ବରଫ ପାହାଡ଼ରେ ବିବାହ; ଆଇସ୍ କ୍ୟୁବରୁ ବର-କନ୍ୟାଙ୍କ ରୟାଲ ଏଣ୍ଟ୍ରି

Published By : Prameya-News7 Bureau | May 19, 2024 IST

ବିବାହକୁ ସ୍ମରଣୀୟ କରିବାକୁ ସମସ୍ତେ ଚାହାନ୍ତି । ଏଠାରେ ଜଣେ ନବଦମ୍ପତି ଏହି ସ୍ମୃତିକୁ  ଚିରସ୍ମରଣୀୟ କରିବା ନିଶାରେ ବରଫାବୃତ୍ତ ପାହାଡ଼ରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ।  ସମୁଦ୍ର ପତ୍ତନଠୁ ୨,୨୨୨ ମିଟର ଉଚ୍ଚରେ ସ୍ୱିଜରଲ୍ୟାଣ୍ଡର ଜର୍ମେଟ୍‌ରେ ବରଫାବୃତ୍ତ ପାହାଡ଼  ଘେରରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ଏହି ସମୟର ଫଟୋ ଓ ଭିଡିଓ ସୋସିଆଲ  ମିଡିଆରେ ଭାଇରାଲ ହେଉଛି । 

ଫଟୋରେ କନ୍ୟା ବରଫ ଖଣ୍ଡ ଭିତରୁ ବାହାରୁଥିବା ନଜର   ଆସିଛି । ଏହା ପରେ ବରଫାବୃତ୍ତ ଅଞ୍ଚଳର ସୁସଜ୍ଜିତ ପରିଦୃଶ୍ୟ ମଧ୍ୟରେ ଉଭୟଙ୍କ ବିବାହ  ହୋଇଛି । ଭାଓଲିନ୍‌ ବାଦକମାନେ ସ୍ନୋ ଆଞ୍ଜେଲ୍‌ ରୂପେ ସଜେଇ ହୋଇଛନ୍ତି ଏବଂ ବିବାହ  ସଙ୍ଗୀତ ବଜାଉଥିବା ନଜର ଆସିଛନ୍ତି । ନବଦମ୍ପତି ଏକ ବିଶାଳ ଆଇସ୍‌ କ୍ୟୁବ୍‌ ଭିତରେ ପୋଜ୍‌  ଦେଇଛନ୍ତି । ଚତୁପାଶ୍ୱର୍ ବରଫକୁ ଧଳା ଗୋଲାପ ସମେତ ବିଭିନ୍ନ ରଙ୍ଗର ଫୁଲରେ ସଜାଯାଇଛି । 

ଏଥିସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି । ବରଫ ଖଣ୍ଡ ଭିତରୁ ବାହାରିଥିବା  କନ୍ୟାର ଏଣ୍ଟ୍ରି ପରୀ କାହାଣୀ ଭଳି ହୋଇଛି । ବିବାହରେ କର୍ମଚାରୀମାନେ ଆଇସ୍‌-କ୍ୟୁବ୍‌  ହେଡ୍‌ଗିୟରବରଫ ଥିମ୍‌ର ଡ୍ରେସ୍‌ ପିନ୍ଧିଥିଲେ । ବରଫ ଟ୍ରେରେ ପାନୀୟ ପରସା ଯାଇଥିଲା ।  ସୋସିଆଲ ମିଡିଆ ୟୁଜର୍‌ ଏହି ନିଆରା ବିବାହ ଥିମ୍‌କୁ ଖୁବ୍‌ ପ୍ରଶଂସା କରୁଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.