ନୂଆଦିଲ୍ଲୀ ୩୦/୧୦: କେମିତି ଅଛନ୍ତି ସରପଞ୍ଚ ସାହେବ? ସୁସ୍ଥ ଅଛନ୍ତି ତ? କେବେ ମିଳିବ ହସ୍ପିଟାଲରୁ ଛୁଟି? କେବେ ମୈଦାନକୁ କରିବେ କମ୍‌ବ୍ୟାକ୍ ? ଏମିତି ଅନେକ ପ୍ରଶ୍ନ ପ୍ରଶଂସକଙ୍କ ମନରେ । କାରଣ ଭାରତର ଷ୍ଟାର ବ୍ୟାଟର ଖେଳିବା ବେଳେ ଅସୁସ୍ଥ ହୋଇପଡିଥିଲେ । ତେବେ ନିଜ ସ୍ୱାସ୍ଥ୍ୟାବସ୍ଥା ନେଇ ଅପଡେଟ୍ ଦେଇଛନ୍ତି ଶ୍ରେୟସ ଆୟର । 

ଚିକିତ୍ସା ପରେ ପ୍ରଥମ କରି ପ୍ରତିକ୍ରିୟା ଦେଇଛନ୍ତି ଭାରତୀୟ କ୍ରିକେଟର ଶ୍ରେୟସ ଆୟର । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌ରେ କ୍ୟାଚ୍ ନେବା ସମୟରେ ଶ୍ରେୟସ ଆୟରଙ୍କ ପଞ୍ଜରାରେ ଲାଗିଥିଲା ଆଘାତ । ଘଟଣା ପରେ ଉପ-ଅଧିନାୟକ ଗୁରୁତର ଆଘାତ ପାଇ ସିଡନୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ପ୍ରଥମେ ICUରେ ରଖାଯାଇଥିବା ବେଳେ ଏବେ ସେ ଆଇସିୟୁରୁ ବାହାରକୁ ଆସିଛନ୍ତି । ଚିକିତ୍ସା ଚାଲିଥିବା ବେ‌ଳେ ଶୀଘ୍ର ସୁସ୍ଥ ହେଉଥିବା କହିଛନ୍ତି ଶ୍ରେୟସ।

Photo by Shreyas Iyer on October 29, 2025. May be an image of text that says "I'm currently in recovery process and getting better, every passing day. I'm deeply grateful to see all the kind wishes and support ' received- it truly means a lot. Thank you for keeping me in me your thoughts".

ଆୟର ନିଜ ଇନଷ୍ଟା ଷ୍ଟୋରୀରେ ସ୍ବାସ୍ଥ୍ୟାବସ୍ଥା ନେଇ ଫ୍ୟାନ୍ସଙ୍କୁ ଦେଇଛନ୍ତି ରିଆକ୍ସନ । ଶ୍ରେୟସ ଜଣାଇଛନ୍ତି ଯେ, "ମୁଁ ବର୍ତ୍ତମାନ ସୁସ୍ଥ ହେବା ପ୍ରକ୍ରିୟାରେ ଅଛି । ପ୍ରତ୍ୟେକ ଦିନ ଅଧିକ ସୁସ୍ଥ ହେଉଛି। ପାଇଥିବା ସମସ୍ତ ପ୍ରକାରର ଶୁଭେଚ୍ଛା, ଭଲପାଇବା, ଆଶର୍ବାଦ ଏବଂ ସମର୍ଥନ ଦେଖି ମୁଁ ଗଭୀର କୃତଜ୍ଞ। ଏହା ପ୍ରକୃତରେ ବହୁତ ମୂଲ୍ୟବାନ। ମୋ ପାଇଁ ଏତେ ଚିନ୍ତା କରିଥିବାରୁ ଧନ୍ୟବାଦ।