ସଞ୍ଜୟଙ୍କ ଚର୍ଚ୍ଚିତ ଓ୍ବେବ୍‌ ସିରିଜ୍‌, ହୀରାମଣ୍ଡି ପାଇଁ କିଏ ନେଇଛନ୍ତି କେତେ ଫି’ ?

Published By : Prameya-News7 Bureau | April 29, 2024 IST

ନୂଆଦିଲ୍ଲୀ ୨୯।୦୪: ହୀରାମଣ୍ଡି: ଦ ଡାଇମଣ୍ଡ ବଜାର। ସଞ୍ଜୟ ଲୀଲା ବଂଶାଲିଙ୍କର ବହୁ ପ୍ରତୀକ୍ଷିତ ୱେବସିରିଜ । ବର୍ତ୍ତମାନ ଏହାକୁ ନେଇ ଖୁବ୍ ଚର୍ଚ୍ଚା । ଷ୍ଟାରକାଷ୍ଟଙ୍କ ଠାରୁ ସୁଟିଂଙ୍ଗ ସେଟ୍‌ ପର୍ଯ୍ୟନ୍ତ ସବୁକିଛିକୁ ନେଇ ହେଉଛି ଆଲୋଚନା । ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଧାଡିର ନିର୍ଦ୍ଦେଶକ ସଞ୍ଜୟ ଲୀଲା ବଂସାଲୀ । ଅନେକ ବଡ ବଡ ଫିଲ୍ମର ଦେଇଛନ୍ତି ନିର୍ଦ୍ଦେଶନା । ତାଙ୍କ ଫିଲ୍ମ ଯେତିକି ଚର୍ଚ୍ଚିତ ସେତିକି ବିବାଦୀତ ମଧ୍ୟ । 

ବର୍ତ୍ତମାନ ହୀରାମଣ୍ଡି ଜରିଆରେ ଓଟିଟିରେ ଡେବ୍ୟୁ କରିବେ ସଞ୍ଜୟ । ଏହି ସିରିଜ୍‌ ଜରିଆରେ ଅନେକ ତାରକା ବହୁତ ସମୟ ପରେ ପରଦାକୁ ଫେରୁଛନ୍ତି । ଓ୍ବେବ ସିରିଜ୍‌ରେ ମନୀଶା କୋଇରାଲାଙ୍କ ଠାରୁ ନେଇ ସୋନାକ୍ଷୀ ସିହ୍ନା, ଫରଦିନ୍‌ ଖାନ୍ ପରି ଅନେକ ବଡ ବଡ କଳାକାର ରହିଛନ୍ତି । ବର୍ତ୍ତମାନ ହୀରାମଣ୍ଡିର ଷ୍ଟାରକାଷ୍ଟଙ୍କ ଫି’କୁ ନେଇ ହେଉଛି ଚର୍ଚ୍ଚା ।  ଆସନ୍ତୁ ଜାଣିବା କିଏ ନେଇଛନ୍ତି କେତେ ଫି…

ବଲିଉଡ୍‌ ରିପୋର୍ଟ ଅନୁଯାୟୀ ଏହି ସିରିଜ୍‌ ପାଇଁ ନେଟଫ୍ଲିକ୍ସ ଖର୍ଚ୍ଚ କରିଛି ୨୦୦ କୋଟି । କେବଳ ସଞ୍ଜୟ ଏହି ଫିଲ୍ମର ନିର୍ଦ୍ଦେଶନା ଦେବା ପାଇଁ ନେଇଛନ୍ତି ୬୦ରୁ ୬୫ କୋଟି ଟଙ୍କାର ପାରିଶ୍ରମିକ । ୨୦୦ କୋଟିରୁ ସଞ୍ଜୟଙ୍କ ଫି ବାଦ୍‌ ଯାହା ବଳକା ରହିଲା ସେଥିରୁ ଷ୍ଟାରକାଷ୍ଟ ଏବଂ ପ୍ରଯୋଜନା ଖର୍ଚ୍ଚ ଦିଆଯିବ । ତେବେ ହୀରାମଣ୍ଡି ପାଇଁ ସବୁଠାରୁ ଅଧିକ ଫି ନେଇଛନ୍ତି ସୋନାକ୍ଷୀ ସିହ୍ନା । ତାଙ୍କୁ ପାରିଶ୍ରମିକ ବାବାଦରେ ୨ କୋଟି ମିଳିଛି । ହୀରାମଣ୍ଡି ସିରିଜ୍‌ରେ   ଖଳନାୟକ ଭୂମିକାରେ ନଜର ଆସିବେ ସୋନାକ୍ଷୀ । 

ଏହାପଛକୁ ଅଛନ୍ତି ଆଦିତି ରାଓ ହାଇଦରୀ । ସେ ବେବୋଜାନ୍‌ ଭୂମିକାରେ ନଜର ଆସିବେ । ମିଡିଆ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀଙ୍କୁ ଫି ଭାବରେ ମିଳିଛି ୧ରୁ ୧.୫କୋଟି । 

ଏହି ଓ୍ବେବ୍‌ ସିରିଜରେ ମୁଖ୍ୟ ଭୂମିକାରେ ନଜର ଆସିବେ ମନୀଷା କୋଇରାଲା । ଏଥିରେ ଅଭିନେତ୍ରୀ ମଲ୍ଲିକା ଜାନ ଭୂମିକାରେ ନଜର ଆସିବେ । ଅଭିନେତ୍ରୀଙ୍କୁ ପାଖାପାଖି ଫି ବାବଦରେ ୧ କୋଟି ଟଙ୍କା ମିଳିଛି।

ହୀରାମଣ୍ଡିରେ ଲଜ୍ଜୋ ଭୂମିକାରେ ନଜର ଆସିବେ ରିଚା ଚଡ୍ଡା । ଏଥିପାଇଁ ରିଚାଙ୍କୁ ମିଳିଛି ୧ କୋଟି ଟଙ୍କାର ପାରିଶ୍ରମିକ ।

ଟେଲିଭିଜନ୍‌ ଜଗତ ପରିଚିତ ଚେହେରା ସଞ୍ଜିଦା ଶେଖ । ପୋନ୍ନିୟନ୍‌ ସେଲଭାନ୍‌, ଫାଇଟର୍‌ ଭଳି ହିନ୍ଦୀ ଓ ଦକ୍ଷିଣୀ ଫିଲ୍ମର ପାର୍ଶ୍ବ ଚରିତ୍ରରେ ଅଭିନୟ କରିଥିବା ଦେଖିବାକୁ ମିଳିଛନ୍ତି ସଞ୍ଜିଦା । ଏହି ସିରିଜ୍ ପାଇଁ ତାଙ୍କୁ ମିଳିଛି ୪୦ ଲକ୍ଷ ଟଙ୍କା । 

ବଲିଉଡ୍‌ ଅଭିନେତା ଫରଦିନ୍‌ ଖାନ୍ । ଦୀର୍ଘ ୧୪ ବର୍ଷ ପରେ ପୁଣି ଫେରିଛନ୍ତି ବଡ ପରଦାକୁ । ସେ ହିରାମଣ୍ଡିରେ ମହମ୍ମଦ ଭୂମିକାରେ ନଜର ଆସିବେ । ହୀରାମଣ୍ଡି ପାଇଁ ଅଭିନେତାଙ୍କ ମିଳିଛି ୭୫ ଲକ୍ଷ ଟଙ୍କା । 

ହୀରାମଣ୍ଡି ଓ୍ବେବ୍‌ ସିରିଜ୍‌ରେ ଅଭିନୟ ପାଇଁ ସବୁଠାରୁ କମ୍‌ ପାରିଶ୍ରମିକ ନେଇଛନ୍ତି ଶର୍ମିନ ସେହଗଲ୍‌ । ଶର୍ମିନ୍‌ ସମ୍ପର୍କରେ ସଞ୍ଜୟଙ୍କ ଭାଣେଜୀ । ସଞ୍ଜୟଙ୍କ ଏକାଧିକ ଫିଲ୍ମରେ ସହକାରୀ-ନିର୍ଦ୍ଦେଶକ ଭାବେ କାମ କରିଛନ୍ତି ଶର୍ମିନ୍‌ । କିନ୍ତୁ ହୀରାମଣ୍ଡିରେ ଅଭିନୟ ପାଇଁ ଶର୍ମିନଙ୍କୁ ମିଳିଛି ୩୫ ଲକ୍ଷ ଟଙ୍କା । 

 'ହୀରମଣ୍ଡି'ରେ ମଧ୍ୟ ଆଧ୍ୟୟନ ସୁମନ, ଶେଖର ସୁମନ, ତାହା ଶାହା ବଦୁଶା, ଫରିଦା ଜାଲାଲ ଏବଂ ଅନ୍ୟ କେତେକ କଳାକାର ଅଭିନୟ କରିଛନ୍ତି । କିନ୍ତୁ ବର୍ତ୍ତମାନ ସେମାନଙ୍କ ଫି ବିଷୟରେ କୌଣସି ସୂଚନା ମିଳିନାହିଁ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.