ଉଦଳା: ଚାକିରି କରାଇଦେବାକୁ କହି ଯୁବତୀଙ୍କୁ ଘରୁ ଆଣି ଗଣଦୁଷ୍କର୍ମ କରାଯାଇଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା ତାହା ମିଛ। ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍‌ନାକୁ ଆସିଛି। ଏନେଇ ଏସଡିପିଓ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଯୁବତୀଙ୍କ ସମ୍ପର୍କୀୟ ଜେଲରୁ ରଚିଥିଲେ କାହାଣୀର ବ୍ଲୁପ୍ରିଣ୍ଟ । ଏହା ପଛର କାରଣ ଥିଲା, ଗଣଦୁଷ୍କର୍ମ ମାମଲାରେ ଅଟକ ହୋଇଥିବା ଯୁବକଙ୍କୁ ଜେଲ୍ ପଠାଇବା।

ପୋଲିସର ସୂଚନା ଅନୁସାରେ, ଯୁବତୀଙ୍କର ଜଣେ ସମ୍ପର୍କୀୟ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ତାଙ୍କ ଗିରଫ ହେବା ପଛରେ ରହିଛି ବର୍ତ୍ତମାନ ଦୁଷ୍କର୍ମ ମାମଲାରେ ଅଟକ ଥିବା ଯୁବକ। ଏମିତିରେ ଏହି ଯୁବକଙ୍କଠାରୁ ପ୍ରତିଶୋଧ ନେବା ପାଇଁ ଯୁବତୀଙ୍କୁ ସମ୍ପର୍କୀୟ ଏଭଳି ଷଡ଼ଯନ୍ତ୍ର ରଚିଥିଲେ। 

ସୂଚନାଥାଉକି, ଶନିବାର ଚାକିରି କରାଇବାକୁ କହି ଯୁବତୀଙ୍କୁ ଉଦଳା-ବାଲେଶ୍ୱର ରାଜ୍ୟ ରାଜପଥ କଡ଼ରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ଯୁବତୀ ନିଜେ ଉଦଳା ଥାନାରେ ଅଭିଯୋଗ କରିଥିଲେ। ଯୁବତୀ କହିଥିଲେ ତାଙ୍କୁ ୫ ଜଣ ଗଣଦୁଷ୍କର୍ମ କରିଛନ୍ତି।  ପୋଲିସ ମାମଲା ରୁଜୁ କରି ଜଣକୁ ଅଟକ ରଖି ତଦନ୍ତ କରିଥିଲା।