LIVE TV

“ମେକ୍ ଇନ୍ ଇଣ୍ଡିଆ ସହ ମେକ୍ ଫର୍ ୱାର୍ଲଡ”, ଭାରତର ପ୍ରଥମ ବିଦେଶୀ ଡିଫେନ୍ସ ୟୁନିଟ୍ ଉଦଘାଟନ କଲେ ରାଜନାଥ

NEWS7
RAJNATH

ନୂଆଦିଲ୍ଲୀ: ଭାରତ ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ପଦକ୍ଷେପ ନେଇ ମୋରକ୍କୋର ବେରରେଶିଦରେ ଟାଟା ଆଡଭାନ୍ସ ସିଷ୍ଟମ ଲିମିଟେଡର ପ୍ରଥମ ବିଦେଶୀ ପ୍ରତିରକ୍ଷା ନିର୍ମାଣ ୟୁନିଟ୍ ଉଦଘାଟନ କରିଛି । ଏହା ଭାରତର ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ପ୍ରଥମ ବିଦେଶୀ ପ୍ଲାଣ୍ଟ ଅଟେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସରକାରୀ ମୋରକ୍କୋ ଗସ୍ତରେ ଏହି ୟୁନିଟକୁ ଉଦଘାଟନ କରିଛନ୍ତି । ଉଦଘଟାନ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଭାରତ କେବେଳ ମେକ୍ ଇନ୍ ଇଣ୍ଡିଆ ଯାଏ ସୀମିତ ନୁହେଁ । ଏବେ ଆମ ମେକ୍ ୱିଥ୍ ଫ୍ରେଣ୍ଡସ ଓ ମେକ୍ ଫର୍ ଦ ୱାର୍ଲଡ ଭିଜନ୍ ଉପରେ କାମ କରୁଛୁ । ଘନିଷ୍ଠ ସହଯୋଗୀଙ୍କ ସହ ମିଳିତ ଭାବେ ଅତ୍ୟାଧୁନିକ ପ୍ରଯୁକ୍ତିର ବିକାଶ କରିବା ଓ ବିଶ୍ୱରେ ଶାନ୍ତି-କ୍ଷମତା ନିର୍ମାଣରେ ଯୋଗଦାନ ଦେବା ଏହାର ଉଦ୍ଦେଶ୍ୟ । ସେ କହିଛନ୍ତି ଯେ ଏହି ବୁଝାମଣା ସାର୍ବଭୌମତ୍ୱକୁ ସମ୍ମାନ କରୁଛି ଓ ସ୍ଥାନୀୟ କ୍ଷମତାକୁ ମଜଭୁତ କରିବ ।

ଟାଟା ଆଡଭାନ୍ସଡ ସିଷ୍ଟମ ମୋରକ୍କୋକୁ ଖାସକରି ହ୍ୱିଲ୍ଡ ଆର୍ମର୍ଡ ପ୍ଲାଟଫର୍ମ ଉତ୍ପାଦନ ଉପରେ କେନ୍ଦ୍ରିତ କରାଯାଇଛି । ଏହା ଭାରତର ପ୍ରଥମ ଓଭରସିଜ୍ ଡିଫେନ୍ସ ମ୍ୟାନୁଫେକ୍ଚରିଂ ୟୁନିଟ୍ ଅଟେ । ବିଶେଷଜ୍ଞଙ୍କ ମତରେ ଏହି ପଦକ୍ଷେପ ଭାରତର ପ୍ରତିରକ୍ଷା ରପ୍ତାନୀକୁ ନୂଆ ଦିଗ ଦେବ ଓ ଆଫ୍ରିକା ସମୟରେ ବିଶ୍ୱ ବଜାରରେ ଭାରତର ସ୍ଥିତିକୁ ମଜଭୁତ କରିବ ।

 

 

ରାଜନାଥ ସିଂହଙ୍କ ଏହି ଗସ୍ତକୁ ଐତିହାସିକ ବୋଲି କୁହାଯାଉଛି, କାରଣ ପ୍ରଥମ ଥର ପାଇଁ କୌଣସି ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ଉତ୍ତର ଆଫ୍ରିକାର ଏହି ଦେଶ ଗସ୍ତ କରିଛନ୍ତି । ରାଜନାଥ ସିଂହଙ୍କ ଏହି ଗସ୍ତରୁ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ଓ ରାଜନୈତିକ ସହଭାଗିତାକୁ ନୂଆ ଗତି ମିଳିବାର ଆଶା ରହିଛି । ମୋଦୀ ସରକାର ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଓ ରପ୍ତାନୀକୁ ବଢାଇବା ଉପରେ ଜୋର ଦେଉଛନ୍ତି । ଟାଟା ଆଡଭାନ୍ସଡ ସିଷ୍ଟମର ଏହି ପଦକ୍ଷେପକୁ ଏହି ରଣନୀତିର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଦେଖାଯାଉଛି । ଏହି ଫ୍ୟାକ୍ଟ୍ରି ସ୍ଥାନୀୟ ଚାହିଦାକୁ ପୂରଣ କରିବା ସହ ଅନ୍ତର୍ଜାତୀୟ ସ୍ତରରେ ଉନ୍ନତ ପ୍ଲାଟଫର୍ମ ଉପଲବ୍ଧ କରାଇବ ।