ବାଲେଶ୍ବର ବାରବାଟି ଅଞ୍ଚଳରେ ଚଢ଼ାଉ, ହରିଣ ଚମଡ଼ା ସହ ଜଣେ ଗିରଫ, ବନ୍ଧୁକ ଓ ତୀର ମଧ୍ୟ ଜବତ କଲା ପୋଲିସ

Published By : Prameya-News7 Bureau | March 28, 2024 IST

ବାଲେଶ୍ଵର: ଟାଉନ୍ ଥାନା ଅଧୀନ ବାରବାଟି ଅଞ୍ଚଳରୁ ଚଢ଼ଉ। ୫ ଏୟାର ଗନ୍‌, ଗୁଳି ସହ ୨ ହରିଣ ଚମଡ଼ା ଓ ତୀର ଜବତ । ଏହା ସହ ଜଣକୁ ଗିରଫ ମଧ୍ୟ କରିଛି ପୋଲିସ। ଗିରଫ ଜଣକ ହେଲେ ସ୍ଥାନୀୟ ମୁକ୍ତି ରଣା ।

ସୂଚନା ଅନୁଯାୟୀ, ମୁକ୍ତି ନିଜ ସ୍ତ୍ରୀ ପ୍ରିୟଙ୍କାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଓ ହତ୍ୟା ଉଦ୍ୟମ କରିବା ନେଇ ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକାରିଣୀଙ୍କ ଏତଲା ପରେ ହାଉସ ସିଜ୍‌ କରିବାକୁ ଯାଇ ପୋଲିସ ବନ୍ଧୁକ, ଗୁଳି, ହରିଣ ଚମଡ଼ା ଓ ତୀର ଜବତ କରିଛି।

ତେବେ ଗିରଫ ମୁକ୍ତିଙ୍କ ପାଖକୁ କେଉଁଠାରୁ ହରିଣ ଚମଡ଼ା ଆଣିଲେ ତାକୁ ନେଇ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି । ଜବତ ସମସ୍ତ ଏଆର୍ ଗନ ଗୁଡ଼ିକୁ ଅଭିଯୁକ୍ତକୁ ଜଣକ ଚଢ଼େଇ ମାରିବା ପାଇଁ ବ୍ୟବହାର କରୁଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.