ଭୁବନେଶ୍ଵର: ନମସ୍କାର, ଜୁହାର, ଜୟ ଜଗନ୍ନାଥ...। ହୋମ କମିଙ୍ଗ ଭଳି ଲାଗୁଛି | ଦେଶର ଏକାଧିକ ବିଧାନସଭାକୁ ସମ୍ବୋଧନ କରିବାର ସୁଯୋଗ ପାଇଛି, ଓଡିଶା କିନ୍ତୁ ଅନନ୍ୟ | ଛୋଟ ଗାଆଁରୁ ଆସିଥିଲି ସାଧାରଣ ଝିଅ ହୋଇ | ଏ ଗୃହ ମତେ ସବୁ ଶିଖେଇଛି, ବିଷୟ ଉପସ୍ଥାପନ, କଥା କହିବା ଏ ଗୃହ ଶିଖେଇଥିଲା | ଆଜି ମୁଁ ଯାହା ହୋଇଛି ଏ ଗୃହ ପାଇଁ | ଏ ଗୃହ କୁ କୋଟି କୋଟି ପ୍ରଣାମ | ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରି ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ନିଜ ସମ୍ବୋଧନରେ ରାଷ୍ଟ୍ରପତି କହିଛନ୍ତି, ବିଧାୟକ ଭାବେ ପ୍ରଶ୍ନ ପଚାରିଛି, ମନ୍ତ୍ରୀ ଭାବେ ଉତ୍ତର ଦେଇଛି। ୧୪୭ ସଦସ୍ୟ ମୋର ଚିହ୍ନା, କିନ୍ତୁ କିଛି ଲୋକଙ୍କ ସହିତ କାମ କରିଛି | ଧର୍ମେନ୍ଦ୍ର ପ୍ରଧା, ମୋହନ ମାଝୀ, ଜୁଏଲ୍ ଓରାମଙ୍କ ସହିତ କାମ କରିବାର ସୁଯୋଗ ପାଇଛି | ଦେଶର ସ୍ଵାଧୀନତା ସଂଗ୍ରାମ ଓ ରାଷ୍ଟ୍ର ଗଠନରେ ଓଡ଼ିଶାର ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଛି। ୧୮୫୭ର ମହା ସଂଗ୍ରାମକୁ ଉଜ୍ଜିବିତ କରି ରଖିଥିଲେ ଲକ୍ଷ୍ମଣ ନାୟକ | ବକ୍ସି ଜଗବନ୍ଧୁ, ବାଜି ରାଉତ ଙ୍କୁ ସ୍ମରଣ କରିଛନ୍ତି | ଭାଷା ଭିତ୍ତିରେ ଓଡିଶା ରାଜ୍ୟ ଗଠନ ହୋଇଛି | ବିଜୁ ବାବୁଙ୍କ ସାହସ ସଂଗ୍ରାମ ସବୁବେଳେ ଉଜ୍ଜୀବିତ | ଓଡ଼ିଶା ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ଵ ଉତ୍ସାହଜନକ | ବାଚସ୍ପତି ମହିଳା | ନନ୍ଦିନୀ ଶତପଥୀ ଭାରତର ଦ୍ବିତୀୟ ମୁଖ୍ୟମନ୍ତ୍ରୀ | ଓଡିଶା ବିଧାନସଭା ରେ ଅନେକ ଜନ ମଙ୍ଗଳକାରୀ ନିଷ୍ପତି ନେଇଛି |

ରାଷ୍ଟ୍ରପତି କହିଛନ୍ତି ଖୁସିର କଥା ହେଉଛି ଓଡିଶା ବିଧାନସଭା ପେପର ଲେସ୍ ହୋଇଛି | ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଳ୍ପ ଦିନରେ ଅନେକ କାର୍ଯ୍ୟକ୍ରମ ନେଇଛନ୍ତି | ଲକ୍ଷପତି ଦିଦି ପ୍ରସ୍ତୁତ କରିଛନ୍ତି | ଧାନ କିଣାରେ ସବସିଡି ଦେବା ଉତ୍ତମ ପଦକ୍ଷେପ | ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର ମିଳିତ ଭାବେ ଶିଳ୍ପ ପ୍ରତିଷ୍ଠା କରୁଛନ୍ତି | ପ୍ରକୃତି ଅଜାଡି ଦେଇଛି ଓଡ଼ିଶାକୁ | ଆଇଟି ପ୍ରଫେସନାଲଙ୍କ ଠାରୁ ବୈଜ୍ଞାନିକଙ୍କ ଯାଏ ସବୁଥିରେ ପରିପୂର୍ଣ୍ଣ ଓଡିଶା | ୨୦୩୬ରେ ଓଡିଶା ଗଠନକୁ ୧୦୦ ବର୍ଷ ହେବ |

ରାଷ୍ଟ୍ରପତିଙ୍କ ଭାଷଣର ମୁଖ୍ୟାଂଶ​​​​​​​​​​​​​​

-    ନେସନ ଫାଷ୍ଟ ଦୃଷ୍ଟିରେ ରଖି କାମ କରିବେ ମୋର ବିଶ୍ୱାସ
-    ଶାସନ ଡୋରି ପ୍ରଜାଙ୍କ ପାଖରେ ଥାଏ, ଆପଣ ଜନ ପ୍ରତିନିଧି, ଯାହା କରିବେ ସାଧାରଣ ଲୋକଙ୍କ ପାଇଁ କରିବେ
-    ସମାଜର ଶେଷ ବ୍ୟକ୍ତି ପାଇଁ କାମ କରିବା ଲକ୍ଷ ରଖନ୍ତୁ
-    ଆପଣ କଣ କରୁଛନ୍ତି ଜାଣିବା ପାଇଁ ଲୋକେ ଉତ୍ସୁକ
-    ଆପଣ ଲିଡର ଆପଣ ଲିଡ଼ କରୁଛନ୍ତି, ଜନତା ହେଉଛନ୍ତି ଫଲୋଅର
-    ନିଜର ଉଚ୍ଚାରଣ ଏବଂ ଆଚରଣ ଉପରେ ଧ୍ୟାନ ଦିଅନ୍ତୁ, ଟେକ୍ନୋଲୋଜି ଦୁନିଆରେ ସମସ୍ତେ ଦେଖୁଛନ୍ତି
-    ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ ରହିଛି
-    ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ହେଲେ ଏହା ବିକଶିତ ଭାରତ ଦିଗରେ ସହାୟକ ହେବ 
-    ବିଶ୍ୱରେ ଭାରତର ଗୌରବ ବଢ଼ିଛି

ଓଡ଼ିଶାର ପ୍ରଗତିକୁ ଜୀବନ ର ବ୍ରତ ଭାବେ ଗ୍ରହଣ କରନ୍ତୁ। ଆଇଟି ଓ ଏଆଇ କ୍ଷେତ୍ରରେ ଭାରତ ଅଗ୍ରଣୀ | ଏହା ବିକଶିତ ଭାରତର ପ୍ରାକ୍ ସୂଚନା | ଗଣ ବିନା ଗଣତନ୍ତ୍ର ନାହିଁ | ଆପଣ ମାନେ ଜନ ଗଣ ଙ୍କ ପ୍ରତିନିଧି | ଦେଶର ଦରିଦ୍ର ତମ ଲୋକ ପାଇଁ କାମ କରିବା ହିଁ ଅନ୍ତୋଦୟ | ବର୍ତ୍ତମାନ ଟେକ୍ନୋଲୋଜି ର ଯୁଗ| ଆପଣ ମାନେ ଲିଡର ଜନତା ଫୋଲର ତେଣୁକରି ଉଚ୍ଚାରଣ ଆଚରଣ ଠିକ୍ ରହିବା ଆବଶ୍ୟକ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।

​​​​​​​

ବିଧାୟକଙ୍କୁ ରାଷ୍ଟ୍ରପତିଙ୍କ ଗୁରୁମନ୍ତ୍ର

ରାଷ୍ଟ୍ରପତି କହିଛନ୍ତି ବିଧାୟକଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ନେସନ ଫାଷ୍ଟ ଦୃଷ୍ଟିରେ ରଖି କାମ କରିବେ ମୋର ବିଶ୍ଵାସ।ଶାସନ ଡୋରି ପ୍ରଜାଙ୍କ ପାଖରେ ଥାଏ। ଆପଣ ଜନ ପ୍ରତିନିଧି, ଯାହା କରିବେ ସାଧାରଣ ଲୋକଙ୍କ ପାଇଁ କରିବେ।ସମାଜର ଶେଷ ବ୍ୟକ୍ତି ପାଇଁ କାମ କରିବା ଲକ୍ଷ୍ୟ ରଖନ୍ତୁ। ଆପଣ କଣ କରୁଛନ୍ତି ଜାଣିବା ପାଇଁ ଲୋକେ ଉତ୍ସୁକ। ଆପଣ ଲିଡର ଆପଣ ଲିଡ଼ କରୁଛନ୍ତି, ଜନତା ହେଉଛନ୍ତି ଫଲୋଅର | ନିଜର ଉଚ୍ଚାରଣ ଏବଂ ଆଚରଣ ଉପରେ ଧ୍ୟାନ ଦିଅନ୍ତୁ। ଟେକ୍ନୋଲୋଜି ଦୁନିଆରେ ସମସ୍ତେ ଦେଖୁଛନ୍ତି।୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ରହିଛି। ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ହେଲେ ଏହା ବିକଶିତ ଭାରତ ଦିଗରେ ସହାୟକ ହେବ। ବିଶ୍ୱରେ ଭାରତର ଗୌରବ ବଢିଥିବା ରାଷ୍ଟ୍ରପତି ମୁର୍ମୁ କହିଛନ୍ତି।