ଶ୍ରୀନଗର ଜାତୀୟ ରାଜପଥରେ ବଡ଼ ଦୁର୍ଘଟଣା: ଖାଇକୁ ଖସିଲ କ୍ୟାବ, ୧୦ ମୃତ

Published By : Prameya-News7 Bureau | March 29, 2024 IST

ଶ୍ରୀନଗର ୨୯/୦୩: ଜାମ୍ମୁ କାଶ୍ମୀର ଶ୍ରୀନଗର-ଜାମ୍ମୁ ଜାତୀୟ ରାଜପଥରେ ରାମବନ୍ ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ଖାଇକୁ ବସ୍ ଖସିବାରୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ, ଏସଡିଆରଏଫ ଏବଂ ରାମବାନ୍ ସିଭିଲ୍ QRT ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । 


କୁହାଯାଉଛି ଯେ ଜାମ୍ମୁରୁ ଶ୍ରୀନଗରକୁ ଯାଉଥିବା କ୍ୟାବ୍ ଯାତ୍ରୀଙ୍କୁ ନେଇ ରାମବାନ୍ ଅଞ୍ଚଳକୁ ଯାଉଥିଲା । ତେବେ ବ୍ୟାଟେରୀ ଚାଶମା ନିକଟ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଏକ ଗଭୀର ଖାଇକୁ ଖସିପଡିଥିଲା କ୍ୟାବ୍‌ଟି । ଫଳରେ କ୍ୟାବରେ ଥିବା ଅନେକ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଆଗକୁ ବି ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ, ଏସଡିଆରଏଫ ଏବଂ ସିଭିଲ QRT ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । 


ଏହି ଟିମ୍ ସକାଳୁ ସକାଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଯେଉଁଥିରେ ଟିମ୍ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କ ମୃତଦେହ ଉଦ୍ଧାର କରିଛି । କିନ୍ତୁ ଏହି ଅଞ୍ଚଳରେ ଗଭୀର ଖାଲ, ଅନ୍ଧକାର ଏବଂ ବର୍ଷା ହେତୁ ଉଦ୍ଧାର କାର୍ଯ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ ହୋଇଯାଇଛି । ପୋଲିସ କହିଛି ଯେ ଏହି ଦୁର୍ଘଟଣା ସମ୍ପର୍କରେ ବିଳମ୍ୱିତ ରାତି ପ୍ରାୟ ୧.୧୫ ସମୟରେ ମିଳିଥିଲା । 


  • Jammu Kashmir
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.