ବୌଦ୍ଧ: ମଦ୍ୟପ ବାଇକ୍ ଆରୋହୀଙ୍କ ଉନ୍ମକ୍ତ କାଣ୍ଡ। ବାଇକ୍ ଦୁର୍ଘଟଣାକୁ କେନ୍ଦ୍ର କରି ରାଜରାସ୍ତାରେ କଲେ ଗଣ୍ଡଗୋଳ। ବାଇକରେ ଦୁର୍ଘଟଣା ଘଟାଇବା ପରେ ବଜାର ଉପରେ କଲେ ଛୁରାମାଡ଼ । ଦୁଇ ମଦ୍ୟପ ଯୁବକ ଏହି ଛୁରା ମାଡ଼ରେ ୬ ଜଣ ଗୁରୁତର ହୋଇଥିବା ବେଳେ ସମସ୍ତଙ୍କୁ ସୋନପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଋଷିବନ୍ଧ ଗ୍ରାମର ହିର ମଲ୍ଲିକ ବାଉଁଶୁଣି ପଟରୁ ଗୋଛାପଡ଼ା ଗ୍ରାମ ଅଭିମୁଖେ ଯାଉଥିବା ବେଳେ ମଙ୍ଗଲମୁଣ୍ଡା ନିକଟରେ ସାମ୍ନାରୁ ଆସୁଥିବା ଭକ୍ତରାମ ମେହେରଙ୍କ ଝିଆରୀଙ୍କୁ ଧକ୍କା ଦେଇଥିଲେ। ଏମିତିରେ ସ୍ଥାନୀୟ ଲୋକେ ଉକ୍ତ ବାଇକ୍ ଆରୋହୀଙ୍କୁ ଅଟକାଇଥିବା ବେଳେ ବାଇକରେ ଥିବା ଦୁଇ ଜଣ ଯୁବକ ହଠାତ୍ ଏକ ଭୁଜାଲି ବାହାର କରି ଲୋକଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ ।

ଆଉ ଏହି ଆକ୍ରମଷର ୬ ଜଣ ସ୍ଥାନୀୟ ଲୋକ ଗୁରୁତର ହୋଇଥିବା ବେଳେ ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର ପରେ ସୋନପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ, ଆହତଙ୍କୁ ବାଉଁଶୁଣି ମେଡିକାଲରେ ଚିକିତ୍ସା କରାଯାଇଛି। ସେପଟେ ଘଟଣାସ୍ଥଳରେ ବାଉଁଶୁଣି ଥାନା ପୋଲିସ ପହଞ୍ଚି ଦୁଇ ମଦ୍ୟପ ଯୁବକଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।