ହିଞ୍ଜିଳି ବିଧାନସଭା ଆସନ ପାଇଁ ମଙ୍ଗଳବାର ନାମାଙ୍କନ ଭରିବେ ବିଜେଡି ସୁପ୍ରିମୋ, ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

Published By : Prameya-News7 Bureau | April 29, 2024 IST

ଛତ୍ରପୁର ।୪: ମଙ୍ଗଳବାର ହିଞ୍ଜିଳି ପାଇଁ ନବୀନ ପଟ୍ଟନାୟକ ଭରିବେ ନାମାଙ୍କନ । ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଫିସ୍ ଯାଇ ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିବେ ବିଜେଡି ସୁପ୍ରିମୋ । ଏଥିପାଇଁ ତାଙ୍କ ଗସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇସାରିଛି । ମଙ୍ଗଳବାର ସକାଳ ୧୦ ଟା ୧୫ ରେ ନବୀନ ନିବାସରୁ ବାହାରି ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବେ ନବୀନ । ସେଠାରୁ ହେଲିକାପ୍ଟରରେ ଯାଇ ଗଞ୍ଜାମ ଜିଲ୍ଲା ନରସିଂହପୁର ଛକ ହେଲିପ୍ୟାଡ୍‌ରେ ଦିନ ୧୧ଟାରେ ପହଞ୍ଚିବେ। ଦିନ ୧୧ଟା ୧୫ରେ ମା’ ତାରାତାରିଣୀଙ୍କୁ ଦର୍ଶନ କରିବେ ନବୀନ । ସେଠାରୁ ଆସି ୧୨ଟା ୨୦ ରେ ଛତ୍ରପୁର ସର୍କିଟ୍ ହାଉସରେ ପହଞ୍ଚିବେ। ୧୨ଟା ୩୫ ରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଭରିବେ ନବୀନ । ଏଥିପାଇଁ ଦଳ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ସେପଟେ ମେ’ ୨ ରେ କଣ୍ଟାବାଞ୍ଝିରେ ନବୀନ ଭରିବେ ନାମାଙ୍କନ । ଦୁଇ ବିଧାନସଭା ପାଇଁ ନବୀନ ନାମାଙ୍କନ ଦାଖଲ ପରେ ୩ ତାରିଖରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ।

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଗଞ୍ଜାମ ପୁଲିସ ପକ୍ଷରୁ ପୁରୁଷୋତ୍ତମପୁର ଥାନା ଅଧୀନ ନରସିଂହପୁର ଛକ ଠାରୁ ତାରାତାରିଣୀ ଏବଂ ଛତ୍ରପୁର ଅଞ୍ଚଳରେ ୧୩ ପ୍ଲାଟୁନ୍ ପୁଲିସ ମୁତୟନର ବ୍ୟବସ୍ଥା ରହିବେ । ସେହିପରି ୩ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୮ ଜଣ ଡିଏସ୍‌ପି, ୧୭ ଇନ୍ସପେକ୍ଟର, ୬୨ ଜଣ ଏସଆଇ/ସବ୍ ଇନ୍ସପେକ୍ଟର ଏବଂ ୨ଟି ଏସ୍‌କର୍ଟ ଗାଡିର ବ୍ୟବସ୍ଥା କରାଯାଇଥିବା ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି । ଏନେଇ ନିଜେ ଏସ୍‌ପି ବୁଲି ବୁଲି ସ୍ଥିତି ପରଖିଛନ୍ତି । ହେଲିପ୍ୟାଡ୍‌ ସ୍ଥାନରେ ଯାଞ୍ଚ କରାଯାଉଛି । 

You Can Read :

ମାଲକାନଗିରିରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର : ‘ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଏଠାକୁ ଶାନ୍ତି ଫେରିଛି’

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.