ସହିପାରିଲେନି ପ୍ରେମିକାର ଧୋକା, ଜୀବନ ହାରିଦେଲେ ଯୁବକ

Published By : Prameya-News7 Bureau | April 29, 2025 IST

ଭୁବନେଶ୍ୱର ୨୯/୦୪: ଧୋକା ସହି ନପାରି କଲେ ଆତ୍ମହତ୍ୟା । ୨୨ ବର୍ଷ ବୟସରେ ବେକରେ ଦଉଡି ଦେଇ ଜୀବନ ହାରିଛନ୍ତି ରାହୁଲ ଗୋଚ୍ଛାୟତ । ଝୁଲନ୍ତା ଅବସ୍ଥାରେ ଘରୁ ମିଳିଛି ମୃତଦେହ । ପ୍ରେମ ପାଇଁ ଆତ୍ମହତ୍ୟା କରିଥିବା ସନ୍ଦେହ । ସେପଟେ ଆତ୍ମହତ୍ୟା ପାଇଁ ଯୁବତୀ ଜଣଙ୍କ ଉସୁକାଇଥିବାରୁ ଯୁବକ ଜୀବନ ହାରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ସୂଚନା ଥାଉକି, ୨୨ ବର୍ଷର ରାହୁଲ ଗୋଚ୍ଛାୟତ ନିଜ ଘର ଛାଡ଼ି ବରମୁଣ୍ଡା ମା ମଙ୍ଗଳା ଦଳିତ ସାହିରେ ନିଜ ଆଈ ସହ ରହୁଥିଲେ । ଏହାରି ଭିତରେ ଏଠାରେ ରହୁଥିବା ଜଣେ ଝିଅଙ୍କ ସହ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ପ୍ରେମିକାଙ୍କୁ ଦାମୀ ଉପହାର ଦେଉଥିଲେ ପ୍ରେମିକ। ହେଲେ ସେ ସବୁ ସନ୍ତକ ହେଇ ରହିଗଲା । ଉପହାର ରହିଗଲା ଆଉ ଜୀବନ ହାରିଦେଲେ ପ୍ରେମିକ । ହଠାତ ଝିଅଟା ବାହା ହବାକୁ ମନା କରିବା ପରେ ଜୀବନ ହାରିଛନ୍ତି ରାହୁଲ୍ । ସେପଟେ ଆତ୍ମହତ୍ୟା ପାଇଁ ଉସୁକାଇଥିବାରୁ ଜୀବନ ହାରିଥିବା ଅଭିଯୋଗ କରିଛନ୍ତି ରାହୁଲଙ୍କ ପରିବାର ଲୋକ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.