ଆମେରିକାକୁ ପୁଟିନ୍‌ଙ୍କ ଚେତାବନୀ: ଇସ୍ରାଏଲକୁ ସମର୍ଥନ କଲେ ଚୁପ୍‌ ବସିବନି ରୁଷ୍

Published By : Prameya-News7 Bureau | April 15, 2024 IST

Internet

ଇସ୍ରାଏଲ ଇରାନ ଶତ୍ରୁତା ଚରମସୀମାରେ। ଛକାପଞ୍ଝା ହେଉଛି ଆମେରିକା। ଚେତାବନୀ ଦେଲା ଋଷ୍। ଇସ୍ରାଏଲକୁ ପ୍ରଥମେ ଧମକ... ପରେ ଆଟାକ୍ କଲା ଇରାନ। ଏକା ସଂଙ୍ଗେ ୩୦୦ ଡ୍ରୋନ୍ ଏବଂ ମିଶାଇଲ ମାଡ଼। ଇସ୍ରାଏଲ ଉପରେ ଆକ୍ରମଣ ପରେ ଆମେରିକା ଏବଂ ଋଷ ମଧ୍ୟ ଦୁଇ ଦେଶ ମଧ୍ୟରେ ଚାଲିଥିବା ତିକ୍ତତାକୁ ଡେଇଁ ପଡିଛନ୍ତି। ଆମେରିକାକୁ ଖୋଲାଖୋଲି ଚେତାବନୀ ଦେଇଛି ରୁଷ। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ଯଦି ଏହା ମଧ୍ୟରେ ଆମେରିକା ଇସ୍ରାଏଲକୁ ସମର୍ଥନ କରେ, ତେବେ ରୁଷ୍ ବସି ରହିବ ନାହିଁ। ଖୋଲାଖୋଲି ଭାବେ ଇରାନକୁ ସମର୍ଥନ କରିବ। ତେବେ ଏହି ଅଘୋଷିତ ଯୁଦ୍ଧକୁ ନେଇ ଦେଖାଦେଇଛି ମହାସଙ୍କଟ !

ଏହାପୂର୍ବରୁ ଋଷ ଉଭୟ ଇରାନ ଏବଂ ଇସ୍ରାଏଲକୁ ସଂଯମତା ରକ୍ଷା କରିବା ପାଇଁ ଅପିଲ କରିଥିଲା। ଋଷର ବୈଦେଶିକ ମନ୍ତ୍ରୀ ସରଗୈ ଲାଭରୋଭ ମଧ୍ୟ ଇରାନର ବୈଦେଶିକ ମନ୍ତ୍ରୀ ହୋସେନ ଆମୀର ଅବଦୁଲ୍ଲାହାନଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି।

ରବିବାର ଇସ୍ରାଏଲ ଉପରେ ଇରାନ ଆକ୍ରମଣ କରିବାର ଗୋଟିଏ ଦିନ ପରେ, ଷ୍ଟେଟ୍ ଅଫ୍ ୟୁନିଅନ୍ କାର୍ଯ୍ୟକ୍ରମରେ ଆମେରିକାର ଜାତୀୟ ସୁରକ୍ଷା ପରିଷଦର ସଂଯୋଜକ ଜନ୍ କିର୍ବି ଆମେରିକାର ଷ୍ଟାଣ୍ଡକୁ ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ରାଷ୍ଟ୍ରପତି ବାଇଡେନ ଅନେକ ଥର କହିଛନ୍ତି, ଆମେ ଏହି ଅଞ୍ଚଳରେ ଯୁଦ୍ଧ ଚାହୁଁ ନାହୁଁ। ଆମେ ଇରାନ ସହିତ ଯୁଦ୍ଧରେ ଜଡିତ ହେବାକୁ ଚାହୁଁନାହୁଁ। ସେପଟେ ଆମେରିକା ସିଧାସଳଖ ସମ୍ପୃକ୍ତିକୁ ସହଜରେ ହଜମ କରିପାରୁନି ଋଷ।

ଶନିବାର ରାତି ଏବଂ ରବିବାର ସକାଳେ ଇରାନ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଦ୍ୱାରା ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା, ଏହା ପରେ ସମଗ୍ର ଇସ୍ରାଏଲରେ ଏୟାର ଷ୍ଟ୍ରାଇକ୍ ଚେତାବନୀ ଦିଆଯାଇଥିଲା। ଏହି ଆକ୍ରମଣ ମୁଖ୍ୟତ ୟରୁଶାଲମ, ନେଗେଭ ରେଗିସ୍ତାନ ଏବଂ ଡେଡ୍ ସି, ଉତ୍ତରରେ ଇସ୍ରାଏଲ୍ ଅଧିକୃତ ଗୋଲାନ୍ ହାଇଟ୍ସରେ କରାଯାଇଥିଲା।

ଇସ୍ରାଏଲର ରିପୋର୍ଟ ଅନୁସାରେ ୩୦୦ ଡ୍ରୋନ ମଧ୍ୟରୁ ପ୍ରାୟ ୧୦୦ଟି ଆମେରିକା, ଜୋର୍ଡାନ ଏବଂ ବ୍ରିଟେନ ସମେତ ସହଯୋଗୀ ଦେଶ ଇସ୍ରାଏଲରେ ପହଞ୍ଚିବା ପୂର୍ବରୁ ଅଟକାଇଥିଲେ। ପ୍ରକାଶଥାଉକି- ସିରିଆର ଦାମାସକସରେ ଇରାନ୍ ଦୂତାବାସରେ ୭ଜଣ ଇରାନ ଅଧିକାରୀଙ୍କ ହତ୍ୟା ପାଇଁ ପ୍ରତିଶୋଧ ନେବାକୁ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିଛି। ଇରାନର ଏୟାର ଷ୍ଟ୍ରାଇକ ଉପରେ ଇସ୍ରାଏଲ ଜବାବ ଦେବାକୁ ଯୋଜନା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.