ପନ୍ନୁକୁ ହତ୍ୟା କରିବାକୁ ସୁପାରୀ କିଲର ଠିକ୍ କରିଥିଲେ ଭାରତର 'ର' ଏଜେଣ୍ଟ: ଆମେରିକା ମିଡିଆ

Published By : Prameya-News7 Bureau | April 29, 2024 IST

indiatoday

ନୂଆଦିଲ୍ଲୀ: ଖଲିସ୍ତାନ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁର ହତ୍ୟା ପଛରେ ଭାରତୀୟ ଗୁଇନ୍ଦା ସଂସ୍ଥା ‘ର’ର ଜଣେ ପୂର୍ବତନ କର୍ମଚାରୀଙ୍କ ହାତ ଥିବା ଆମେରିକା ମିଡିଆରେ ଖବର ପ୍ରକାଶ ପାଇଛି। ଆମେରିକା ଖବର କାଗଜ ୱାଶିଂଟନ ପୋଷ୍ଟ ରିପୋର୍ଟ ଅନୁସାରେ, ର(ରିସର୍ଚ୍ଚ ଆଣ୍ଡ ଆନାଲାଇଜ୍ ୱିଙ୍ଗ୍) ପୂର୍ବତନ ଅଫିସର ବିକ୍ରମ ଯାଦବ ଆମେରିକାରେ ପନ୍ନୁକୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଏଥିପାଇଁ ସେ ଏକ ସୁପରୀ ଗ୍ୟାଙ୍ଗ ଠିକ୍ କରିଥିଲେ। 

ରିପୋର୍ଟ ଅନୁସାରେ, ବିକ୍ରମ ଯାଦବ ଉକ୍ତ ଗ୍ୟାଙ୍ଗକୁ ପନ୍ନୁର ସମସ୍ତ ବିବରଣୀ ଦେଇଥିଲେ। ଏମିତିକି ପନ୍ନୁର ନ୍ୟୁୟର୍କ ଠିକଣା ମଧ୍ୟ ଦେଇଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ରିପୋର୍ଟ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବା ୱାଶିଂଟନ ପୋଷ୍ଟ ଖବର ପ୍ରକାଶ କରିଛି। 

ପଢ଼ନ୍ତୁ- ପ୍ରଧାନମନ୍ତ୍ରୀଙ୍କ ଉପରେ ୬ ବର୍ଷ ବ୍ୟାନ୍ ଲଗାଇବାକୁ ହୋଇଥିବା ଆବେଦନ ଖାରଜ୍ କଲେ ଦିଲ୍ଲୀ ହାଇକୋର୍ଟ

ନଭେମ୍ବର ୨୦୨୨ରେ ପନ୍ନୁ ହତ୍ୟା ଷଡ଼ଯନ୍ତ୍ରକୁ ଆମେରିକା ପଣ୍ଡ କଲା ବୋଲି ବ୍ରିଟିଶ ଖବରକାଗଜ ଫାଇନାନ୍ସିଆଲ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଥିଲା। ଆମେରିକା ଭାରତ ସରକାରଙ୍କୁ ଏନେଇ ଚେତାବନୀ ଦେଇଥିବା ମଧ୍ୟ ଫାଇନାନ୍ସିଆଲ୍ ଟାଇମ୍ସ କହିଥିଲା। ହେଲେ ସେତେବେଳେ ଭାରତ ସରକାର କିନ୍ତୁ ଆମେରିକାର ଅଭିଯୋଗକୁ ଖଣ୍ଡନ କରିବା  ସହ ଏହା ଭାରତ ସରକାର ନୀତ ବିରୁଦ୍ଧ ବୋଲି କହିଥିଲେ।   

ଏହି ଘଟଣା ପରେ ଆମେରିକାର ମନହଟ୍ଟନ କୋର୍ଟରେ ଏକ ଆବେଦନ ଦାଖଲ ହୋଇଥିଲା। ନିଖିଲ ଗୁପ୍ତା ନାମକ ବ୍ୟକ୍ତି ଭାରତ ସରକାରଙ୍କ ସହ ମିଶି ପନ୍ନୁକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗ ନାଁ ନେଇ ସିସି-୧ ବ୍ୟକ୍ତି ପନ୍ନୁକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିବା କୋର୍ଟରେ ଆବେଦନ କରାଯାଇଥିଲା। ୱାଶିଂଟନ ପୋଷ୍ଟର ରିପୋର୍ଟ ଅନୁସାରେ ସିସି-୧ ହେଉଛନ୍ତି ବିକ୍ରମ ଯାଦବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.