ଭୁବନେଶ୍ୱର/ପୁରୀ: ଯଦି ଆପଣ ଆସନ୍ତା ୨୯ କିମ୍ବା ୩୦ ତାରିଖରେ ଟ୍ରେନ ପୁରୀ ଯିବାକୁ କିମ୍ବା ପୁରୀରୁ ଫେରିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ପୁରୀ-ମାଳତୀପାଟପୁର ରେଳ ସେକ୍ସନରେ ରେଲୱେ ଓଭରବ୍ରିଜ୍ (ROB) ନିର୍ମାଣ କାର୍ଯ୍ୟ ପାଇଁ ରେଳ ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ସେଠାରେ ଜରୁରୀ ଇଞ୍ଜିନିୟରିଂ ଏବଂ ଟ୍ରାଫିକ ବ୍ଲକ୍ କାର୍ଯ୍ୟ କରାଯାଉଥିବାରୁ ଜୁନ୍ ୨୯ ଏବଂ ୩୦ ତାରିଖରେ ଏକାଧିକ ଟ୍ରେନ୍ ଚଳାଚଳକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି। ଏହା ସହିତ କିଛି ଟ୍ରେନ୍ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଛାଡ଼ିବ ବୋଲି ସୂଚନା ମିଳିଛି।

ତଳେ ବାତିଲ ହେବାକୁ ଥିବା ପ୍ରମୁଖ ଟ୍ରେନ୍ଗୁଡ଼ିକର ତାଲିକା ଦିଆଗଲା:

୨୯ ଜୁନ୍ (ସୋମବାର) ବାତିଲ ରହିବାକୁ ଥିବା ଟ୍ରେନ୍

ରାଉରକେଲା-ପୁରୀ ଏକ୍ସପ୍ରେସ୍

ପୁରୀ-ରାଉରକେଲା ଏକ୍ସପ୍ରେସ୍

୩୦ ଜୁନ୍ (ମଙ୍ଗଳବାର) ବାତିଲ ରହିବାକୁ ଥିବା ଟ୍ରେନ୍

ପୁରୀ-ହାଓ୍ଵଡ଼ା ଶତାବ୍ଦୀ ଏକ୍ସପ୍ରେସ

ହାଓ୍ଵଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ

ପୁରୀ-ପାରାଦ୍ଵୀପ ଏକ୍ସପ୍ରେସ

ପୁରୀ-ଖୋର୍ଦ୍ଧା ରୋଡ୍ ମେମୁ (MEMU)

ଖୋର୍ଦ୍ଧା ରୋଡ-ପୁରୀ ମେମୁ (MEMU)

ପୁରୀ-କଟକ ମେମୁ (MEMU)

କଟକ-ପୁରୀ ମେମୁ (MEMU)

କଟକ-ଭଦ୍ରକ ମେମୁ (MEMU)

ଭଦ୍ରକ-କଟକ ମେମୁ (MEMU)

ଏହି ଗୁରୁତ୍ୱପୂର୍ଣ୍ଣ କାମ ଯୋଗୁଁ କେବଳ ଟ୍ରେନ୍ ବାତିଲ ହୋଇନାହିଁ, ବରଂ ଏହି ଦୁଇ ଦିନରେ ଚାଲୁଥିବା କିଛି ଅନ୍ୟ ଟ୍ରେନ୍ ମଧ୍ୟ ନିଜ ସମୟ ସାରଣୀଠାରୁ ବିଳମ୍ବରେ ଚାଲିବ। ତେଣୁ ଷ୍ଟେସନ ଯିବା ପୂର୍ବରୁ ରେଳବାଇର ଅଫିସିଆଲ୍ ହେଲ୍ପଲାଇନ୍ କିମ୍ବା NTES ଆପ୍ ଜରିଆରେ ନିଜ ଟ୍ରେନ୍ର ସ୍ଥିତି ନିଶ୍ଚିତ ଯାଞ୍ଚ କରିନିଅନ୍ତୁ।