News7 Logo

ଶୁଭମିତ୍ରା ମର୍ଡର ମିଷ୍ଟ୍ରି : ଅଭିଯୁକ୍ତ ଦୀପକ, ବିନୋଦ ପରେ ପଡିବ ଜଟିବ ପାଳି, ମୁହଁ ଖୋଲିଲେ ଅଭିଯୁକ୍ତର ମଉସା

NEWS7
subhamitra case

ଭୁବନେଶ୍ୱର ୧୮/୦୯: ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କୁ ହତ୍ୟା ଘଟଣା । ହତ୍ୟା ପଛର ଖିଅ କାଢ଼ିବାକୁ ଅଭିଯୁକ୍ତଙ୍କୁ ଜୋରଦାର ଜେରା କରୁଛି ପୋଲିସ୍ । ବୁଧବାର ରାତିରେ କେନ୍ଦୁଝରରେ ସିନ ରିଏକ୍ରସନ ପରେ ଦୀପକ ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ଅଣାଯାଇଥିଲା । କ୍ୟାପିଟାଲ ଥାନାରେ ୩ ଅଭିଯୁକ୍ତଙ୍କୁ ମାରାଥନ ଜେରା କରାଯାଇଛି । ସ୍ପେଶାଲ ସ୍କାର୍ଡ ଓ କ୍ୟାପିଟାଲ ଥାନା ପୋଲିସ ୩ ଜଣକୁ ଅଲଗା ଅଲଗା ରୁମରେ ଜେରା କରିବା ପରେ ସାମ୍ନାସାମ୍ନୀ ଜେରା କରିଛି ।

ପ୍ରଥମେ ଦୀପକ ଓ ପରେ ବିନୋଦ ଓ ଜଟିଆଙ୍କ ବୟାନ ରେକର୍ଡ କରାଯାଇଥିଲା । ପରେ ସମସ୍ତଙ୍କୁ ଏକାଠି ବସାଇ ଜେରା କରାଯାଇଛି । ସେପଟେ ଭଉଣୀର ହତ୍ୟାକାରୀଙ୍କୁ କଠୋର ଦଣ୍ଡ ମିଳୁ ବୋଲି କେହଭରା କଣ୍ଠରେ କହିଛନ୍ତି ମୃତ ମହିଳା କନେଷ୍ଟବଳ ଶୁଭମିତ୍ରାଙ୍କ ଭାଇ । କେବଳ ହତ୍ୟାକାରୀ ନୁହେଁ, ଏହି ହତ୍ୟାକାଣ୍ଡରେ ଯେଉଁମାନେ ସମ୍ପୃକ୍ତ, ସମସ୍ତଙ୍କୁ କଠୋର ରୁ କଠୋର ଦଣ୍ଡ ମିଳୁ ବୋଲି କହିଲେ ।

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ମହିଳା କନେଷ୍ଟବଳଙ୍କର ହେଲା ଶବ ବ୍ୟବଚ୍ଛେଦ ହେବା ସମୟରେ ଉପସ୍ଥିତ ଥିବା ୩ ଭାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ମୃତ କନେଷ୍ଟବଳଙ୍କର ଶବ ବ୍ୟବଚ୍ଛେଦ ଜଣେ ମାଜିଷ୍ଟ୍ରେଟ୍, ୨ ଜଣ ଡାକ୍ତର, ଫାଣ୍ଡି ଅଧିକାରୀଙ୍କ ସହ, IOଙ୍କ ଉପସ୍ଥିତିରେ ମୃତ ଶୁଭମିତ୍ରା ସାହୁଙ୍କର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଲା ଶବ ବ୍ୟବଚ୍ଛେଦ ଶେଷ ହୋଇଛି । ମୃତ ମହିଳା କନେଷ୍ଟବଳଙ୍କ ୩ଜଣ ଭାଇଙ୍କ ଉପସ୍ଥିତି ରେ ଏହି ଶବ ବ୍ୟବଚ୍ଛେଦ ସମ୍ପନ୍ନ ହୋଇଛି ।

ସେହିଭଳି ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତର ମାଉସୀ ପୁଅ ଭାଇ, ବିନୋଦ ଭୂୟାଁର ବାପା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏସମ୍ପର୍କରେ କିଛି ଜାଣିନି । ଏଥିସହ, ଶବ ଯେଉଁ ସ୍ଥାନରେ ମାଟିରେ ପୋତା ହୋଇଥିଲା । ସେ ସ୍ଥାନ ତାଙ୍କର ନୁହେଁ ବୋଲି ସେ କହିଥିଲେ । ତାଙ୍କ ସଢୁଙ୍କ ପୁଅ ଅର୍ଥାତ୍ ଅଭିଯୁକ୍ତ ଦୀପକ ଓ ହତ୍ୟାର ଶିକାର ଶୁଭମିତ୍ରା, ଉଭୟ ପୋଲିସରେ ଚାକିରୀ କରୁଥିବା ବେଳେ ଏଭଳି ହତ୍ୟାକାଣ୍ଡ ଘଟିବା କିମ୍ବା ଶବ ଘଟଗାଁରେ ମାଟି ଖୋଳି ପୋତା ହେବା ସମ୍ପର୍କରେ ତାଙ୍କୁ ସାମାନ୍ୟତମ ଖବର ନଥିବା ସେ କହିଛନ୍ତି l ସେ ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଓ ଘଟଗାଁ ଥାନାର ଅଧିକାଂଶ କର୍ମଚାରୀ ତାଙ୍କ ସମ୍ପର୍କରେ ଅବଗତ ଥିବା ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି l