍ରୀଙ୍କୁ ଧକ୍କା ଦେବା ପରେ ୩୦ ମିଟର ଘୋଷାଡି ନେଇଥିଲା ହାଇୱା। ଖୋର୍ଦ୍ଧା ପଟୁ ଆସୁଥିବା ଲୋଡେଡ ହାଇୱା ଧକ୍କା ଦେଇଥିଲା । ହାଇୱା ଡ଼୍ରାଇଭର ଗାଡ଼ି ରଖି ଫେରାର ହୋଇ ଯାଇଥିବା ବେଳେ ଗାଡ଼ି ଜବତ କରିଛି ପୋଲିସ । ଦୀର୍ଘ ସମୟ ଧରି ରାସ୍ତାରୋକ କରିଥିଲେ ସ୍ଥାନୀୟ ବାସିନ୍ଦା ।

You Can Read:

ପୂର୍ବରୁ ରହିଥିଲା ବିବାଦ, ସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରୀ ଭୁସି ନିର୍ମମ ହତ୍ୟା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.