LIVE TV

ଦୁର୍ଗାପୂଜାରେ ବ୍ୟାନର ଚିରାକୁ ନେଇ ବିବାଦ, ମେଢ଼ ବୁଲିବାକୁ ଯାଇ ହଟହଟା ହେଲେ ଚାନ୍ଦବାଲି ବିଧାୟକ

NEWS7
Chandabali

ଚାନ୍ଦବାଲି ୩୧୦: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ଖେରଙ୍ଗ ଠାରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଦୁର୍ଗାପୂଜା ଅବସରରେ ମେଢ଼ ବୁଲିବାକୁ ଯାଇ ହଟହଟା ହେଉଥିବା ଦେଖିବାକୁ ମିଳିଛି । ଖେରଙ୍ଗ ଅଞ୍ଚଳର କିଛି ଲୋକ ବିଧାୟକଙ୍କୁ ବ୍ୟବହାର ଖରାପ କରୁଥିବା ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ଦେଖିବାକୁ ମିଳିଛି  l

ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ପୂଜାମଣ୍ଡପ ଯିବା ସମୟରେ ବିଜେପି ଦଳର  ଯେଉଁ ବ୍ୟାନର ଲାଗିଥିଲା ସେଗୁଡିକୁ ଚିରା ଯାଇଥିବା ଅଭିଯୋଗ ଆଣିଛି ବିଜେପି । ବିଜେଡିର କିଛି ଲୋକେ ବେନର ଚିରା କାର୍ଯ୍ୟରେ ସମ୍ପୃକ୍ତି ଅଛନ୍ତି  । ତେଣୁ ବିଧାୟକ ଓ ତାଙ୍କ ସମର୍ଥକ ମାନଙ୍କୁ ବିରୋଧ କରିଛି ବିଜେପି  l ଏହି ବିରୋଧ ସମୟରେ ବିଧାୟକ ଭଲ ଭାବରେ ଦୁର୍ଗା ଠାକୁରଙ୍କୁ ଦର୍ଶନ କରିବା ପରିବର୍ତ୍ତେ ଫେରି ଆସିଥିବା ବେଳେ ଭିଡ଼ ମଧ୍ୟରେ ଧସ୍ତାଧସ୍ତି ଓ ଉତ୍ତେଜନା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିବା ପାଇଁ ନାକେଦମ୍ ହେବାକୁ ପଡ଼ିଥିଲା । ଏହି ଘଟଣାରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରି ଦେଇଛନ୍ତି