News7 Logo

ଫିଡେ ମହିଳା ଗ୍ରାଣ୍ଡସ୍ୱିସ୍ ଟାଇଟଲ କାୟମ ରଖିଲେ ଆର.ବୈଶାଳୀ

NEWS7
R.Vaishali

ନୂଆଦିଲ୍ଲୀ ୧୫।୯: ଭାରତୀୟ ଚେସ୍ ଷ୍ଟାର ଜି.ଏମ.ଆର.ବୈଶାଳୀ ୨୦୨୫ରେ ତାଙ୍କ ଫିଡେ ମହିଳା ଗ୍ରାଣ୍ଡ ସ୍ୱିସ୍ ଟାଇଟଲକୁ ସୁରକ୍ଷିତ ରଖିବାରେ ପୁଣି ଥରେ ରେକର୍ଡ ବୁକରେ ନିଜ ନାମ ଲେଖାଇଛନ୍ତି, ଏଥିରୁ ସେ ସମ୍ମାନଜନକ କ୍ୟାଣ୍ଡିଡେଟସ୍ ୨୦୨୬ ଟୁର୍ଣ୍ଣାମେଣ୍ଟ ଲାଗି ସିଧା ଯୋଗ୍ୟତା ହାସଲ କରିଛନ୍ତି। ୨୪ ବର୍ଷ ବୟଷ୍କା ଚେସ୍ ଖେଳାଳି ଚୀନ୍ ର ତାନ ଝୋଙ୍ଗୟୀଙ୍କ ବିପକ୍ଷରେ ଶେଷ ରାଉଣ୍ଡରେ ମ୍ୟାଚ୍ ଡ୍ର କରିବା ସହିତ ୧୧ ରାଉଣ୍ଡରେ ୮ ପଏଣ୍ଟ ହାସଲ କରିଛନ୍ତି, ଯାହା ଲଗାତାର ଦ୍ୱିତୀୟ ବର୍ଷ ଟାଇଟଲ ବଜାୟ ରଖିବା ପାଇଁ ପର୍ଯ୍ୟାପ୍ତ ଥିଲା।

ଏହି ବିଜୟ ସହିତ ବୈଶାଳୀ ଏବେ କୋନେରୁ ହମ୍ପୀ ଓ ଦିବ୍ୟା ଦେଶମୁଖଙ୍କ ସହିତ ୨୦୨୬ କ୍ୟାଣ୍ଡିଡେଟସ୍ ନିମନ୍ତେ ଯୋଗ୍ୟତା ହାସଲ କରିବାରେ ତୃତୀୟ ଭାରତୀୟ ମହିଳା ପାଲଟିଛନ୍ତି। ହମ୍ପୀ ଓ ଦିବ୍ୟା ପୂର୍ବରୁ ଫିଡେ ମହିଳା ବିଶ୍ୱକପ ମାଧ୍ୟମରେ ନିଜର ସ୍ଥାନ ପକ୍କା କରିସାରିଥିଲେ। ତେବେ ବୈଶାଳୀ ଗ୍ରାଣ୍ଡ ସ୍ୱିସ୍ ମଞ୍ଚରେ ଉଲ୍ଲେଖନୀୟ ନିରନ୍ତରତା ପ୍ରଦର୍ଶନ କରି ଏହି ଯୋଗ୍ୟତା ହାସଲ କରିଛନ୍ତି। ବୈଶାଳୀ ସ୍ୱୀକାର କରିଛନ୍ତି ଯେ ଏହି ବିଜୟ ତାଙ୍କ ପକ୍ଷେ ଏତେ ସହଜ ନଥିଲା। ଏହା ମହିଳା କ୍ୟାଣ୍ଡିଡେଟସରେ ବୈଶାଳୀଙ୍କ ଦ୍ୱିତୀୟ ଉପସ୍ଥିତି ହେବ।

ଯଦିଓ ବୈଶାଳୀ ଏ ପର୍ଯ୍ୟନ୍ତ ତାଙ୍କ ପ୍ରତିଯୋଗୀତା କ୍ୟାଲେଣ୍ଡରର ରୂପରେଖ ନିର୍ଦ୍ଧାରଣ କରି ନାହାନ୍ତି ତଥାପି ସେ ସାବଧାନତା ପୂର୍ବକ ଯୋଜନା କରିବା ଲାଗି ସମୟ ବାହାର କରିବେ ବୋଲି ସଂକେତ ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ଏପର୍ଯ୍ୟନ୍ତ କୌଣସି ଟୁର୍ଣ୍ଣାମେଣ୍ଟର ଯୋଜନା କରି ନାହିଁ। ତେବେ ମୋତେ ଦେଖିବାକୁ ହେବ ଯେ ମୁଁ କଣ କରିପାରିବି। ବୈଶାଳୀଙ୍କ ଏହି କ୍ୱାଲିଫାଇଂରୁ ଏହା ନିଶ୍ଚିତ ହୋଇଯାଇଛି ଯେ କ୍ୟାଣ୍ଡିଡେଟସରେ ଭାରତର ଅନୁନ୍ୟ ୩ ଜଣ ମଜଭୁତ ପ୍ରତିଯୋଗୀ ରହିବେ, ଯାହା ଭାରତୀୟ ମହିଳା ଚେସ୍ ପାଇଁ ନିଶ୍ଚିତ ରୂପେ ଏକ ଐତିହାସିକ କ୍ଷଣ।