ଭୁବନେଶ୍ବର ୨।୫: ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି ପାର୍ଟ ପ୍ଲଟ୍ ବିକ୍ରି ଅନୁମତି ପ୍ରକ୍ରିୟା । ଚଳିତ ମାସରେ ହିଁ ବିଜ୍ଞପ୍ତି ଆସିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ପାର୍ଟ ପ୍ଲଟ୍ କଟକଣା କୋହଳ କରିବା ଏବଂ ଆପାର୍ଟମେଣ୍ଟ ବିକ୍ରି ନିୟମାବଳୀ ସଂଶୋଧନ କରିବା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି । ପାର୍ଟ ପ୍ଲଟ୍ ବିଷୟ ନଗର ଉନ୍ନୟନ ନିକଟରେ ରହିଛି । ସେନେଇ ଡ୍ରାଫ୍ଟକୁ ମଧ୍ୟ ଆହୁରି ଅଧ୍ୟୟନ କରୁଛି ରାଜସ୍ବ ବିଭାଗ । ଆପର୍ଟମେଣ୍ଟ ଡ୍ରାଫ୍ଟ ମଧ୍ୟ ରାଜସ୍ବ ବିଭାଗ ନିକଟରେ ପହଞ୍ଚିଛି । ସେନେଇ ବିଶେଷଜ୍ଞ, ଅଂଶୀଦାର ମାନଙ୍କ ସହ ଆଲୋଚନା ଚାଲିଛି । ଚଳିତ ମାସରେ ହିଁ ତାକୁ ସାର୍ବଜନୀନ କରି ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।
You Can Read:
ପୂର୍ବରୁ ରହିଥିଲା ବିବାଦ, ସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରୀ ଭୁସି ନିର୍ମମ ହତ୍ୟା