କଟକ ଜିଲ୍ଲା ବିଜେପି ସଭାପତି ଭାବେ ଦାୟିତ୍ଵ ନେଲେ ବରିଷ୍ଠ ବିଜେପି ନେତା ରାମନାରାୟଣ ମହାନ୍ତି

Published By : Prameya-News7 Bureau | April 27, 2024 IST

ଆଠଗଡ଼ ୨୭।୪: ଆଠଗଡ଼ର ବରିଷ୍ଠ ବିଜେପି ନେତା ରାମନାରାୟଣ ମହାନ୍ତି କଟକ ଜିଲ୍ଲା ବିଜେପି ସଭାପତି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ରାମନାରାୟଣଙ୍କ ଦାୟିତ୍ବ ଗ୍ରହଣ ପରେ ନେତା ଓ କର୍ମୀ ମହଲରେ ଖୁସିର ମାହୋଲ । 

ସୂଚନାଯୋଗ୍ୟ ଯେ, ପ୍ରକାଶ ବେହେରା ଦଳ ଛାଡ଼ି ବିଜେଡିରେ ମିଶିବା ପରେ ପ୍ରାୟ ମାସେ ଧରି ଏହି ପଦଟି ଖାଲି ରହିଥିଲା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ରାମନାରାୟଣ ମହାନ୍ତିଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି । ଆଗକୁ ନିର୍ବାଚନ ଆସୁଥ‌ିବା ବେଳେ ନୂଆ ସଭାପତିଙ୍କ ଲାଗି ଅନେକ ଗୁଡିଏ ଚାଲେଞ୍ଜ ରହିଛି । ବିଶେଷ କରି ଦଳୀୟ ନିର୍ବାଚନ ପରିଚାଳନା ଓ ଅସନ୍ତୁଷ୍ଟଙ୍କୁ ମନାଇବା ତାଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି । ତେଣୁ ଏହାକୁ ସେ କେମିତି ମୁକାବିଲା କରିବେ ତାହା ଗୁରୁତ୍ଵପୂର୍ଣ୍ଣ ହେବ ।

ଜିଲ୍ଲା ସାଧାରଣ ସମ୍ପାଦକ ଥ‌ିବା ରାମନାରାୟଣ ମହାନ୍ତି ଦୀର୍ଘ ଦିନ ଧରି ଏବିଭିପି ସହିତ ଜଡ଼ିତ ରହିଥିଲେ । ଛାତ୍ର ସଂସଦ ସଭାପତିରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୨୦୦୯ ମସିହାରେ ଆଠଗଡ଼ରୁ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିଲେ । ଏହା ପରଠାରୁ କୌଣସି ପ୍ରତ୍ୟକ୍ଷ ନିର୍ବାଚନରେ ଭାଗ ନେଇନଥିଲେ ମଧ୍ୟ ଜିଲ୍ଲା ବିଜେପି ସହିତ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଜଡ଼ିତ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ଆଠଗଡ଼ ନିର୍ବାଚନ ମଣ୍ଡଳୀର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ତାଙ୍କ ବାସଭବନରେ ପହଞ୍ଚି ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଦେବା ସହିତ ମିଠା ଖୁଆଇ ଥିଲେ। 

You Can Read :

ବିଜେଡିର ଅଷ୍ଟମ ପର୍ଯ୍ୟାୟ ତାଲିକା : ୩ ବିଧାନସଭା ଆସନ ପାଇଁ ଆସିଲା ପ୍ରାର୍ଥୀଙ୍କ ନାଁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.