ଅନେକ ବର୍ଷରୁ କରିନାହାନ୍ତି ଫିଲ୍ମ, କିନ୍ତୁ ମେଣ୍ଟେନ୍‌ କରୁଛନ୍ତି ଲଗଜୁରୀ ଲାଇଫ୍‌ଷ୍ଟାଇଲ୍‌, କେମିତି ଉଠୁଛି ଗୋବିନ୍ଦାଙ୍କ ଖର୍ଚ୍ଚ ?

Published By : Prameya-News7 Bureau | May 09, 2024 IST

ମୁମ୍ବାଇ ୦୯।୦୫: ୯୦ ଦଶକର ସୁପରହିଟ୍‌ ଅଭିନେତା । ଅନେକ ବର୍ଷ ହେବ କରିନାହାନ୍ତି ଗୋଟିଏ ବି ଫିଲ୍ମ ।  ଏତେ ପରେ ବି ମେଣ୍ଟେନ୍‌ କରୁଛନ୍ତି ଲଗଜୁରୀ ଲାଇଫ୍‌ଷ୍ଟାଇଲ୍‌ । ଆମେ କହୁଛୁ ବଲିଉଡ୍ର ସୁପରଷ୍ଟାର ଗୋବିନ୍ଦାଙ୍କ କଥା । ସମୟ ଥିଲା ଗୋବିନ୍ଦାଙ୍କ ଘର ବାହାରେ ଲାଗୁଥିଲା ନିର୍ଦ୍ଦେଶକ ଏବଂ ନିର୍ମାତାଙ୍କର ଲମ୍ବା ଲାଇନ୍‌ । 

ସେବେଠାରୁ ଏପର୍ଯ୍ୟନ୍ତ ଅନେକ ଗୋବିନ୍ଦାଙ୍କ ଷ୍ଟାଇଲ୍‌କୁ କପି କରିବାକୁ ଚେଷ୍ଠା କରୁଛନ୍ତି କିନ୍ତୁ ସମସ୍ତେ ମାରିଛନ୍ତି ଫେଲ୍‌ । ଗୋବିନ୍ଦାଙ୍କ ପରି ଆଉ କେହି ବି ଆସିନାହାନ୍ତି ଇଣ୍ଡଷ୍ଟ୍ରିକୁ । କିନ୍ତୁ ଆଜିକାଲି ଗୋବିନ୍ଦା ଫିଲ୍ମ କରୁନାହାଁନ୍ତି। ବର୍ତ୍ତମାନ ପ୍ରଶ୍ନ ଉଠୁଛି, ତାଙ୍କ ଘର ଖର୍ଚ୍ଚ କିପରି ଉଠୁଛି ? ଅର୍ଥାତ୍‌ ତାଙ୍କ ରୋଜଗାରର ଅନ୍ୟ ଉତ୍ସ କଣ ? 

ଫିଲ୍ମ ତାରକାଙ୍କ ଯଦି ଗୋଟିଏ ପରେ ଗୋଟିଏ ଫିଲ୍ମ କରୁଛନ୍ତି, ତେବେ ସେମାନଙ୍କ ଘରକୁ ଦେବୀ ଲକ୍ଷ୍ମୀଙ୍କର ପ୍ରବେଶ ହେଉଛି । ବାସ୍ତବରେ, ଯେତେବେଳେ ଏହି ତାରକାମାନଙ୍କ କ୍ୟାରିଅର୍ ଶିଖରରେ ଥାଆନ୍ତି, ସେମାନେ ସେମାନଙ୍କର ରୋଜଗାରର ଅଧା ସମ୍ପତ୍ତିରେ ବିନିଯୋଗ କରନ୍ତି ।  ଖବର ଅନୁଯାୟୀ ଗୋବିନ୍ଦା ୧୬୦ କୋଟି ସମ୍ପତ୍ତିର ମାଲିକ ଅଟନ୍ତି। 

ମୁମ୍ବାଇ ପରି ସହରରେ ଗୋବିନ୍ଦାଙ୍କର ୩ଟି ଘର ଅଛି ଏବଂ ଆମେରିକାରେ ମଧ୍ୟ ସମ୍ପତ୍ତି ରହିଛି । ଏହାବ୍ୟତୀତ ଗୋବିନ୍ଦାଙ୍କର ରାୟଗଡରେ ଏକ ଫାର୍ମହାଉସ୍ ମଧ୍ୟ ଅଛି । ଗୋବିନ୍ଦାର ଗୋଟିଏ ଘର ମୁମ୍ବାଇର ଜୁହୁରେ ରହିଥିବାବେଳେ ଅନ୍ୟଟି ମଡ ଆଇଲ୍ୟାଣ୍ଡରେ ରହିଛି । ତାଙ୍କର ତୃତୀୟ ଘର ମଧ୍ୟ ଜୁହୁରେ ରହିଛି । ଗୋବିନ୍ଦାଙ୍କର ହୋଟେଲ ଏବଂ ଅନ୍ୟାନ୍ୟ ବ୍ୟବସାୟ ମଧ୍ୟ ଅଛି । 

ଯେଉଁଥିରୁ ସେ କୋଟି କୋଟି ଟଙ୍କା ରୋଜଗାର କରନ୍ତି । ସେ କୌଣସି ଫିଲ୍ମ ପାଇଁ ପାଖାପାଖି ୫ କୋଟି ଟଙ୍କା ଫି ନିଅନ୍ତି । ଖବର ଅନୁଯାୟୀ ଗୋବିନ୍ଦାଙ୍କ ମାସିକ ରୋଜଗାର ହେଉଛି ୧ କୋଟି ଏବଂ ବାର୍ଷିକ ରୋଜଗାର ହେଉଛି ୧୨ କୋଟି ଟଙ୍କା। ଗୋବିନ୍ଦା ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଏବଂ ରିଏଲିଟି ସୋରୁ ମଧ୍ୟ ରୋଜଗାର କରନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.