News7 Logo

ଶ୍ୱଶୁର ଘର ଗାଁରେ ଜ୍ୱାଇଁର ମୃତ୍ୟୁ, ଆମ୍ବ ତୋଟାରୁ ମିଳିଲା ଝୁଲନ୍ତା ମୃତଦେହ

NEWS7
kalahandi

କଣ୍ଟାବାଞ୍ଜି ୧୮।୦୯ : କଳାହାଣ୍ଡି ଜିଲ୍ଲା କଣ୍ଟାବାଞ୍ଜି ଥାନା ଖୁଟୁଲୁମୁଣ୍ଡା ଗାଁରେ ଅଭାବନୀୟ ଘଟଣା । ଶ୍ୱଶୁର ଘର ଜ୍ୱାଇଁର ମିଳିଲା ଝୁଲନ୍ତା ମୃତଦେହ । ଘଟଣାସ୍ଥଳରେ କଣ୍ଟାବାଞ୍ଜି ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହ ଛାନ୍‌ଭିନ୍ ଜାରି ରଖିଛି ।

ଖବର ଅନୁଯାୟୀ, ସାଲେପଡ଼ା ଗାଁର ଲମ୍ବୋଦର ବାଗ ଗତ ୪ ଦିନ ହେବ ଖୁଟୁଲୁମୁଣ୍ଡା ଶ୍ୱଶୁର ଘରକୁ ଆସିଥିଲେ । ଲମ୍ବୋଦର ବୁଧବାର ଦିନ ଶ୍ୱଶୁର ଘରୁ ବାହାରି ଥିବା ବେଳେ ଗୁରୁବାର ସକାଳୁ ଗାଁର ଆମ୍ବ ବଗିଚାରେ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ତାଙ୍କ ପାଇନଥିଲେ । ଶେଷରେ ବଗିଚାରୁ ତାଙ୍କର ଝୁଲନ୍ତା ମୃତଦେହ ମିଳିଥିଲା। ସେ ମାନସିକ ବିକୃତ ଥିବା ପରିବାର ଲୋକେ କହିଛନ୍ତି ।  ଘଟଣାସ୍ଥଳରେ କଣ୍ଟାବାଞ୍ଜି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।