ପୁରୀ ୨୯।୦୪ : ପୁରୀରେ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟ ରଥ କାଠ। ବୌଦ୍ଧ ଡ଼ିଭିଜନର କଣ୍ଟାମାଳ ରେଞ୍ଜରୁ ୨୮ ଖଣ୍ଡ କାଠ ସୋମବାର ରାତିରେ ଆସି ପହଞ୍ଚିଛି। ଯେଁଉଥିରେ ୧୬ଟି ଧଉରା ଏବଂ ୧୨ଟି ଅସନ କାଠ ରହିଛି । ଏବେ ସୁଦ୍ଧା ପାଞ୍ଚଟି ପର୍ଯ୍ୟାୟରେ ପୁରୀ ରେ ପହଞ୍ଚିଲା ୧୬୯ ଖଣ୍ଡ କାଠ।
ତେବେ ପୂର୍ବ ବର୍ଷରୁ ୫୧ଖଣ୍ଡ କାଠ ବଳକା ରହିଥିବା ବେଳେ ଚଳିତ ବର୍ଷ ପାଇଁ ଆଉ ୮୧୪ ଖଣ୍ଡ କାଠର ଆବଶ୍ୟକତା ଥିଲା। ଆଉ ୪୮୮ ଖଣ୍ଡ କାଠ ବିଭିନ୍ନ ପର୍ଯ୍ୟାୟରେ ଆସି ରଥ ଖଳାରେ ପହଞ୍ଚିବା ନେଇ ସୂଚନା ମିଳିଛି। ଅନ୍ୟ ପକ୍ଷେ କଟକ ଖାପୁରିଆ ଠାରେ ୧୫୭ ଖଣ୍ଡ କାଠକୁ ଚିରଟ ଚାଲିଛି। ବୁଧବାର ଦିନ ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ଶୁଭାରମ୍ଭ ହେବ ରଥ ନିର୍ମାଣ ର କାର୍ଯ୍ୟ ।