LIVE TV

ଜହ୍ଲାଦ ପୁଅ, ବାପାଙ୍କୁ ହତ୍ୟା କରି ପୋତିଦେଲା; ମାଟି ତଳୁ ମୃତଦେହ କାଢ଼ି ତଦନ୍ତ କଲା ପୋଲିସ

NEWS7
jharsuguda

​​​​​​​ଝାରସୁଗୁଡ଼ା: ଭୁଲିଗଲା ବାପାଙ୍କ ଭଲ ପାଇବା । ଯେଉଁ ହାତ ଧରି ବଡ଼ ହୋଇଥିଲା, ଯିଏ କାନ୍ଧରେ ବସାଇ ଦୁନିଆ ଦେଖାଇଥିଲେ । ସେହି ବାପାଙ୍କୁ ମାରି ପୋତି ଦେଲା ଜହ୍ଲାଦ ପୁଅ । ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ବାରତାପ ଗାଁରେ ଘଟିଛି ଏବେ ସ୍ପର୍ଶକାତର ଘଟଣା ।

ବାପାକୁ ହତ୍ୟା କଲା ଜହ୍ଲାଦ ପୁଅ l ମୃତକ ଜଣକ ହେଲେ ବିମ୍ବାଧର ପଟ୍ଟା l ପୁଅ ବିଦ୍ୟାଧର ପଟ୍ଟା ଡାଇନିଙ୍ଗ ଟେବୁଲର ଏକ ଗୋଡ଼ରେ ବାପା ବିମ୍ବାଧରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା l ଫଳରେ ବିମ୍ବାଧର ପ୍ରାଣ ହରାଇଥିଲେ l ବାପାଙ୍କ ମୃତ୍ୟୁ ପରେ ତାଙ୍କ ମୃତ ଦେହକୁ ଦେବଗଡ଼ ଜିଲ୍ଲାର ଚିଲାଣ୍ଟିଖୋଲକୁ ନେଇ ପୋତି ଦେଇଥିଲେ l ସେପେଟେ ସିଢିରୁ ପଡ଼ି ବାପାଙ୍କ ହୋଇଥିବା ସମସ୍ତଙ୍କୁ କହିଥିଲା ଅଭିଯୁକ୍ତ ବିଦ୍ୟାଧର l ହେଲେ ଏନେଇ ବିମ୍ୱାଧରଙ୍କ ବଡ଼ ଝିଅ ସନ୍ଦେହ କରି ଲଖନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ପୁଅ ବିଦ୍ୟାଧରକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ହତ୍ୟାରେ ବ୍ୟବହୃତ ଡାଇନିଂ ଟେବୁଲର ଗୋଡ଼କୁ ଜବତ କରିଛି l ଏହାସହ ମୃତ ବିମ୍ବାଧରଙ୍କ ପୋତାଯାଇଥିବା ଶବ ବାହାର କରି ବ୍ୟବଛେଦ ପରେ ପୁଣି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ପୋଲିସ l