ଭୁବନେଶ୍ବର ୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ । ନୂଆପଡ଼ା ବ୍ୟାଟେଲ ପାଇଁ ଉଭୟ କଂଗ୍ରେସ ଆଉ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଲେଣି । କିନ୍ତୁ ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଚୂଡ଼ାନ୍ତ କରିନାହିଁ । ମଙ୍ଗଳବାର ୩ ଜଣଙ୍କ ନାଁ ସର୍ଟ ଲିଷ୍ଟ କରାଯାଇଥିବା ବେଳେ ବୁଧବାର ନବୀନ ନିବାସରେ ଟିକେଟ୍ କସରତ ଚାଲିଛି । ନବୀନ ନିବାସରେ ଅନେକ ବରିଷ୍ଠ ବିଜେଡି ନେତୃତ୍ବ ଉପସ୍ଥିତ ଅଛନ୍ତି । ପ୍ରଣବ ପ୍ରକାଶ ଦାସ, ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଉପସ୍ଥିତ ରହିଛନ୍ତି । ଏମିତିକି ବିଜେଡି ଟିକେଟ୍ ଆଶାୟୀ ମନୋଜ ମିଶ୍ର, ଭାନୁପ୍ରତାପ ସିଂ ମାଝୀ ଓ ଅବନୀ ଯୋଶୀଙ୍କୁ ନବୀନ ନିବାସରୁ ଡାକରା ଆସିଛି । ତେବେ ବରିଷ୍ଠ ନେତାଙ୍କ ସହ ଆଲୋଚନା ପରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିପାରନ୍ତି ବୋଲି କୁହାଯାଉଛି । ସମସ୍ତଙ୍କ ସହ ଆଲୋଚନା ପରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ ।

ସୂଚନାଯୋଗ୍ୟ ଯେ, ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିରୁ ୩ ଆଶାୟୀ ହେଉଛନ୍ତି ଅବନୀ ଯୋଶୀ, ମନୋଜ ମିଶ୍ର ଭାନୁପ୍ରତାପ ସିଂ ମାଝୀ ଅବନୀ ଯୋଶୀ ଦୀର୍ଘ ୨୫ ବର୍ଷ ହେବ ବିଜେଡିରେ ରହି ସଂଗଠନକୁ ମଜଭୁତ କରିବାରେ ଅନେକ ସହାୟକ ହୋଇଛନ୍ତି । ଏଥିସହ ସେ ଦୁଇ ଥର ଜିଲ୍ଲା ପରିଷଦ ସଭ୍ୟ ଭାବରେ ବିଜେଡିରୁ ବିଜୟୀ ହୋଇଛନ୍ତି । ବର୍ତ୍ତମାନ ସେ ବିଜେଡି ଜିଲ୍ଲା ସଭାପତି ଅଛନ୍ତି

ସେହିଭଳି ପୂର୍ବରୁ କୋମନା ବ୍ଲକ୍ ଅଧ୍ୟକ୍ଷ ରହିଛନ୍ତି ମନୋଜ ମିଶ୍ର । ସେ ବିଜେଡି ଜିଲ୍ଲା ସଭାପତି ମଧ୍ୟ ଥିଲେ । ବିଜୁ ପଟ୍ଟନାୟକଙ୍କ ସମୟରୁ ସେ ଦଳ ପାଇଁ କାମ କରି ଆସୁଛନ୍ତି ବିଜୁ ପଟ୍ଟନାୟକଙ୍କ ସମୟରୁ ସେ ଦଳ ପାଇଁ କାମ କରି ଆସୁଛନ୍ତି ୨୦୨୪ ନିର୍ବାଚନରେ ଜିଲ୍ଲା ସଭାପତି ରହି କୋମନା ବ୍ଲକ୍‌ରୁ ବିଜେଡି ଭଲ ଭୋଟ୍ ପାଇଥିବା ବେଳେ ତାଙ୍କ ସମୟରେ ନୂଆପଡ଼ା NAC ଧ୍ୟକ୍ଷ ପଦ ପାଇଥିଲେ ।

ସେହିଭଳି ଭାନୁପ୍ରତାପ ସିଂ ମାଝୀ ତିନି ଥର ଜିଲ୍ଲା ପରିଷଦ ସଭ୍ୟ ରହିଥିବା ବେଳେ ଦୁଇ ଥର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରହିଥିଲେ । ଏଥିସହ ଆଦିବାସୀ କଲ୍ୟାଣ ସଙ୍ଘର ସଭାପତି ମଧ୍ୟ ଅଛନ୍ତି । ଯେହେତୁ ନିର୍ବାଚନ ମଣ୍ଡଳୀରେ ୪୨ ପ୍ରତିଶତ ଆଦିବାସୀ ଭୋଟର ଅଛନ୍ତି ତେଣୁ ଭାନୁପ୍ରତାପ ସିଂ ମାଝୀଙ୍କୁ ଚାନ୍ସ ଦେଇପାରେ ବିଜେଡି

ସେହିଭଳି ବିଜେପି ଅସନ୍ତୁଷ୍ଟଙ୍କ ଉପରେ ମଧ୍ୟ ନଜର ରଖିଛି ବିଜେଡି ଏମିତିରେ ନୂଆପଡା ପାଇଁ ବିଜେଡି ଖୁବ୍‌ଶୀଘ୍ର ପ୍ରାର୍ଥୀ ଘୋଷଣା କରିବା ସହ ବଡ଼ ବ୍ୟବଧାନରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଥିବା ବିଜେଡି ବିଧାୟକ ଅରୁଣ ସାହୁ କହିଥିଲେ ।