News7 Logo

ବିଶେଷଜ୍ଞଙ୍କ ଚେତାବନୀ ! ଟଏଲେଟ୍‌ରେ ସ୍ମାର୍ଟଫୋନ୍‌ର ବ୍ୟବହାର ସମସ୍ୟାରେ ପକାଇ ପାରେ

NEWS7
-

ନୂଆଦିଲ୍ଲୀ : ଶୌଚାଳୟରେ ସ୍ମାର୍ଟଫୋନ ବ୍ୟବହାର କରିବା କୌଣସି ଉଚିତ କାର୍ଯ୍ୟ ନୁହେଁ। ଚିକିତ୍ସକମାନେ ଅନେକ ସମୟରେ ଏହା ଉପରେ ଚିନ୍ତା ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ,ଏହା ସ୍ୱାସ୍ଥ୍ୟ ପକ୍ଷେ ଠିକ୍‌ ନୁହେଁ ଏବଂ ଏଥିରେ ଶାରୀରିକ ସମସ୍ୟା ସବୁ ହୋଇପାରେ। ଏବେ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ,ଯେଉଁ ଲୋକ ଶୌଚାଳୟରେ ନିଜର ଡିଭାଇସ ( ସ୍ମାର୍ଟଫୋନ୍‌) ବ୍ୟବହାର କରନ୍ତି , ତାଙ୍କ ଠାରେ ଅର୍ଶ ହେବାର ବିପଦ ୫୦ ପ୍ରତିଶତ ଅଧିକ ହୋଇଥାଏ। ଏହା ୧୨୫ ଜଣ ଲୋକଙ୍କ ବିଶ୍ଳେଷଣ ଉପରେ ଆଧାରିତ, ଯେଉଁଥିରେ ପଚରା ଯାଇଥିଲା ଯେ, ସେମାନେ ନିଜର ଫୋନକୁ କଣ ଶୌଚାଳୟ ଭିତରକୁ ନେଇକି ଯାଆନ୍ତି।

ଏଥିରୁ ଦୁଇ-ତୃତୀୟାଂଶ ଲୋକ ସ୍ୱୀକାର କରିଛନ୍ତି ଯେ, ସେମାନେ ଶୌଚ କରିବା ସମୟରେ ନିଜର ଫୋନ୍‌କୁ ସ୍କ୍ରଲ୍‌ କରିଥାନ୍ତି। ଏମିତି ଲୋକ କମୋଡ୍‌ ଉପରେ ମଧ୍ୟ ଅଧିକ ସମୟ ବିତାଇଥାନ୍ତି। ମାସାଚୁସେଟ୍ସର ବୋଷ୍ଟନରେ ବେଥ୍‌ ଇସ୍ରାଏଲ ଡେକୋନେସ୍‌ ମେଡିକାଲ ସେଣ୍ଟରର ତ୍ରିଶା ପସରିଚା ଏକ ଡାକ୍ତରୀ ଟିମ୍‌ ସହ ଅଧ୍ୟୟନ କରିଥିଲେ। ସେ କୋଲୋନୋସ୍କୋପି କରାଇ ଥିବା ୪୫ ବର୍ଷରୁ ଅଧିକ ବୟସର ୧୨୫ ଜଣ ଲୋକଙ୍କୁ ସେମାନଙ୍କର ଶୌଚାଳୟର ଅଭ୍ୟାସ, ସାଧାରଣ ସ୍ୱାସ୍ଥ୍ୟ ଓ ଶାରୀରିକ କାର୍ଯ୍ୟକଳାପ ବିଷୟରେ ପ୍ରଶ୍ନ ପଚାରି ଥିଲେ।

ସେମାନେ ତଥ୍ୟ ସେମାନଙ୍କର କୋଲୋନୋସ୍କୋପି ଇମେଜ୍‌ ବ୍ୟବହାର କରି ଦେଖିଲେ ଯେ, ସେମାନଙ୍କର ଅର୍ଶ (haemorrhoids) ହୋଇଛି କି ନାହିଁ ଏବଂ ଟଏଲେଟ୍‌ରେ ସେମାନଙ୍କ ଫୋନ୍‌ରେ ବିତାଇଥିବା ସମୟର କୌଣସି ପ୍ରଭାବ ପଡ଼ିଛି କି ନାହିଁ।

ପସରିଚା କହିଛନ୍ତି ଯେ, ଦୁଇ-ତୃତୀୟାଂଶ ଅଂଶଗ୍ରହଣକାରୀ କହିଥିଲେ ଯେ, ସେମାନେ ଶୌଚାଳୟରେ ନିଜର ସ୍ମାର୍ଟଫୋନ୍‌ର ବ୍ୟବହାର କରିଥିଲେ। ଅଧ୍ୟୟନ ଅନୁସାରେ , ୩୭ ପ୍ରତିଶତ ଅଂଶଗ୍ରହଣକାରୀ କହିଛନ୍ତି ଯେ, ସେମାନେ ଶୌଚାଳୟରେ ୫ ମିନିଟ୍‌ରୁ ଅଧିକ ସମୟ ବିତାଇ ଥିଲେ, କେବଳ ସାତ ପ୍ରତିଶତ ହିଁ ନିଜର ସ୍ମାର୍ଟଫୋନ୍‌ର ବ୍ୟବହାର କରି ନାହାନ୍ତି। କିନ୍ତୁ ଅଂଶଗ୍ରହଣକାରୀଙ୍କୁ ଏହି କଥାର ଅନ୍ଦାଜା ନଥିଲା ଯେ, ତାଙ୍କ ଫୋନ୍‌ର ବ୍ୟବହାର ତାଙ୍କର ଶୌଚାଳୟ ଯିବାର ସମୟକୁ ବଢାଉଛି। ଯେବେ ଅର୍ଶର ପ୍ରଶ୍ନ ତ , ସେ ଜାଣିବାକୁ ପାଇଲେ ଯେ, ଶୌଚାଳୟରେ ସ୍ମାର୍ଟଫୋନ୍‌ର ବ୍ୟବହାର କରିବାରେ ଏହି ରୋଗ ହେବାର ଆଶଙ୍କା ୪୬ ପ୍ରତିଶତ ଅଧିକ ହୋଇଥାଏ। କାରଣ ଏମିତି ଲୋକ ନିଜର କାମ ସାରିବାରେ ଅଧିକ ସମୟ ନେଇଥାନ୍ତି।

ଏହି ଅଧ୍ୟୟନ ୪୫ ବର୍ଷ ଓ ଏହା ଠାରୁ ଅଧିକ ବୟସର ଲୋକଙ୍କ ଉପରେ କରାଯାଇ ଥିଲା। ପସରିଚାଙ୍କୁ ବିଶ୍ୱାସ ଯେ, ଯଦି ଏହି ଅଧ୍ୟୟନ ଯୁବ କଲେଜ ଷ୍ଟୁଡେଣ୍ଟଙ୍କ ଉପରେ କରାଯାଏ , ତ ଆମକୁ ପ୍ରାୟ ଏମିତି ବ୍ୟକ୍ତି ମିଳିବେ ନାହିଁ ଯିଏ ଶୌଚାଳୟରେ ନିଜର ସ୍ମାର୍ଟଫୋନ୍‌ ନେଇ ଯାଇନଥାନ୍ତି।ଶୌଚାଳୟରେ ସ୍ମାର୍ଟଫୋନ୍‌ର ବ୍ୟବହାର ଓ ଅର୍ଶ ହେବା ମଧ୍ୟରେ ସମ୍ୱନ୍ଧକୁ ସଂପୂର୍ଣ୍ଣ ରୂପେ ସୁନିଶ୍ଚିତ କରିବା ପାଇଁ ଟିମ୍‌ ଏକ ଇଣ୍ଟରଭେସନ ଷ୍ଟଡି କରିବ, ଯେଉଁଥିରେ ଅଂଶଗ୍ରହଣକାରୀଙ୍କୁ ଶୌଚାଳୟରେ ନିଜ ଫୋନର ବ୍ୟବହାର ନକରିବା ପାଇଁ କୁହାଯିବ। ଏଥିରେ ଏହା ସ୍ପଷ୍ଟ କରିବାରେ ସାହାଯ୍ୟ ମିଳିବ ଯେ ଆଉ କେତେ ଏହି ଦୁଇଟି ମଧ୍ୟରେ ସମ୍ୱନ୍ଧ ରହିଛି।