ଜମ୍ମୁ କାଶୀର ୧୯/୫: ଜମ୍ମୁ କାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ ହୋଇଛି । ସୋମବାର ନିର୍ବାଚନ ପୂର୍ବରୁ ଦୁଇ ଦୁଇଥର ହମ୍ଲା କରି ଭୟ ସୃଷ୍ଟି କରିଛନ୍ତି ଆତଙ୍କୀ । ସୋପିଆନ ହିରାପୋରା ଅଞ୍ଚଳରେ ଆତଙ୍କୀମାନେ ବିଜେପି ନେତା ତଥା ପୂର୍ବତନ ସରପଞ୍ଚ ଏଜାଜ ଅହମ୍ମଦଙ୍କ ଉପରେ ଗୁଳିମାଡ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।
ଅନନ୍ତନାଗରେ ଏକ ପର୍ଯ୍ୟଟକ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ଆତଙ୍କବାଦୀଙ୍କ ଗୁଳିରେ ଜୟପୁରରୁ କାଶ୍ମୀର ବୁଲିବାକୁ ଆସିଥିବା ଦଂପତ୍ତି ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଉଭୟ ସ୍ଥାନକୁ ପୋଲିସ ଘେରାବନ୍ଦୀ କରି ରଖିଛି । ଆତଙ୍କବାଦୀଙ୍କୁ ଧରିବାକୁ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।