ନୂଆଦିଲ୍ଲୀ : ପାକିସ୍ତାନ ଅଧିକୃତ କାଶ୍ମୀର ( ପିଓକେ)ରେ ଜନ ଆକ୍ରୋଶ ଓ ବିରୋଧ ପ୍ରଦର୍ଶନ କାରଣରୁ ଉତ୍ତେଜନା ଶୀର୍ଷ ସ୍ତରରେ ପହଞ୍ଚିଛି। ନୀଲମ ଭାଲି ପବ୍ଲିକ୍‌ ଆକ୍ସନ କମିଟିର ନେତା ଶୌକତ ନୱାଜ ମୀର ଦୀର୍ଘ ଦିନ ଧରି ପେଣ୍ଡିଂ ଥିବା ଜନସାଧାରଣଙ୍କ ଦାବି ( ଯେମିତିକି ସ୍ୱାସ୍ଥ୍ୟ , ଶିକ୍ଷା , ଭିତ୍ତିଭୂମି ଓ ସ୍ୱଚ୍ଛ ପାଣି ଭଳି ମୌଳିକ ସୁବିଧା)କୁ ପୂରଣ କରିବାର ଚାପରେ ପୂରା ଅଞ୍ଚଳକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିବାର ଘୋଷଣା କରି ଦେଇଛନ୍ତି। ସେ ଚେତାବନୀ ଜାରି କରିଛନ୍ତି ଯେ, ଲୋକଙ୍କ ଧୈର୍ଯ୍ୟ ସୀମା ଅତିକ୍ରମ କରି ସାରିଛି ଏବଂ ଏହା ବର୍ଷ ବର୍ଷ ଧରି ସରକାରୀ ଉପେକ୍ଷା , ଦୁର୍ନୀତି ତଥା ଉତ୍ସର ଦୁରୁପଯୋଗର ସିଧା ଫଳ , ଯେଉଁଠି ରାଜନୈତିକ ସଂରକ୍ଷଣ ଓ ଲାଞ୍ଚ ଉପରେ ଧନ ନଷ୍ଟ ହେଉଛି। ତାଙ୍କର ଏହି ଆହ୍ୱାନର ବ୍ୟାପକ ତର୍କବିତର୍କ ଆରମ୍ଭ ହୋଇ ଯାଇଛି , ଯାହାକି କିଛି ବଡ଼ ଘଟଣା ଘଟି ପାରେ ?

ଶୌକତ ନୱାଜ ମୀରଙ୍କ ଅପିଲ ପରେ ପିଓକେରେ ଉତ୍ତେଜନା ଆରମ୍ଭ ହୋଇଛି। ଅନ୍ୟପଟେ ସ୍ଥାନୀୟ ପ୍ରଶାସନ ବିରୋଧ ପ୍ରଦର୍ଶନକୁ ବଳପୂର୍ବକ ଦମନ କରିବାର ଧମକ ଦେଇଛି। କମିଟିର ମୁଖପାତ୍ର ଭାବେ ମୀର କହିଛନ୍ତି ଯେ, ଲୋକଙ୍କ ଧୈର୍ଯ୍ୟ ଏବେ ଶେଷ ସୀମାରେ ପହଞ୍ଚି ସାରିଛି ଏବଂ ଏହି ସଟଡାଉନ୍‌ ସରକାରୀ ଅବହେଳା ତଥା ଦୁର୍ନୀତି ବିରୋଧରେ ସିଧା ପ୍ରତିକାର। ସେ ଅଭିଯୋଗ କରିଛନ୍ତି ଯେ, ମୌଳିକ ସୁବିଧା ଯେମିତିକି ସ୍ୱାସ୍ଥ୍ୟ, ଶିକ୍ଷା , ସଡ଼କ ଓ ସ୍ୱଚ୍ଛ ଜଳରେ ନାଗରିକଙ୍କୁ ବଞ୍ଚିତ କରାଯାଉଛି, ଯାହାକି ପାଣ୍ଠି ରାଜନୀତିକ ପୃଷ୍ଠପୋଶକତା ଓ ଲାଞ୍ଚରେ ଉଡ଼ାଯାଉଛି।

ଅନ୍ୟପଟେ ସରକାରଙ୍କ ବଳପ୍ରୟୋଗର ଚେତାବନୀ ନିଆଁରେ ଘିଅ ଢାଳିବା ପରି କାମ କରିଛି, ଯେଉଁଥିରେ ଲୋକଙ୍କ କ୍ରୋଧ ଆହୁରି ତେଜି ଉଠିଛି। ସ୍ଥାନୀୟ ଓକିଲମାନେ ପବ୍ଲିକ୍‌ ଆକ୍ସନ କମିଟିର ଖୋଲାଖୋଲି ସମର୍ଥନ କରିଛନ୍ତି ଏବଂ ବିକ୍ଷୋଭକୁ ଗଣତାନ୍ତ୍ରିକ ଅଧିକାର ଭାବେ ଦର୍ଶାଇଛନ୍ତି। ସେମାନେ ସରକାରଙ୍କ ଠାରୁ ଦମନ ପରିବର୍ତ୍ତେ ଅଭିଯୋଗ ଗୁଡ଼ିକର ସମଧାନ କରିବାକୁ ଅପିଲ କରିଛନ୍ତି।

କୁହାଯାଉଛି ପୂରା ପିଓଜେକେରେ ବିକ୍ଷୋଭରେ ସାଧାରଣ ଜୀବନ ଠପ୍‌ ହୋଇଯିବାର ଆଶଙ୍କା ରହିଛି। ଦୋକାନ ,ବଜାର ଓ ପରିବହନ ସେବା ବନ୍ଦ ରହିବ। ନାଗରିକ ସମାଜର କହିବାନୁସାରେ,ବଳ ପ୍ରୟୋଗରେ ଉତ୍ତେଜନା ଆହୁରି ବଢିବ, ଯେଉଁଥିରେ ଅଶାନ୍ତି ବ୍ୟାପିପାରେ।