ସୁଡଙ୍ଗ ଭିତରେରେ ଧକ୍କା ହେଲା ଲୋକୋ ଟ୍ରେନ୍, ୭୦ ଶ୍ରମିକ ଆହତ

NEWS7
quipu-largest-structure-in-the-universe

ନୂଆଦିଲ୍ଲୀ, ୩୧/୧୨ : ଉତ୍ତରାଖଣ୍ଡର ଚମୋଲୀରେ ବଡ ଦୁର୍ଘଟଣା । ଏକ ସୁଡଙ୍ଗ ଭିତରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୭୦ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି । ଦୁଇଟି ଲୋକୋ ଟ୍ରେନ୍ ପରସ୍ପର ସହ ଧକ୍କା ହେବାରୁ ଏତେ ବଡ ଦୁର୍ଘଟଣା ଘଟିଛି ।

ସୂଚନାନୁସାରେ, ଚମୋଲୀର ପିପଲକୋଟିରେ ହାଇଡ୍ରୋ ଡେଭଲପମେଣ୍ଟ କର୍ପୋରେସନ ଟନେଲରେ ଟ୍ରେନ୍ ଦୁର୍ଘଟଣା ଘଟିଛି । ମଙ୍ଗଳବାର ରାତି ୧୦ଟାରେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଶ୍ରମିକଙ୍କ ସିଫ୍ଟ୍ ଚେଞ୍ଜ୍ ହେଉଥିବା ବେଳେ ଅଘଟଣ ଘଟିଥିଲା । ଉଭୟ ଟ୍ରେନରେ ପ୍ରାୟ ୧୦୮ ଜଣ ଶ୍ରମିକ ଥିଲେ ।

କୁହାଯାଉଛି ଯେ, ଲୋକାଲ ଟ୍ରଲି ଟ୍ରାନ୍ସପୋର୍ଟ ବ୍ୟବସ୍ଥା ପାଇଁ ଅଘଟଣ ଘଟିଛି । ଏଥିରେ ଭାରତୀୟ ରେଳର କୌଣସି ଭୂମିକା ନାହିଁ । ଏହା ଭାରତୀୟ ରେଳବାଇର ଟ୍ରେନ୍ ନୁହେଁ । ପରିବହନ ପାଇଁ ସ୍ଥାନୀୟ ପ୍ରକଳ୍ପ ଅଧିକାରୀଙ୍କ ଦ୍ୱାରା ଏହାକୁ ନିୟୋଜିତ କରାଯାଇଥିଲା ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଯାନ୍ତ୍ରିକ ତ୍ରୁଟି ପାଇଁ ଗୋଟିଏ ଟ୍ରେନକୁ ଅନ୍ୟ ଏକ ଟ୍ରେନ୍ ଧକ୍କା ଦେଇଛି । ଫଳରେ ବସିଥିବା ଶ୍ରମିକମାନେ ଖସି ପଡିଥିଲେ । ଭୟରେ ସେମାନେ ପାଟି କରିଥିଲେ । ବାହାରକୁ କିପରି ବାହାରିବେ ତାହା ମଧ୍ୟ ଶ୍ରମିକମାନେ ଜାଣିପାରିନଥିଲେ ।

ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ଆହତଙ୍କୁ ଉଦ୍ଧାର କରିଥିଲେ । ୪୨ ଜଣଙ୍କୁ ଚିକିତ୍ସା ପାଇଁ ଗୋପେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ୧୭ ଜଣଙ୍କୁ ପିପିଲକୋଟିରେ ଚିକିତ୍ସା କରାଯାଉଥିବା ଜଣାପଡିଛି ।