LIVE TV

ସୋନମ୍ ୱାଙ୍ଗଚୁକଙ୍କ NGOର ବିଦେଶୀ ଫଣ୍ଡିଂ ଲାଇସେନ୍ସ ବାତିଲ , ଲଦ୍ଦାଖ ହିଂସା ପରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ

NEWS7
Sonam Wangchuk

ନୂଆଦିଲ୍ଲୀ – ସରକାର ଲଦ୍ଦାଖର ପ୍ରମୁଖ କାର୍ଯ୍ୟକର୍ତ୍ତା ସୋନମ ୱାଙ୍ଗଚୁକ୍‌ଙ୍କ ଦ୍ୱାରା ପରିଚାଳିତ ଅଣ-ଲାଭକାରୀ ସଙ୍ଗଠନ (ଏନଜିଓ)ର ଏଫସିଆରଏ ପଞ୍ଜୀକରଣ ବାତିଲ କରି ଦେଇଛନ୍ତି। ଏହାର କାରଣ ସଙ୍ଗଠନ ଦ୍ୱାରା ଏନଜିଓ ପାଇଁ ନିର୍ଦ୍ଧାରିତ ବିଦେଶୀ ଫଣ୍ଡିଂ ସମ୍ୱନ୍ଧୀୟ ଆଇନର ବାରମ୍ୱାର ଉଲ୍ଲଙ୍ଘନ ହୋଇଥିବା କୁହାଯାଉଛି। ଏହି ନିଷ୍ପତ୍ତି ୱାଙ୍ଗଚୁକ୍‌ଙ୍କ ନେତୃତ୍ୱରେ ଲଦ୍ଦାଖକୁ କେନ୍ଦ୍ର ଶାସିତ ପ୍ରଦେଶରୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦେବାର ଦାବିକୁ ନେଇ ସୃଷ୍ଟି ହିଂସାତ୍ମକ ଆନ୍ଦୋଳନର ଠିକ୍‌ ୨୪ ଘଣ୍ଟା ପରେ କରାଯାଇଛି। ହେଲେ ଏବେସୁଦ୍ଧା ୱାଙ୍ଗଚୁକଙ୍କ ପକ୍ଷରୁ ଏହା ଉପରେ ବୟାନ ଆସି ନାହିଁ।

ଉଲ୍ଲେଖନୀୟ ଯେ, କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ (ସିବିଆଇ) ସୋନମ ୱାଙ୍ଗଚୁକଙ୍କ ଦ୍ୱାରା ସ୍ଥାପିତ ଏକ ସଂସ୍ଥା ବିରୋଧରେ ବିଦେଶୀ ଫଣ୍ଡିଂର କଥିତ ଉଲ୍ଲଙ୍ଘନର ଯାଞ୍ଚ କରୁଛି। ଅଧିକାରୀଙ୍କ ଅନୁସାରେ , ଏହି ତଦନ୍ତ କିଛି ଦିନ ଚାଲିଛି, କିନ୍ତୁ ଏବେସୁଦ୍ଧା କୌଣସି ଏଫଆଇଆର ରୁଜୁ କରାଯାଇ ନାହିଁ। ୱାଙ୍ଗଚୁକ କହିଥିଲେ ଯେ, ପାଖାପାଖି ୧୦ଦିନ ପୂର୍ବେ ସିବିଆଇର ଏକ ଟିମ୍‌ ଗୋଟିଏ ଆଦେଶକୁ ନେଇ ହିମାଳୟାନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଅଲଟରନେଟିଭ୍ସ ଲଦ୍ଦାଖ (ଏଚଆଇଏଏଲ)ରେ ପହଞ୍ଚି ଥିଲେ, ଯେଉଁଥିରେ ଗୃହ ମନ୍ତ୍ରଣାଳୟର ଅଭିଯୋଗରେ ଏଫସିଆରଏ ଉଲ୍ଲଙ୍ଘନର ସମ୍ୱନ୍ଧରେ କାର୍ଯ୍ୟାନୁଷ୍ଠାନର ଉଲ୍ଲେଖ ଥିଲା।

ଏହା ପୂର୍ବରୁ ସୋନମ ୱାଙ୍ଗଚୁକ କହି ଥିଲେଯ, ତାଙ୍କର ଜେଲ୍‌ରେ ରହିବା ସରକାରଙ୍କ ପାଇଁ ତାଙ୍କର ସ୍ୱାଧୀନତା ଠାରୁ ଅଧିକ ସମସ୍ୟା ସୃଷ୍ଟି କରିପାରେ। ୱାଙ୍ଗଚୁକ୍‌ ଲଦ୍ଦାଖରେ ନିକଟରେ ହୋଇଥିବା ହିଂସାତ୍ମକ ବିରୋଧ ପ୍ରଦର୍ଶନ ପାଇଁ ଗୃହ ମନ୍ତ୍ରଣାଳୟ ଦ୍ୱାରା ତାଙ୍କୁ ଦାୟୀ କରାଇବାକୁ ରଣନୀତି କରିଥିଲେ। ଗୃହ ମନ୍ତ୍ରଣାଳର ବୟାନ ଉପରେ ଦେଇ ୱାଙ୍ଗଚୁକ୍‌ କହିଥିଲେ ଯେ ସେ କଡ଼ା ଜନ ସୁରକ୍ଷା ଅଧିନିୟମ (ପିଏସଏ) ଅନୁସାରେ ଗିରଫ ପାଇଁ ପ୍ରସ୍ତୁତ।

ୱାଙ୍ଗଚୁକ୍‌ କହିଥିଲେ ଯେ, ମୁଁ ଦେଖୁଛି ଯେ ସେ କିଛି ଏମିତି ମାମଲା ପ୍ରସ୍ତୁତ କରୁଛନ୍ତି ,ଯାହାକି ମୋତେ ଜନ ସୁରକ୍ଷା ଅଧିନିୟମ ଅନୁସାରେ ଗିରଫ କରି ଦୁଇ ବର୍ଷ ପାଇଁ ଜେଲ୍‌ରେ ପକାଇ ପାରିବେ। ମୁଁ ଏଥିପାଇଁ ପ୍ରସ୍ତୁତ ଅଛି, କିନ୍ତୁ ସୋନମ ୱାଙ୍ଗଚୁକ୍ଙ୍କୁ ସ୍ୱାଧୀନ ରଖିବା ବଦଳରେ ଜେଲ୍‌ରେ ପକାଇବାକୁ ସମସ୍ୟା ଆହୁରି ପଡ଼ିପାରେ।

ବାସ୍ତବିକ କଥା ହେଲା , କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର ରାତିରେ ଏକ ବୟାରେ ଅଭିଯୋଗ କରିଥିଲେ ଯେ, କାର୍ଯ୍ୟକର୍ତ୍ତା ସୋନମ ୱାଙ୍ଗଚୁକ୍‌ ଓ ରାଜନୀତି ଦ୍ୱାରା ପ୍ରେରିତ କିଛି ଏମିତି ଲୋକ , ଯିଏ ସରକାର ଓ ଲଦ୍ଦାଖୀ ଗୋଷ୍ଠୀର ପ୍ରତିନିଧିଙ୍କ ମଧ୍ୟରେ କଥାବାର୍ତ୍ତାରେ ହୋଇଥିବା ପ୍ରଗତିରେ ଖୁସି ନାହାନ୍ତି , ତାଙ୍କର ଉତ୍ତେଜିତ ବୟାନ କାରଣରୁ ଭିଡ଼ ଆହୁରି ହିଂସାତ୍ମକ ହୋଇଗଲା।