କାର୍‌ ଚଲାଉଥିଲେ ଫାର୍ମାସିଷ୍ଟ, ଆସିଲା ହାର୍ଟଆଟାକ୍: ବିଚ୍‌ ରାସ୍ତାରେ ଚାଲିଗଲା ଜୀବନ

Published By : Prameya-News7 Bureau | May 16, 2024 IST

ପ୍ରୟାଗରାଜ ୧୬/୦୫: ଏମିତି ଆସିଲା ମୃତ୍ୟୁ । ଅଧାବାଟରେ ଚାଲିଗଲା ଜୀବନ । ଉତ୍ତର ପ୍ରଦେଶ ପ୍ରୟାଗରାଜକୁ ନଜର ଆସିଛି ଏମିତି ଅଭାବନୀୟ ଘଟଣା । ରାସ୍ତାରେ ଜଣେ ଫାର୍ମାସିଷ୍ଟଙ୍କ ଏମିତି ଅକାଳ ମୃତ୍ୟୁର ଶିକାର ହୋଇଛନ୍ତି । ମୃତ ଫାର୍ମାସିଷ୍ଟଜଣକ ହେଲେ ପ୍ରମୋଦ ଯାଦବ। 

ସୂଚନା ଥାଉକି, ସବୁ ଦିନ ପରି କାର୍‌ ଧରି ସ୍ୱାସ୍ଥ୍ୟକେନ୍ଦ୍ର ବାହାରିଥିଲେ ଫାର୍ମାସିଷ୍ଟ। ସବୁଦିନ ପରି କରିଥାନ୍ତେ ରୋଗୀ ସେବା । ନିଜ କର୍ମ କ୍ଷେତ୍ର ଅଭିମୁଖେ ଯାଇଥାନ୍ତେ। ମାତ୍ର ବିଧିର ବିଧାନ ଥିଲା କିଛି ଅଲଗା । ରାସ୍ତା ମଝିରେ ହଠାତ୍‌ ଫାର୍ମାସିଷ୍ଟଙ୍କ ଛାତିରେ ଯନ୍ତ୍ରଣା ହେଲା। ଏହାପରେ କାର୍‌ ସିଟ୍‌ରେ ବସିଥିବା ବେଳେ ହିଁ ଚାଲିଗଲା ତାଙ୍କ ଜୀବନ । 

ଏମିତିକି ମୃତ୍ୟୁ ବେଳେ ତାଙ୍କ ହାତ ଷ୍ଟଅରିଂ ଉପରେ ଥିଲା । କହିବାକୁ ଗଲେ ଆମ୍ବେଦକର ନିବାସୀ ପ୍ରମୋଦ ପ୍ରୟାଗରାଜର ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ ଥିଲେ। ସେ ଘର ଭଡ଼ା ନେଇ ଏକୁଟିଆ ରହୁଥିବା ବେଳେ ପ୍ରତିଦିନ କାର୍‌ ଧରି ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥାନ୍ତି। 

ଘଟଣା ଦିନ ବି ସେ ଘରୁ କାର୍‌ ଧରି ହସ୍ଟିପାଲ ଅଭିମୁଖେ ବାହାରିଥିଲେ। ମାତ୍ର କିଛି ବାଟ ଯିବା ପରେ ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ହୋଇଥିଲା । ଫଳରେ ସେ ଗାଡ଼ିକୁ ଅଟକାଇଥିଲେ ରାସ୍ତା ଉପରେ । ତେବେ ଠିକ୍ କିଛି ସମୟ ପରେ ସେ ସବୁଦିନ ପାଇଁ ବୁଜି ଦେଇଥିଲେ ଆଖି । ତେବେ ଏହି ସମୟରେ ପ୍ରମୋଦଙ୍କ ମୁଣ୍ଡ ଗୋଟିଏ ପଟକୁ ଝୁଲି ପଡିଥିଲା । ଏହାକୁ ଦେଖିଥିଲେ ରାସ୍ତାରେ ଯାଉଥିବା ଲୋକେ । 

ସନ୍ଦେହ ହେବାରୁ କିଛି ଲୋକ ସଂଗେ ସଂଗେ ସେଠାକୁ ଯାଇ ତାଙ୍କୁ ଉଠାିଭାକୁ ଚେଷ୍ଟା କରିଥିଲେ । ହେଲେ ସେତେବେଳକୁ ସବୁ ସରିଯାଇଥିଲା । ଘଟଣାକୁ ନେଇ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ଯେତେବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କଲା ସେତେବେଳେ ସେମାନେ ଜାଣିବାକୁ ପାଇଲେ ଯେ ପ୍ରମୋଦ ଯାଦବଙ୍କ ମୃତ୍ୟୁ ଘଟିଛି। ଡାକ୍ତରଖାନା ନିଆଯିବା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.