ଭୋଟରଙ୍କୁ ମାଗଣା ଯାତ୍ରା ଯୋଗାଇ ଦେବ ରାପିଡୋ

Published By : Prameya-News7 Bureau | May 06, 2024 IST

internet

ନୂଆଦିଲ୍ଲୀ: ଭୋଟରମାନଙ୍କୁ ମାଗଣାରେ ଯାତ୍ରା ସେବା ଯୋଗାଇ ଦେବ ରାପିଡୋ। ଯେଉଁମାନେ ଭୋଟ୍ ଦେବାକୁ ଆସିବେ ସେମାନଙ୍କୁ ଭୋଟ କେନ୍ଦ୍ରକୁ ମାଗଣାରେ ନେଇଯିବେ ରାପିଡୋ ସର୍ଭିସ୍‌ର କାର୍, ଅଟୋ ଓ ବାଇକ୍‌। ହାଇଦ୍ରାବ ସହ କରୀମଗଞ୍ଜ, ଖାମମମ୍‌ ଓ ୱାରାଙ୍ଗଲରେ କମ୍ପାନୀ ଏହି ସେବା ଯୋଗାଇ ଦେବ ବୋଲି ଘୋଷଣା କରିଛନ୍ତି। ମେ ୧୩ ତାରିଖରେ ହାଇଦ୍ରାବାଦରେ ନିର୍ବାଚନ ହେବ। 

ଏଥିପାଇଁ ରାପିଡୋ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍ ସହ ମିଶି ଭୋଟ ଦେବାକୁ ଲୋକଙ୍କୁ ଉତ୍ସାହିତ କରିବ। ଏଥିସହିତ ଲାଲ୍‌ ବାହାଦୁର ଶାସ୍ତ୍ରୀ(ଏଲ୍‌ବି) ଷ୍ଟାଡିୟମ୍‌ରେ ମୁଖ୍ୟ ନିର୍ବାଚନ ଅଧିକାରୀ ବିକାଶ ରାଜଙ୍କ ଉପସ୍ଥିତିରେ ରାପିଡୋ ଭୋଟର ଜାଗ୍ରତ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରିବ। 

ମାଗଣା ଯାତ୍ରା କରିବାକୁ ହେଲେ ଭୋଟରଙ୍କୁ ଭୋଟ୍‌ନାଓ(VOTENOW) କୋଡ୍ ବ୍ୟବହାର କରିବାକୁ ପଡ଼ିବ। ବାଇକ୍, କ୍ୟାବ୍ ବୁକ୍‌ କଲେ ଯାତ୍ରୀ ଏହି କୋଡ୍ ବୁକ୍ କରି ମାଗଣାରେ ବୁକ୍ କରି ଭୋଟ୍ ପାଇଁ ଯାଇପାରିବେ। 

କେବଳ ହାଇଦ୍ରାବାଦରେ ନୁହେଁ ୧୦୦ଟି ସହରରେ ରାପିଡୋ ଏହି ସେବା ଯୋଗାଇ ଦେଉଛି। ଏଥିପାଇଁ କମ୍ପାନୀ ୧୦ ଲକ୍ଷ କ୍ୟାପ୍ଟେନ୍ ନିୟୋଜିତ ହୋଇଛନ୍ତି। 

ରାପିଡୋଙ୍କ ସହ-ପ୍ରତିଷ୍ଠାତା ପାଭନ୍ ଗୁଣ୍ଟୁପାଲ୍ଲୀ କହିଛନ୍ତି ଯେ ହାଇଦ୍ରାବାଦ, କରିମନଗର, ଖାମମ ଏବଂ ୱାରଙ୍ଗାଲର ପ୍ରତ୍ୟେକ ଭୋଟର ଭାରତୀୟ ସାଧାରଣ ନିର୍ବାଚନ ୨୯୨୪ ରେ ଭୋଟ୍ ଦେଇ ସେମାନଙ୍କର ନାଗରିକ କର୍ତ୍ତବ୍ୟକୁ ପାଳନ କରିବେ ସେନେଇ ଆମେ ଏହି ପଦକ୍ଷେପ ଆରମ୍ଭ କରିଛୁ। ବିଶେଷ କରି ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକ ଭୋଟରମାନଙ୍କୁ ଗୁରୁତ୍ୱ ଦିଆଯିବ ବୋଲି ଗୁଣ୍ଟୁଭୋଟରଙ୍କୁ ମାଗଣା ଯାତ୍ରା ଯୋଗାଇ ଦେବ ରାପିଡୋପାଲି କହିଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.