ଭବାନୀପାଟଣା ୦୮।୦୫ : ଭବାନୀପାଟଣାରେ ରାଜନାଥ ସିଂହ । ନିର୍ବାଚନୀ ଜନସଭାକୁ ସମ୍ଭୋଧନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ଜନସଭାରେ ଦଳୀୟ ପ୍ରାର୍ଥୀ ମାଳିବିକାଙ୍କୁ ସାଂସଦ ଭାବେ ବିପୁଳ ପରିମାଣରେ ଭୋଟ ଦେଇ ନିର୍ବାଚିତ କରନ୍ତୁ । ଯାହାଦ୍ୱାର ଆପଣଙ୍କର କଳାହାଣ୍ଡିରେ ନୂତନ ସୂର୍ଯ୍ୟଦୋୟ ହେବ । କଳାହାଣ୍ଡି ଆଉ ପୂର୍ବପରି ରହିବନି । ପୁରା ବିକାଶ ଅଭିମୁଖେ ଦୌଡିବ ଆପଣଙ୍କ ଜିଲ୍ଲା ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରୁ ସଂପୂର୍ଣ୍ଣ ଗରିବୀ ହଟିବ । ଏହାହିଁ ମୋଦିଙ୍କ ଗ୍ୟାରେଣ୍ଟି । ୨୦୧୪ରେ ମୋଦି ସରକାର ଆସିବା ପରେ ଦେଶରୁ ଗରିବୀ ହଟିଛି । ଆଗାମୀ ୧୦ ବର୍ଷରେ କେହି ଦେଶରେ ଗରିବ ରହିବେନି । ଦେଶରୁ ସଂପୂର୍ଣ୍ଣ ଗରିବ ହଟିବ, ଏହାହିଁ ଆମ ସରକାରର ଲକ୍ଷ୍ୟ ।
ସେହିପରି ଦିଲ୍ଲୀରୁ ଆସୁଥିବା ଟଙ୍କା ସିଧା ଲୋକଙ୍କ ଖାତାକୁ ଯାଉଛି । ଦେଶରେ ଏବେ କୌଣସି ଲୋକ ଭୋକରେ ମରିବେ ନାହିଁ । ବିଜେପି ସରକାର ଯାହା କହିଛି । ତାହା କରିକି ଦେଖାଇଛି । ଆମେ ରାମ ମନ୍ଦିର କଥା କହିଥିଲୁ । କରିକି ଦେଖାଇଲୁ । ଭାରତରେ ରାମ ରାଜ୍ୟ ଆସିବ । କେହି ବି ଅଟକାଇ ପାରିବେନି । ସମସ୍ତଙ୍କୁ ଆୟୁଷ୍ମାନ ଯୋଜନାର ଲାଭ ମିଳିବ ।