News7 Logo

ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ତ୍ରୁଟି, ସୋସିଆଲ୍ ମିଡିଆରେ ଭିତର ଫଟୋ ଭାଇରାଲ

NEWS7
Photo

ପୁରୀ ୦୪।୦୯ : ଶ୍ରୀମନ୍ଦିର ଭିତର ଫଟୋ ପୁଣି ଭାଇରାଲ । ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି ଶ୍ରୀମନ୍ଦିର ଭିତର ଫଟୋ । ମହାରାଷ୍ଟ୍ର ବୈଭବ ଦୂର ପାଟିଲ ନାମକ ଜଣେ ଯୁବକ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ ହୋଇଛି ।

ଖବର ଅନୁଯାୟୀ, ଶ୍ରୀମନ୍ଦିର ଭିତର ଫଟୋ ପୁଣି ଥରେ ଭାଇରାଲ ହୋଇଛି । ବାରମ୍ବାର ତଦନ୍ତ ଓ କଡ଼ା ଚେତାବନୀ ପରେ ବି ସୁଧୁରୁନାହାନ୍ତି କେହି । କେତେବେଳେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେଉଛି ତ, ଆଉ କେତେବେଳେ ହିଡେନ କ୍ୟାମେରା ନେଇ ମନ୍ଦିର ଭିତରେ ପ୍ରବେଶ କରୁଛନ୍ତି । ଗତ କିଛି ମଧ୍ୟରେ ଶ୍ରୀମନ୍ଦିର ମଧ୍ୟରୁ ତିନି ଥର ହିଡେନ କ୍ୟାମେରା ସିଜ୍‌ ହେଲାଣି । ଏହିକ୍ରମରେ ଶ୍ରୀମନ୍ଦିର ଫଟୋ ପୁଣି ଭାଇରାଲ ହୋଇଛି । ମହାରାଷ୍ଟ୍ର ବୈଭବ ଦୂର ପାଟିଲ ନାମକ ଜଣେ ଯୁବକ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶ୍ରୀମନ୍ଦିର ଭିତର ଫଟୋ ପୋଷ୍ଟ କରିଛନ୍ତି ।ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।