LIVE TV

ଗୋଟିଏ ସପ୍ତାହରେ ପଞ୍ଜାବୀ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀକୁ ଦ୍ୱିତୀୟ ଝଟକା ,ଗାୟକ ଗୁରମିତ ମାନ୍‌ଙ୍କ ଦେହାନ୍ତ

NEWS7
Punjabi folk singer passes away

ନୂଆଦିଲ୍ଲୀ – ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରୀ ଏବେ ଗାୟକ ରାଜବୀର ଜୱଣ୍ଡାଙ୍କ ମୃତ୍ୟୁରୁ ବାହାରି ପାରି ନଥିବା ବେଳେ ଆଉ ଏକ ଦୁଃଖଦ ଘଟଣା ଘଟିଛି। ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ସିଙ୍ଗର ଏହି ଦୁନିଆକୁ ଅଲବିଦା କହିଛନ୍ତି। ଉଲ୍ଲେଖନୀୟ ଯେ, ସିଙ୍ଗର ଗୁରମିତ ସିଂହ ମାନଙ୍କ ଦେହାନ୍ତ ହୋଇ ଯାଇଛି। ଏହି ଖବର ତାଙ୍କର ପ୍ରଶଂସକ ଓ ସାଥି କଳାକାରଙ୍କୁ ଗଭୀର ମର୍ମାହତ କରି ଦେଇଛି।

କହି ରଖୁଛୁ କି ମାନ୍‌ ପଞ୍ଜାବୀ ଲୋକଗୀତର ପ୍ରସିଦ୍ଧ ସେଲେବ୍ରିଟି ଥିଲେ। ସେ ନିଜର ସ୍ୱତନ୍ତ୍ର ଭଏସ୍‌ ପାଇଁ ଜଣାଶୁଣା ଥିଲେ। ଗୀତ ବ୍ୟତୀତ ସେ ପଞ୍ଜାବ ପୁଲିସରେ ମଧ୍ୟ ଜଣେ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ। ଏଥିପାଇଁ ତାଙ୍କୁ ପ୍ରଶଂସା କରାଯାଉ ଥିଲା।

ଗୁରମିତ ମାନଙ୍କ ମୃତ୍ୟୁ ପରେ ତାଙ୍କର ପରିବାର ଲୋକ ତାଙ୍କୁ ଗୁରଦାସପୁର ଜିଲ୍ଲାର ଫତେହଗଡ ଚୁଡିଆ ନିକଟସ୍ଥ ତାଙ୍କର ପୈତୃର ଗାଁ ହର୍ଦୋୱାଲ ନେଇ ଯାଇଥିଲେ, ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ମାନ୍‌ ରୋପଡ୍‌ର ଗିଲ୍କୋ କଲୋନୀରେ ରହୁଥିଲେ, କିନ୍ତୁ ଜଳନ୍ଧର ନିକଟ ହର୍ଦୋୱାଲ ଗାଁର ସେ ମୂଳବାସିନ୍ଦା।ତାଙ୍କର ଆକସ୍ମିକ ମୃତ୍ୟୁରେ ସଂପ୍ରଦାୟରେ ଶୋକର ଛାୟା ଖେଳି ଯାଇଛି।

ଉଲ୍ଲେଖନୀୟ ଯେ, ୮ ଅକ୍ଟୋବର ୨୦୨୫ରେ ପଞ୍ଜାବର ଷ୍ଟାର ସିଙ୍ଗର ରାଜବୀର ଜୱଣ୍ଡାଙ୍କ ଏକ ଦୁଃଖଦ ବାଇକ୍‌ ଦୁର୍ଘଟଣା ପରେ ମୃତ୍ୟୁ ହୋଇ ଥିଲା। ପାଖାପାଖି ୧୨ ଦିନ ଯାଏ ହସ୍ପିଟାଲରେ ଜୀବନ ଯୁଦ୍ଧ ଲଢିବା ପରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଏବେ ଗୋଟିଏ ସପ୍ତାହରେ ଦୁଇ ପ୍ରସିଦ୍ଧ କଳାକାରଙ୍କ ଏହିପରି ଇଣ୍ଡଷ୍ଟ୍ରୀରୁ ଚାଲିଯିବା , ପଞ୍ଜାବୀ ସଙ୍ଗୀତ ଜଗତ ପାଇଁ ଏକ ବଡ଼ କ୍ଷତି।