LIVE TV

ରାବଣ ଦହନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ‘ଅପରେସନ ସିନ୍ଦୂର’କୁ କହିଲେ ମାନବତା ଉପରେ ବିଜୟ

NEWS7
gfx

ନୂଆଦିଲ୍ଲୀ ୨।୧୦: ରାଜଧାନୀ ଦିଲ୍ଲୀରେ ଶ୍ରୀ ଧାର୍ମିକ ଲିଳା ସମିତି ଦ୍ୱାରା ଗୁରୁବାର ଭବ୍ୟ ବିଜୟ ଦଶମୀ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇ ମଞ୍ଚରୁ ରାବଣ ମୂର୍ତ୍ତି ଉପରକୁ ତୀର ଚଳାଇ ଅଧର୍ମ ଅନ୍ତର ବାର୍ତ୍ତା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ମୁର୍ମୁ ଉତ୍ସବକୁ ସମ୍ବୋଧିତ କରି ଦଶହରାର ଧାର୍ମିକ ଓ ସାମାଜିକ ମହତ୍ୱ ରେଖାଙ୍କିତ କରିଛନ୍ତି।

ରାଷ୍ଟ୍ରପତି କହିଛନ୍ତି ଯେ ଏହି ପର୍ବ କେବଳ ରାବଣ ବଧର ସ୍ମୃତି ନୁହେଁ ଏହା ମନ୍ଦ ଉପରେ ଭଲ, ଅହଙ୍କାର ଉପରେ ବିନମ୍ରତା ଓ ଘୃଣା ଉପରେ ପ୍ରେମର ବିଜୟ ବାର୍ତ୍ତା ଦେଉଛି। ଏଥିରେ ରାଷ୍ଟ୍ରପତି ନିକଟରେ ସେନା ଦ୍ୱାରା ହାତକୁ ନିଆଯାଇଥିବା ଅପରେସନ ସିନ୍ଦୂରର ମଧ୍ୟ ଉଲ୍ଲେଖ କରି କହିଛନ୍ତି ‘ଯେବେ ଆତଙ୍କବାଦ ଦାନବ ମାନବତା ଉପରେ ପ୍ରହାର କରେ, ସେତେବେଳେ ତାର ଦମନ ଅନିବାର୍ଯ୍ୟ ହୋଇପଡେ। ଭାରତୀୟ ସେନାର ‘ଅପରେସନ ସିନ୍ଦୂର’ ଆତଙ୍କବାଦର ରାବଣ ଉପରେ ମାନବତାର ବିଜୟର ପ୍ରତୀକ’ ବୋଲି ରାଷ୍ଟ୍ରପତି କହିଛନ୍ତି ।

ରାଷ୍ଟ୍ରପତି କହିଛନ୍ତି ଯେ ଏଥି ପାଇଁ ଦେଶର ସୁରକ୍ଷାରେ ମୁତୟନ ସବୁ ସୈନିକଙ୍କୁ ନମନ କରୁଛୁ ଓ ସେମାନଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି। ସେ କହିଛନ୍ତି ଯେ ସବୁ ବର୍ଷ ଆମେ ଦଶହରାରେ ରାବଣ ପୋଡି କରୁଛେ, ତବେ ଏହାଠୁ ଅଧିକ ଜରୁରି ଲୋକେ ନିଜ ଭିତରେ ଥିବା ରାବଣ ଭଳି ଘୃଣା, ଅହଂକାର ଓ ଇର୍ଶା ଭଳି ଅବଗୁଣକୁ ସମାପ୍ତ କରିବା। ଆମକୁ ଏପରି ପ୍ରୟାସ କରିବାକୁ ହେବ ଯେପରି ଦେଶରେ ସୁଖ,ଶାନ୍ତି, ଆନନ୍ଦ ଓ ପ୍ରେମର ନଦୀ ବହେ।

ସେହିପରି ରାଷ୍ଟ୍ରପତି ଦିଲ୍ଲୀବାସୀଙ୍କୁ ଦଶହରାର ଶୁଭକାମନା ଜଣାଇ କହିଛନ୍ତି ଯେ ଏହି ପର୍ବ ଆମକୁ ସବୁବର୍ଷ ମନେ ପକାଇ ଦେଉଛି ଅଧର୍ମ କେତେ ବି ପ୍ରବଳ କାହିଁକି ନ ହେଉ ଶେଷରେ ବିଜୟ ସତ୍ୟ ଓ ଧର୍ମର ହୁଏ। ଦେଶରେ ବିଜୟା ଦଶମୀ ନବରାତ୍ର ଓ ଦୁର୍ଗୋପୂଜା ଉତ୍ସବ ସମାପନର ପ୍ରତୀକ ଅଟେ। ଏହା ଭଗବାନ ରାମଙ୍କର ରାକ୍ଷସ ରାଜା ରାବଣ ଓ ଦେବୀ ଦୁର୍ଗାଙ୍କର ମହିଷାସୁର ଉପରେ ବିଜୟର ପ୍ରତୀକ।  ଏହି ଦିନ ନୂଆ ପ୍ରାରମ୍ଭର ମଧ୍ୟ ପ୍ରତୀକ।