ମୁମ୍ବାଇ : ୨୦୧୭ ମସିହାରେ ଅଭିନେତ୍ରୀ ଅପହରଣ ଓ ଦୁଷ୍କର୍ମ ମାମଲାରେ ପ୍ରସିଦ୍ଧ ମାଲାୟାଲମ୍ ଅଭିନେତା ଦିଲ୍ଲୀପ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। କେରଳ ଏର୍ଣ୍ଣାକୁଲମ କୋର୍ଟ ଏହି ରାୟ ଶୁଣାଇଛନ୍ତି। ୨୦୧୭ରେ ଜନୈକ ଅଭିନେତ୍ରୀ ଦିଲ୍ଲୀପଙ୍କ ନାଁରେ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ଅଣିଥିଲେ। କୋଚିରେ ଚଳନ୍ତା କାରରେ ତାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଥିଲେ । କିନ୍ତୁ ଏବେ ଏହି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ଦିଲ୍ଲୀପ । କିନ୍ତୁ ଅନ୍ୟ ୬ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ନିଜ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦିଲ୍ଲୀପ । କିନ୍ତୁ ବଡ଼ ଦୁଃଖର ବିଷୟ ଯେ, ଏହି ମାମଲା ତାଙ୍କ କ୍ୟାରୟରକୁ ନଷ୍ଟ କରି ଦେଇଥିବା କହିଛନ୍ତି ।

୮ ବର୍ଷ ପୁରୁଣା ମାମଲାରେ ଆଜି ରାୟ ଶୁଣାଇଛନ୍ତି କେରଳ ଏର୍ଣ୍ଣାକୁଲମ କୋର୍ଟ । ମାମଲାରେ ମୋଟ ୧୦ ଜଣ ଅଭିଯୁକ୍ତ ଥିଲେ ଏବଂ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ପ୍ରାୟ ୮ ବର୍ଷ ଧରି ଚାଲିଥିବା ବିଚାର ପରେ ଏର୍ଣ୍ଣାକୁଲମ କୋର୍ଟର ପ୍ରିନ୍ସିପାଲ ସେସନ୍ସ ଜଜ୍ ହନି ଏମ୍. ଭାର୍ଗୀସ୍ ଦିଲ୍ଲୀପଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଦିଲ୍ଲୀପ ଏହି ମାମଲାରେ ଅଷ୍ଟମ ଅଭିଯୁକ୍ତ ଥିଲେ । କୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ, ଅଭିଯୁକ୍ତ ନମ୍ବର ୧ ରୁ ୬ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ମାମଲାର ଅନ୍ୟ ଅଭିଯୁକ୍ତମାନେ ହେଲେ ଏନଏସ ସୁନୀଲ, ଓରଫ 'ପଲସର ସୁନି', ମାର୍ଟିନ୍ ଆଣ୍ଟୋନି, ବି ମଣିକନ୍ଦନ, ଭିପି ବିଜେଶ, ଏଚ୍ ସଲିମ୍, ଓରଫ ଭାଡିୱାଲ୍ ସଲିମ୍, ପ୍ରଦୀପ, ଚାର୍ଲି ଥମାସ, ସାନିଲ୍ କୁମାର, ଓରଫ ମେସ୍ତ୍ରୀ ସାନିଲ୍ ଏବଂ ଶରଥ ନାୟାର ।

କଣ ଥିଲା ଅଭିଯୋଗ?

୨୦୧୭ ମସିହାର ଅଭିନେତ୍ରୀ ଗଣଦୁଷ୍କର୍ମ ମାମଲାରେ ମାଲାୟଲମ ଚଳଚ୍ଚିତ୍ର ଅଭିନେତା ଦିଲୀପଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।ଏହି ମାମଲାରେ, ଦିଲ୍ଲୀପଙ୍କୁ ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ରର ମୁଖ୍ୟ ରଚନା କରିବା ଏବଂ ଅପରାଧ ଘଟାଇବା ପାଇଁ ପଲସର ସୁନୀଲକୁ ୧.୫ କୋଟି ଦେବା ଅଭିଯୋଗ ହୋଇଥିଲା । ସରକାରୀ ଓକିଲ ଦାବି କରିଥିଲେ ଯେ, ଦିଲ୍ଲୀପ ଦୁଷ୍କର୍ମ ଷଡ଼ଯନ୍ତ୍ର କରିଥିଲେ, ଯାହା ପାଇଁ ସେ ପୂର୍ବରୁ ୮୪ ଦିନ ଜେଲରେ ବିତାଇ ସାରିଛନ୍ତି । ସୋମବାର କୋର୍ଟଙ୍କ ରାୟ ତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି।