ଲକ୍ଷ୍ନୌ, ୨୩/୦୪ : ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜାଏଣ୍ଟସର ପ୍ରଦର୍ଶନ ଖୁବ୍ ଖରାପ ରହିଛି । ଦଳ ଗୋଟିଏ ପରେ ଗୋଟିଏ ମୁକାବିଲା ହାରୁଛି । ଏପରିକି କମ୍ ରନର ଟାର୍ଗେଟକୁ ଲକ୍ଷ୍ନୌ ବ୍ୟାଟର ଚେଜ୍ କରିପାରୁ ନାହାଁନ୍ତି । ଗତ ମ୍ୟାଚରେ ଦଳ ରାଜସ୍ଥାନ ରୟାଲ୍ସଠୁ ହାରି କ୍ରମାଗତ ଚତୁର୍ଥ ପରାଜୟର ସାମ୍ନା କରିଛି । ତେବେ ଦଳର ପରାଜୟ ପରେ ଏଲଏସଜି ମାଲିକଙ୍କର ଏକ ଫଟୋ ଭାଇରାଲ ହେଉଛି ।

​​​​​​​Also Read :- MI vs CSK Playing 11: କ’ଣ ଆଜି ଖେଳିବେ ରୋହିତ ଓ ଧୋନି ? କିଏ ନେବ ଆୟୁଷ ମହାତ୍ରେଙ୍କ ସ୍ଥାନ ?

ସୂଚନାନୁସାରେ, ବୁଧବାର ଲକ୍ଷ୍ନୌ ରାଜସ୍ଥାନ ସହ ମୁହାଁମୁହିଁ ହୋଇଥିଲା । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୧୫୯ରନ୍ କରିପାରିଥିଲା । ଜବାବରେ ଲକ୍ଷ୍ନୌ ମାତ୍ର ୧୧୯ରେ ଅଲଆଇଟ୍ ହୋଇଯାଇଥିଲା । ବ୍ୟାଟର ମିଚେଲ ମାର୍ସ ଏକାକି ୫୫ରନ୍ କରିଥିଲେ । ଅନ୍ୟ କେଉଁ ବ୍ୟାଟର ଉପଯୋଗୀ ଇନିଂସ ଖେଳିପାରିନଥିଲେ । ଫଳରେ ଦଳ ବିଜୟଠୁ ୪୦ରନ୍ ଦୂରରେ ରହିଯାଇଥିଲା । ଏପରିକି ଅଧିନାୟକ ଋଷଭ ପନ୍ତ ଖାତା ଖୋଲି ନପାରି ପ୍ୟାଭିଲିୟନ ଫେରିଥିଲେ ।

ମ୍ୟାଚ୍ ପରେ ଗୋଏଙ୍କାଙ୍କ ରିଆକ୍ସନ

ଏଲଏସଜି ମୁକାବିଲା ହାରିବା ପରେ ମାଲିକ ସଞ୍ଜୀବ ଗୋଏଙ୍କାଙ୍କ ଏକ ଫଟୋ ଭାଇରାଲ ହେଉଛି । ଯାହା ନେଟିଜେନ୍ସଙ୍କ ହୃଦୟ ଜିତିଛି । ଫଟୋରେ ଦେଖିବାକୁ ମିଳିଛି ଯେ, ପରାଜୟ ପରେ ସଞ୍ଜୀବ ଅଧିନାୟକ ପନ୍ତଙ୍କୁ ଆଲିଙ୍ଗନ କରୁଛନ୍ତି । ଏହାସହ ଦୀର୍ଘ ସମୟ ଧରି ତାଙ୍କ ସହ ଆଲୋଚନା ମଧ୍ୟ କରୁଛନ୍ତି ।

ବ୍ୟାଟରଙ୍କୁ ଦୋଷ ଦେଲେ ପନ୍ତ

ପରାସ୍ତ ହେଲା ପରେ ପନ୍ତ କହିଛନ୍ତି ଯେ, ବ୍ୟାଟସମ୍ୟାନ୍ ମାନେ ସଟ୍ ସିଲେକ୍ସନରେ ବିଫଳ କରିଥିଲେ । ମିଚେଲ ମାର୍ସଙ୍କୁ କାହାରି ସହଯୋଗ ମିଳିନଥିଲା । ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ । ହେଲେ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଛି । ଏହାର କାରଣ ଖୋଜିବାକୁ ହେବ । ଆଗାମୀ ଦିନରେ ଦଳ କମ୍ ବ୍ୟାକ୍ କରିବ ବୋଲି ପନ୍ତ ଦୃଢୋକ୍ତି ବାଢିଛନ୍ତି ।