ଫ୍ରିଜ୍‌ର ଏହି ସ୍ଥାନରେ ରଖନ୍ତୁନି ପନିପରିବା, ନଚେତ୍‌…

Published By : Prameya-News7 Bureau | April 28, 2024 IST

ନୂଆଦିଲ୍ଲୀ ୨୮।୦୪: ପନିପରିବା ଖରାପ ହେଇ ଯିବା ନେଇ ସମସ୍ତେ ଫ୍ରିଜ୍‌ରେ ପନିପରିବ ରଖନ୍ତି । କିନ୍ତୁ ଅନେକ ଫ୍ରିଜ୍‌ରେ ଥିବା ପରିବା ବକ୍ସ ଫୁଲ୍‌ ହେଇଯିବା ପରେ ଫ୍ରିଜ୍‌ ଅନ୍ୟ ସ୍ଥାନରେ ପରିବା ରଖନ୍ତି । କିନ୍ତୁ ଏପରି ଏକ ସ୍ଥାନ  ରହିଛି ଯଦି ସେଠାରେ  ଭୁଲ୍‌ରେ ବି ପନିପରିବ ରଖି ଦିଅନ୍ତି, ତେବେ ସେଗୁଡିକ ଗୋଟିଏ ରାତିରେ ନଷ୍ଟ ହୋଇଯିବେ।

ସବୁ ଫ୍ରିଜ୍‌ର ଫ୍ରିଜର ତଳେ ରହିଥାଏ ଏକ ଟ୍ରେ ।  ଏଥିରେ ପାଣି ଜମା ହୋଇଥାଏ । ଅନେକ ଥର ଲୋକମାନେ ଏହି ଟ୍ରେରେ ପରିବା ରଖି ଦିଅନ୍ତି । ଏପରି କରିବା ଦ୍ବାରା ପନିପରିବା ଶୀଘ୍ର ନଷ୍ଟ ହୋଇଯାଏ । ଯଦି ଏଠାରେ କ୍ଷୀର କିମ୍ବା ଅନ୍ୟ କୌଣସି ଖାଦ୍ୟ ଜିନିଷ ରଖନ୍ତି, ତେବେ ଏହା ମଧ୍ୟ ନଷ୍ଟ ହୋଇପାରେ। 

ବାସ୍ତବରେ, ଫ୍ରିଜରୁ ବାହାରୁଥିବା ଥଣ୍ଡା ପବନ ଏଠାରେ ସିଧାସଳଖ ପହଞ୍ଚେ । ଯେଉଁ କାରଣରୁ ଏଠାରେ ରଖାଯାଇଥିବା ସାମଗ୍ରୀ ନଷ୍ଟ ହୋଇଯାଏ । ଏହି ଟ୍ରେରେ କେବଳ ସେହି ଜିନିଷଗୁଡ଼ିକୁ ରଖିବା ଉଚିତ୍‌ ଯାହାକୁ ବରଫ ଭାବରେ ବ୍ୟବହାର କରିହେବ । ତେଣୁ ଏଠାରେ କୌଣସି ପନିପରିବା କିମ୍ବା ଅନ୍ୟ କୌଣସି ଜିନିଷ ରଖିବା ଉଚିତ୍‌ ନୁହେଁ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.