ନୂଆଦିଲ୍ଲୀ: ଶ୍ରୀଲଙ୍କାର ବିଶାଳ ପଥର ଉପରେ ମିଳିଛି ଏକ ପୁରାତନ ସହରର ଖୋଜ୍। ଯାହା ପ୍ରତ୍ନତତ୍ତ୍ୱବିତ୍ ତଥା ଐତିହାସିକମାନଙ୍କୁ ଚକିତ କରିଛି। ଶ୍ରୀଲଙ୍କାର ମଧ୍ୟଭାଗରେ ଅବସ୍ଥିତ ସିଗରିଆ ସହରର ଧ୍ୱଂସାବଶେଷ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାକୁ ଦେଖିଲେ ଲାଗିବ ଯେ ଏହା ନିଶ୍ଚିତ ଭାବରେ ଏକ ବିରାଟ ସହର ଥିଲା। କୁହାଯାଏ ଏହା ରାଜାଙ୍କର ଥିଲା ରାଜଧାନୀ।
ଏହି ସହର ଏକ ଉଚ୍ଚ ପାହାଡ ଉପରେ ଅବସ୍ଥିତ, ଯାହାର ନିର୍ମାଣ ଶୈଳୀ ଆଜିବି ପ୍ରତ୍ନତତ୍ତ୍ୱବିତମାନଙ୍କୁ ଆଶ୍ଚର୍ଯ୍ୟ କରେ। ଏହା ସେହି ସମୟର ଅତ୍ୟାଧୁନିକ ଇଞ୍ଜିନିୟରିଂର ଏକ ଜ୍ୱଳନ୍ତ ଉଦାହରଣ। ଏଠାରେ ମିଳିଥିବା ବସ୍ତୁଗୁଡ଼ିକ ଆଧାରରେ ଅନେକ କୁହନ୍ତି ଯେ ଏହା ଥିଲା ହିନ୍ଦୁ ଧର୍ମଗ୍ରନ୍ଥ ରାମାୟଣରେ ବର୍ଣ୍ଣିତ କରାଯାଇଥିବା ଲଙ୍କା ରାଜା ରାବଣର ମହଲ।
ସିଗିରିଆ ସହର ଆଜି ଶ୍ରୀଲଙ୍କାର ଅନ୍ୟତମ ପ୍ରସିଦ୍ଧ ସ୍ମାରକୀରୁ ଅନ୍ୟତମ। ଯାହା ବିଶ୍ୱର ଚମତ୍କାର ସ୍ଥାନ ମଧ୍ୟରେ ଗଣାଯାଏ। ସିଂହର ପଥର ଭାବେ ମଧ୍ୟ ଜଣାଶୁଣା ସିଗରିଆ। ଯାହାର ଉଚ୍ଚତା ୧୮୦ ମିଟର । ଏହା ଏତେ ଉଚ୍ଚ ଯେ ଜଙ୍ଗଲ ବାହାରେ ବିରାଟକାୟ ପଥର ପରି ଦୃଶ୍ୟମାନ ହୁଏ।
ଲିଖିତ ରେକର୍ଡ ଅନୁଯାୟୀ ଏହା ରାଜା କଶ୍ୟପଙ୍କ ରାଜଧାନୀ ଥିଲା। କିଛି ଲୋକ ଏହା ମଧ୍ୟ ବିଶ୍ୱାସ କରନ୍ତି ଯେ ରାଜା କଶ୍ୟପ ଏହି ସ୍ଥାନ ତାଙ୍କ ପ୍ରାସାଦ ଭାବରେ ନିର୍ମାଣ କରିଥିଲେ। ବର୍ତ୍ତମାନ ଏହି ସ୍ମାରକୀକୁ ୟୁନେସ୍କୋ ଐତିହ୍ୟରେ ସାମିଲ କରାଯାଇଛି।
ଅନେକ ଐତିହାସିକ ଅଛନ୍ତି ରାମାୟଣରେ ଉଲ୍ଲେଖ କରାଯାଇଥିବା ଲଙ୍କାପତୀ ରାବଣ ସହିତ ସିଗରିଆ ସହ ଯୋଡ଼ନ୍ତି। କୁହାଯାଏ ଯେ ପ୍ରାୟ ୫ ହଜାର ବର୍ଷ ପୂର୍ବେ ଏହି ପର୍ବତ ଉପରେ ରାବଣଙ୍କ ପ୍ରାସାଦ ଥିଲା, ଯାହା କୁବେର ଦ୍ୱାରା ନିର୍ମିତ ହୋଇଥିଲା। କୁହାଯାଏ ଯେ ଏହି ମହଲରେ ପହଞ୍ଚିବା ପାଇଁ ୧୦୦୦ ସିଡ଼ି ବ୍ୟବହାର କରାଯାଇଥିଲା। ରାଜପ୍ରାସାଦର ଶୀର୍ଷକୁ ଯିବା ପାଇଁ ଲିଫ୍ଟ ବ୍ୟବହାର କରାଯାଉଥିଲା। ପାଞ୍ଚ ହଜାର ବର୍ଷ ପୂର୍ବେ ଏକ ଲିଫ୍ଟର କଳ୍ପନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଏହି ପଥର ପର୍ବତ ତଳକୁ ଦେଖିଲେ, ଅନେକ ଗୁମ୍ଫା ଦୃଶ୍ୟମାନ ହୁଏ। ବିଶ୍ୱାସ କରାଯାଏ ଯେ ସୀତାଙ୍କୁ ଅପହରଣ କରିବା ପରେ ରାବଣ ତାଙ୍କୁ ଏହି ଗୁମ୍ଫା ମଧ୍ୟରୁ ଗୋଟିଏରେ ରଖିଥିଲା। ଗୁମ୍ଫା ଭିତରେ ଅନେକ ଚିତ୍ର ଅଛି, କୁହାଯାଏ ଯେ ଏହି ଚିତ୍ରଗୁଡ଼ିକ ରାବଣର ଅନେକ ପତ୍ନୀଙ୍କର। ପୁରାଣ କଥାକୁ ବାଦ୍ ଦେଲେ ସିଗରିଆ ଏକଦା ବୌଦ୍ଧ ମଠ ବୋଲି କୁହାଯାଉଥିଲା। ବିଶ୍ୱାସ କରାଯାଏ ଯେ ବୌଦ୍ଧ ଭିକ୍ଷୁମାନେ ଚତୁର୍ଦ୍ଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏଠାରେ ବାସ କରୁଥିଲେ, ଯଦିଓ ଏହି ଘଟଣାର କୌଣସି ପ୍ରମାଣ ନାହିଁ।