ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ, ରଥଖଳାକୁ ବିଜେ ହେବ ଶ୍ରୀଜିଉଙ୍କ ଆଜ୍ଞମାଳ

Published By : Prameya-News7 Bureau | May 10, 2024 IST

ପୁରୀ ୧୦/୦୫: ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ । ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଥଖଳା ପ୍ରସ୍ତୁତ ହେଉଛି । ୩ ଟି ୧୨ ଫୁଟିଆ ଧଉରା କାଠକୁ ସାଇତା ଯାଇଛି । ବନଯାଗ ବିଧିରେ ପୂଜା ସମ୍ପାଦନା କରିବେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ  ବ୍ରାହ୍ମଣ ଆଦି । 

ଉକ୍ତ କାଠରେ ରଥ ନିର୍ମାଣର  ଶୂଭାରମ୍ଭ କରିବେ ବିଶ୍ୱର୍କମା । ଶ୍ରୀନହର ସାମ୍ନାରେ  ରଥ ନିର୍ମାଣ ପାଇଁ ରଥଚାଳି ନିର୍ମାଣ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ ଅନୁସାରେ  ଅପରାହ୍ଣ ୪ଟାରେ ଚନ୍ଦନ ଠାକୁରଙ୍କ ସହ  ପଟୁଆରରେ ରଥଖଳାକୁ ବିଜେ ହେବେ ଶ୍ରୀଜିଉଙ୍କ ଆଜ୍ଞମାଳ । ତିନି ଜଣ ପୂଜାପଣ୍ଡା ସାମନ୍ତ ଆଣିବେ  ୩ଟି ଆଜ୍ଞାମାଳ । ମୁଖ୍ୟ ବିଶ୍ୱକର୍ମା ରୂପକାର, କମାର, ଚିତ୍ରକର, ଭୋଇ, ଅମୀନ ସେବକମାନେ ଉପସ୍ଥିତ ଥିବେ । 

ପ୍ରମୁଖ ନିର୍ମାଣକାରୀଙ୍କ ମସ୍ତକରେ ଶାଢ଼ିବନ୍ଧା ନୀତି ହେବ। ଏହାପରେ ଯଥାବିଧି  ପୂଜାର୍ଚ୍ଚନା ସରି ବିଶ୍ୱକର୍ମାମାନେ ନୂତନ କୁରାଢ଼ିରେ  ରଥ ନିର୍ମାଣ ଅନୁକୂଳ କରିବେ । ତିନି ରଥର ମୁଖ୍ୟ ବିଶ୍ୱକର୍ମା ନୂତନ ଲୌହ କୁରାଢ଼ିକୁ ତିନି  କାଠଖଣ୍ଡକୁ ସ୍ପର୍ଶ କରି ରଥ ନିର୍ମାଣାର୍ଥେ ମହାପ୍ରଭୁଙ୍କୁ  ପ୍ରାର୍ଥନା କରିବେ । ପରଦିନଠାରୁ ଶ୍ରୀନହର ସମ୍ମୁଖ  ଚାଳିରେ ତିନି ରଥ ତିଆରିର ଶୁଭାରମ୍ଭ ହେବ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.