ଦୁନିଆରେ ସବୁଠାରୁ ଅଧିକ ଜମି କାହାର ? ଜାଣନ୍ତୁ କିଏ ଏହି ବ୍ୟକ୍ତି…

Published By : Prameya-News7 Bureau | May 13, 2024 IST

ନୂଆଦିଲ୍ଲୀ ୧୩।୦୫: ସାରା ଦୁନିଆରେ ଅନେକ କୋଟିପତି ଅଛନ୍ତି । ଯେଉଁମାନଙ୍କର ବହୁ ମାତ୍ରାରେ ଧନ ସମ୍ପତ୍ତି ରହିଥାଏ । କିନ୍ତୁ ଜାଣନ୍ତି କି ଦୁନିଆରେ କାହାର ସର୍ବାଧିକ ଜମି କାହାର ଅଛି ? ଆସନ୍ତୁ ଜାଣିବା… 

ଇଂଲଣ୍ଡର ରୟାଲ ଫ୍ୟାମିଲି ଦୁନିଆର ସବୁଠାରୁ ଅଧିକ ଜମିର ମାଲିକ । ଗ୍ରାମୀଣ କୃଷି ଜମି, ଜଙ୍ଗଲ, ସହରାଞ୍ଚଳର ଜମି, ଘର, ବଜାର କମ୍ପ୍ଲେକ୍ସ, ସମୁଦ୍ର କୂଳ ପରି ଅନେକ ରହିଛି । ଏହାର ଯତ୍ନ ନେବା ପାଇଁ ଏକ ସ୍ୱତନ୍ତ୍ର କମ୍ପାନୀ ଅଛି । ରାଣୀ ଏଲିଜାବେଥ୍ଙ୍କ ମୃତ୍ୟୁ ପରେ ବ୍ରିଟେନର ରାଜା ଚାର୍ଲ୍ସ ତୃତୀୟ ବିଶ୍ୱର ସର୍ବ ବୃହତ ଜମି ଅଧିକାର ପାଇଁ ରେକର୍ଡ ସୃଷ୍ଟି କରିଥିଲେ । 

ଯଦିଓ ସେ ଏହି ସମ୍ପତ୍ତିର ମାଲିକ, ସେ ଏହାର ଏକମାତ୍ର ମାଲିକ ନୁହଁନ୍ତି । ଯେପର୍ଯ୍ୟନ୍ତ ସେ ରାଜା ଥିବେ ସେପର୍ଯ୍ୟନ୍ତ ସେ ଏହାର ମାଲିକ ରହିବେ । ରିପୋର୍ଟ ଅନୁଯାୟୀ ପ୍ରିନ୍ସ ଚାର୍ଲ୍ସ ୬.୬ ବିଲିୟନ ଏକର ଜମି ଏବଂ ବିଭିନ୍ନ ପ୍ରକାରର ସମ୍ପତ୍ତିର ମାଲିକ ଅଟନ୍ତି । ଏହି ଭୂମି ଗ୍ରେଟ୍ ବ୍ରିଟେନ, ଅଷ୍ଟ୍ରେଲିଆ, ଆୟର୍ଲାଣ୍ଡ, ସ୍କଟଲ୍ୟାଣ୍ଡ, ୱେଲ୍ସ, କାନାଡା, ଅଷ୍ଟ୍ରେଲିଆ ଏବଂ ଅନ୍ୟାନ୍ୟ ଦେଶରେ ରହିଛି । ବ୍ରିଟିଶ ରାଜା ବିଶ୍ୱର ୧୬.୬ ପ୍ରତିଶତ ସମ୍ପତ୍ତିର ମାଲିକ ।

ଦି କ୍ରାଉନ୍ ଇଷ୍ଟେଟ୍ ନାମକ ଏକ କମ୍ପାନୀ ଏହି ସମ୍ପୁର୍ଣ୍ଣ ସମ୍ପତ୍ତିର ଯତ୍ନ ନିଏ । ବ୍ରିଟିଶ ରୟାଲ ଫ୍ୟାମିଲି ସିଧାସଳଖ ଅଢେଇ ଲକ୍ଷ ଏକର ଜମି ପରିଚାଳନା କରନ୍ତି । ଅବଶିଷ୍ଟ ୧ ଲକ୍ଷ ୧୫ ହଜାର ଏକର ହେଉଛି କୃଷି ଏବଂ ଜଙ୍ଗଲ ଜମି । ୨୦୨୨ ମସିହାର ରିପୋର୍ଟ ଅନୁଯାୟୀ ବ୍ରିଟିଶ ରାଜ ପରିବାରର ବିଶ୍ୱବ୍ୟାପୀ ସମ୍ପତ୍ତି ୧୫.୬ ବିଲିୟନ ଡ଼ଲାର ଅନୁମାନ କରାଯାଇଥିଲା । 

ଏହା ପଛକୁ ରହିଛନ୍ତି ସାଉଦି ଆରବର ରାଜା ଅବଦୁଲ୍ଲା । ସେ ବ୍ୟକ୍ତିଗତ ଭାବରେ ୮ ଲକ୍ଷ ୩୦ ହଜାର ବର୍ଗ ମାଇଲ ଉପରେ ଶାସନ କରନ୍ତି । ତୈଳ କାରବାର କରୁଥିବା ସାଉଦି ରାଜ ପରିବାର ଦୁନିଆର ସବୁଠାରୁ ଧନୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.