News7 Logo

ବିଜେଡିରୁ ନିଲମ୍ବିତ ହେଲେ ପ୍ରଫୁଲ୍ଲ ମଲ୍ଲିକ, ଦଳ ବିରୋଧୀ କାର୍ଯ୍ୟ ଲାଗି ଆକ୍ସନ

NEWS7
prafulla mallick bjd

ଭୁବନେଶ୍ୱର ୧୨/୦୯:  ବିଜେଡିରୁ ନିଲମ୍ବିତ ହେଲେ ପ୍ରଫୁଲ୍ଲ ମଲ୍ଲିକ । ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ନିଲମ୍ବିତ ହୋଇଛି । ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ତାଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବନ କରଛନ୍ତି ବିଜେଡି ଉପସଭାପତି ପ୍ରତାପ ଜେନା । କାମାଖ୍ୟାନଗରର ପୂର୍ବତନ ବିଧାୟକ ହେଉଛନ୍ତି ପ୍ରଫୁଲ୍ଲ ମଲ୍ଲିକ । ​​​​​​

ତେବେ ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ନିଜେ ପ୍ରଫୁଲ୍ଲ ମଲ୍ଲିକ । ସେ କହିଛନ୍ତି ମୁଁ ପ୍ରଥମେ ଦଳରୁ ଇସ୍ତଫା ଦେଇସାରିଛି । ତା ପରେ ସେମାନେ ମୋତେ ସସପେଣ୍ଡ କରିଛନ୍ତି । ମୁଁ କୌଣସି ଖବର ପାଇନି । କେବଳ ଗଣମାଧ୍ୟମରୁ ମୋତେ ଖବର ମିଳିଛି । ମୁଁ କିଛି ଦଳ ବିରୋଧୀ କାମ କରିନି। ତେବେ ନିଲମ୍ୱର କାରଣ କଣ ମୁଁ ଜାଣିନି ବୋଲି ସେ ସଫା ସଫା କହିଛନ୍ତି ପ୍ରଫୁଲ୍ଲ ମଲ୍ଲିକ । 

​​​​​​​ସୂଚନା ଥାଉକି, ଗୁରୁବାର ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକଙ୍କ ଦୀର୍ଘଦିନ ପରେ ମୁଁହ ଖୋଲିଥିଲେ । ସେ କହିଥିଲେ ବିଜେଡ଼ିରେ ଅଛି । କିନ୍ତୁ କୌଣସି ସାଂଗଠନିକ କାର୍ଯ୍ୟକ୍ରମରେ  ଯୋଗ ଦେଉନାହାନ୍ତି । ଆଗକୁ ଯଦି ଦଳ ଠିକ ନଚାଲେ ଦଳଠୁ ଦୂରେଇ ଯିବେ ବୋଲି କହିଥିଲେ ।

ସେ ଆହୁରି କହିଥିଲେ ବିଜେଡି ସଠିକ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନି । ପୂର୍ବ ବିଚାର ଧାରାରେ ଦଳ ନାହିଁ । ଦଳକୁ ସଙ୍ଗଠିତ କରିବାକୁ କିଛି ପରାମର୍ଶ ଦେଇଥିଲେ । ପିଏସି ଶୃଙ୍ଖଳା କମିଟି ଭଳି ଦୁଇଟି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଅନ୍ୟ ପ୍ରସ୍ତାବ ଗୁଡ଼ିକୁ ଗ୍ରହଣ କରାଯାଇନି । ତାଙ୍କ ସହ କେହି ଆଲୋଚନା କରିନାହାଁନ୍ତି କି ସେ କାହାକୁ ଭେଟିନାହାନ୍ତି । ବର୍ତ୍ତମାନ ନୂଆ ବିଜେଡି ଗଠନର ସମୟ ନୁହେଁ । ପୁରୁଣା ବିଜେଡ଼ିକୁ ସଠିକ ଭାବେ ଚଳାଇବାକୁ ପଡିବ ବୋଲି କହିଛନ୍ତି ପ୍ରଫୁଲ୍ଲ ମଲ୍ଲିକ କହିଥିଲେ । 

ସେପଟେ ପ୍ରଫୁଲ୍ଲ ମଲ୍ଲିକଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଥିଲେ ବିଜେଡି ଉପସଭାପତି ପ୍ରତାପ ଜେନା । ସେ କହିଥିଲେ ତାଙ୍କୁ ୮୦ ବର୍ଷ ବୟସ ହେଲାଣି। ସେ ଶତାବ୍ଦୀର ସବୁଠାରୁ ସୁବିଧାବାଦୀ ଲୋକ। ବିଜେଡି ଟିକେଟରେ ଚାରି ଥର ବିଧାୟକ ହୋଇଥିଲେ। ନବୀନ ପଟ୍ଟନାୟକ ଖଣି ଓ ପୂର୍ତ୍ତ ପରି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ବି ତାଙ୍କୁ କରିଥିଲେ। ସେ ସବୁବେଳେ ବିଜେଡିକୁ ପ୍ରଶଂସା କରୁଥିଲେ।

ହେଲେ ବିଜେଡି ହାରିବା ପରେ ବିଜେଡିକୁ ଖରାପ କହୁଛନ୍ତି । ସେ ବୋଧେ ବିରୋଧୀରେ ରହିବାକୁ ଭଲ ପାଆନ୍ତି ନାହିଁ। ବିଜେଡିରୁ ସେ ବହୁତ ସୁବିଧା ପାଇଛନ୍ତି। ଆଗରୁ ବି ସେ ଦଳକୁ ନେଇ ଅନେକ ଟିପ୍ପଣୀ ଦେଇଛନ୍ତି । ଯଦି ସତରେ ସେ ବିଜେଡିକୁ ଭଲ ପାଆନ୍ତି, ତାହାଲେ ଏମିତି ମିଡ଼ିଆରେ ନ କହି ଦଳୀୟ ସଭାପତିଙ୍କ ସହ ଆଲୋଚନା କରନ୍ତୁ । ଯାହା ଭୁଲ ଭଟକା ହୋଇଛି, ତାକୁ ଆଲୋଚନା ମାଧ୍ୟମରେ ସମାଧାନ ଓ ସଂଶୋଧନ କରାଯିବ ବୋଲି କହିଥିଲେ । ହେଲେ ଆଜି ତାଙ୍କୁ ଦଳରୁ ନିଲମ୍ୱିତ କରାଯାଇଛି । 
​​​​​​​