LIVE TV

ବିଜେପିରେ ଯୋଗ ଦେଲେ କଣ୍ଠଶିଳ୍ପୀ ମୈଥିଲି ଠାକୁର: ବିହାରର ଏହି ଆସନରୁ ଲଢ଼ିପାରନ୍ତି ନିର୍ବାଚନ

NEWS7
singer maithili thakur joins bjp

ପାଟନା: ଗାୟିକା ମୈଥିଲି ଠାକୁର ମଙ୍ଗଳବାର  ବିଜେପିରେ ଯୋଗ ଦେଇଛନ୍ତି। ସେ ବିହାର ଅଲିନଗର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହା ପୂର୍ବରୁ ମୈଥିଲି ବିଜେପିରେ ଯୋଗ ଦେଇପାରନ୍ତି ବୋଲି ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା। ମଙ୍ଗଳବାର ବିହାର ବିଜେପି ଅଧ୍ୟକ୍ଷ ଦିଲ୍ଲୀ ଜୟସ୍ୱାଲଙ୍କ ନେତୃତ୍ୱରେ ସେ ଦଳରେ ସାମିଲ୍ ହୋଇଛନ୍ତି। ତାଙ୍କୁ ଦରଭଙ୍ଗା ଅଞ୍ଚଳର ଅଲିନଗର ଆସନରୁ ପ୍ରାର୍ଥୀ କରାଯାଇପାରେ।
​​​​​​​​​​​​​​​​​​​​ଦଳୀୟ ସୂତ୍ର ଅନୁସାରେ, ଏହି ଆସନଟି ବର୍ତ୍ତମାନ ବିଜେପିର ମିଶ୍ରିଲାଲ ଯାଦବଙ୍କ ପାଖରେ ଅଛି। ହେଲେ ଏଥର ତାଙ୍କୁ ଟିକେଟ୍ ଦିଆ ଯିବ ନାହିଁ ବୋଲି କୁହାଯାଉଛି। ବିଜେପି ବିହାର ୟୁନିଟରେ ମୈଥିଳିଙ୍କ ଯୋଗଦାନ ରାଜ୍ୟରେ ଦଳର ସାଂସ୍କୃତିକ ଛବି ମଜଭୁତ କରିବ।

ଗତ ସପ୍ତାହରେ, ଗାୟିକା ମୈଥିଳି ବିଜେପି ନିର୍ବାଚନ ପ୍ରଭାରୀ ବିନୋଦ ତାୱଡେ ଏବଂ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଭେଟିଥିଲେ। ଏହାପରେ ସେ ଦଳରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ମଙ୍ଗଳଭାର ମିଶ୍ରଣ ପରେ ବିବାର ବିଜେପି ପ୍ରଭାବିର ତାୱଡ଼େ ଏହାର ଫଟୋ ସୋସିଆଲ ମିଡିଆରେ ଶେୟାର କରି ଲେଖିଛନ୍ତି ଯେ ଠାକୁରଙ୍କ ବିହାର ଫେରିବା ନିଷ୍ପତ୍ତି ବର୍ତ୍ତମାନର ସରକାରଙ୍କ ଅଧୀନରେ ରାଜ୍ୟର ପ୍ରଗତି ପ୍ରତି ତାଙ୍କର ବିଶ୍ୱାସକୁ ପ୍ରତିଫଳିତ କରୁଛି।

ତାୱଡ଼େ ଲେଖିଛନ୍ତି “୧୯୯୫ ମସିହାରେ ଲାଲୁ ରାଜ ଆସିବା ପରେ ଯେଉଁ ପରିବାର ବିହାର ଛାଡିଥିଲା, ଏବେ ସେହି ପରିବାରର ଝିଅ, ପ୍ରସିଦ୍ଧ ଗାୟିକା ମୈଥିଳୀ ଠାକୁର ଜୀ, ବିହାରର ପରିବର୍ତ୍ତନର ଗତି ଦେଖି ବିହାର ଫେରିବାକୁ ଚାହୁଁଛନ୍ତି। ତେବେ ବିହାରର ଲୋକଙ୍କ ପାଇଁ ଏବଂ ବିହାରର ବିକାଶ ପାଇଁ, ବିହାରର ସାଧାରଣ ଲୋକ ତାଙ୍କ ଯୋଗଦାନ ଆଶା କରୁଛନ୍ତି ବୋଲି ଆଜି, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ @nityanandraibjp ଜୀ ଏବଂ ମୁଁ ତାଙ୍କୁ ଅନୁରୋଧ କରିଥିଲୁବିହାରର ଝିଅ ମୈଥିଳୀ ଠାକୁର ଜୀଙ୍କୁ ଅନେକ ଅନେକ ଶୁଭକାମନା!

ତାୱଡ଼େଙ୍କ ପୋଷ୍ଟର ଉତ୍ତର ଦେଇ ମୈଥିଳୀ ଠାକୁର ଲେଖିଛନ୍ତି “ବିହାର ପାଇଁ ବଡ଼ ସ୍ୱପ୍ନ ଦେଖୁଥିବା ଲୋକମାନଙ୍କ ସହ କଥାବାର୍ତ୍ତା ହେଲେ ମୋତେ ମୋର ଦୃଷ୍ଟିକୋଣ ଏବଂ ସେବାର ଶକ୍ତି ମନେ ପକାଇ ଦିଏ। ଆଜି ମୁଁ ହୃଦୟରୁ ସମ୍ମାନିତ ଏବଂ କୃତଜ୍ଞ ମନେ କରୁଛି।

ସୂଚନା ଥାଉକି ବିହାରରେ ଦୁଇଟି ଫେଜ୍‌ରେ ନିର୍ବାଚନ ହେବ। ନଭେମ୍ବର ୬ ଏବଂ ୧୧ ତାରିଖରେ ଭୋଟଗ୍ରହଣ ହେବାକୁ ଥିବା ବେଳେ ନଭେବମ୍ବର ୧୪ ତାରିଖରେ ଭୋଟ ଗଣତି ହେବ।